ବିବାହ ପାଇଁ ସଜବାଜ ହେଲେଣି ରଣବୀର-ଆଲିଆ!

ମୁମ୍ବାଇ: ଖୁବଶୀଘ୍ର ବାଜିବ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଶାହାନାଇ। ହାତକୁ ଦି ହାତ ହେବ ଏହି ଲଭ୍‌ ବାର୍ଡ। ଦୀର୍ଘ ଦିନର ଅପେକ୍ଷାର ଘଟିବ ଅନ୍ତ। ଏଥିପାଇଁ ଫୁଲ୍‌ ଦମ୍‌ରେ ସଜବାଜ ହେଲେଣି ରଣବୀର-ଆଲିଆ। ଆରମ୍ଭ କରିଦେଲେଣି ସପିଂ। ମିଡିଆ ରିପୋର୍ଟ ମୁତାବକ, ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ଉଭୟଙ୍କ ଫ୍ୟାନ୍‌ ବେଶ୍‌ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି। କୁହାଯାଉଛି ଯେ, ଆସନ୍ତା ଏପ୍ରିଲ ମାସରେ ରଣବୀର ଓ ଆଲିଆଙ୍କ ପଡିବ […]

Alia and ranbeer

Madhupriya Mistry
  • Published: Saturday, 26 March 2022
  • , Updated: 26 March 2022, 03:46 PM IST

ମୁମ୍ବାଇ: ଖୁବଶୀଘ୍ର ବାଜିବ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଶାହାନାଇ। ହାତକୁ ଦି ହାତ ହେବ ଏହି ଲଭ୍‌ ବାର୍ଡ। ଦୀର୍ଘ ଦିନର ଅପେକ୍ଷାର ଘଟିବ ଅନ୍ତ। ଏଥିପାଇଁ ଫୁଲ୍‌ ଦମ୍‌ରେ ସଜବାଜ ହେଲେଣି ରଣବୀର-ଆଲିଆ। ଆରମ୍ଭ କରିଦେଲେଣି ସପିଂ।

ମିଡିଆ ରିପୋର୍ଟ ମୁତାବକ, ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ଉଭୟଙ୍କ ଫ୍ୟାନ୍‌ ବେଶ୍‌ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି। କୁହାଯାଉଛି ଯେ, ଆସନ୍ତା ଏପ୍ରିଲ ମାସରେ ରଣବୀର ଓ ଆଲିଆଙ୍କ ପଡିବ ହାତଗଣ୍ଠି। ଏଥିପାଇଁ ଉଭୟଙ୍କ ପରିବାର ତରଫରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ନିକଟରେ ସାମ୍ନାକୁ ଆସିଥିବା ଆଲିଆ ଓ ରଣବୀରଙ୍କ ଫଟୋକୁ ଦେଖି କିଛି ଏଭଳି ମନେ ହେଉଛି।

ସୋଶାଲ ମିଡିଆରେ ରଣବୀର ଓ ଆଲିଆଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଦୁହେଁ ପ୍ରସିଦ୍ଧ ବ୍ରାଇଡାଲ କାଞ୍ଚିପୁରମ ଶାଢ଼ୀ ବ୍ରାଣ୍ଡ ସମାତି ଟେକ୍ସଟାଇଲ୍ସର ସିଇଓ ଓ ଡିଜାଇନରଙ୍କ ସହ ନଜର ଆସିଛନ୍ତି। ଏହି ଫଟୋକୁ ଦେଖିବା ପରେ ବିବାହ ପାଇଁ ଉଭୟ ସପିଂ ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି।

ଶାଢ଼ୀ ବ୍ରାଣ୍ଡର ସିଇଓ ତଥା ଡିଜାଇନର ବିନା କନ୍ନନ ନିଜ ଇନଷ୍ଟାଗ୍ରାମରେ ଆଲିଆ ଓ ରଣବୀର କପୁରଙ୍କ ସହ ନିଜ ଫଟୋକୁ ଶେଆର କରିଛନ୍ତି। ଏହି ଫଟୋକୁ ଦେଖି ରଣବୀର ଓ ଆଲିଆଙ୍କ ବିବାହ ଖବରକୁ ପୁଣି ଗୁଜବ ଆରମ୍ଭ ହୋଇଛି। ଏହି ଫଟୋରେ ଅନେକ ୟୁଜର୍ସ, କେବେ ବିବାହ କରିବେ, ବିବାହ ପ୍ରସ୍ତୁତି ଆରମ୍ଭ କରିଦେଲେଣି କି? ବୋଲି ପ୍ରଶ୍ନ କରିଛନ୍ତି।

କିଛି ଦିନ ପୂର୍ବେ ରଣବୀର କପୁରଙ୍କ ମା' ନୀତୁ କପୁରଙ୍କୁ ସେଲେବ୍ରିଟି ଡିଜାଇନର ମନୀଷ ମଲହୋତ୍ରାଙ୍କ ଷ୍ଟୋରରେ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ମନୀଷଙ୍କୁ ମଧ୍ୟ ତାଙ୍କ ଘରେ ସ୍ପର୍ଟ କରାଯାଇଥିଲା। ବିଶ୍ୱାସ କରାଯାଉଛି ଯେ, କପୁର ପରିବାରର ବୋହୂକୁ ଘରକୁ ଆଣିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି।

 

View this post on Instagram

 

A post shared by Beena Kannan (@beenaseematti)

Related story