କନିଆଁ ସାଜିଲେ ଆଲିଆ! ସାମ୍ନାକୁ ଆସିଲା ବ୍ରାଇଡାଲ ଲୁକ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ହାତକୁ ଦି ହାତ ହେବେ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ। ଅଭିନେତା ରଣବୀର କପୁରଙ୍କୁ ସେ ବିବାହ କରିବେ। ଆସନ୍ତା ଏପ୍ରିଲ ମାସରେ ଉଭୟଙ୍କ ପଡିବ ହାତଗଣ୍ଠି। ଏନେଇ ଉଭୟଙ୍କ ପରିବାର ପକ୍ଷରୁ ଜୋରସୋରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି। ଏହାରି ଭିତରେ କନିଆଁ ବେଶରେ ନଜର ଆସିଛନ୍ତି ଆଲିଆ। ସେ ନବବଧୂ ବେଶରେ ସଜେଇ ହୋଇଛନ୍ତି। ସାମ୍ନାକୁ ଆସିଛି ତାଙ୍କ ବ୍ରାଇଡାଲ ଲୁକ୍‌। ମଥାରେ ସିନ୍ଥି ଆଉ ହାତରେ […]

Alia Bhatt

Madhupriya Mistry
  • Published: Wednesday, 30 March 2022
  • , Updated: 30 March 2022, 03:53 PM IST

ମୁମ୍ବାଇ: ଖୁବ୍‌ଶୀଘ୍ର ହାତକୁ ଦି ହାତ ହେବେ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ। ଅଭିନେତା ରଣବୀର କପୁରଙ୍କୁ ସେ ବିବାହ କରିବେ। ଆସନ୍ତା ଏପ୍ରିଲ ମାସରେ ଉଭୟଙ୍କ ପଡିବ ହାତଗଣ୍ଠି। ଏନେଇ ଉଭୟଙ୍କ ପରିବାର ପକ୍ଷରୁ ଜୋରସୋରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି। ଏହାରି ଭିତରେ କନିଆଁ ବେଶରେ ନଜର ଆସିଛନ୍ତି ଆଲିଆ। ସେ ନବବଧୂ ବେଶରେ ସଜେଇ ହୋଇଛନ୍ତି। ସାମ୍ନାକୁ ଆସିଛି ତାଙ୍କ ବ୍ରାଇଡାଲ ଲୁକ୍‌।

ମଥାରେ ସିନ୍ଥି ଆଉ ହାତରେ ଚୁଡି। ମେରୁନ ଓ କ୍ରିମ କଲରର ହେବି ଡିଜାଇନର୍‌ ଲେହାଙ୍ଗ ପିନ୍ଧି ପୂରାପୁରି ନବବଧୂ ସାଜିଛନ୍ତି ପାଟାକା ଗାର୍ଲ। କନିଆଁ ବେଶରେ ତାଙ୍କର ସିମ୍ପୁଲ ଲୁକ୍‌ ଆଉ ସ୍ମାଇଲ୍‌ ସମସ୍ତଙ୍କୁ କରିଛି ଘାଇଲା। ଆଲିଆଙ୍କ ଏହି ବ୍ରାଇଡାଲ ଲୁକ୍‌ର ଫଟୋ ଆଉ ଭିଡିଓକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି।

ସାମ୍ନାକୁ ଆସିଥିଲା ଭିଡିଓରେ ଆଲିଆ କହୁଛନ୍ତି, 'ମମି ଏବଂ ବାପା ଭୟ କରୁଥିଲେ ଯେ ବୋଧହୁଏ ମୁଁ ବିବାହ କରିବି ନାହିଁ, ଏବଂ ସେମାନେ ଜବରଦସ୍ତ କିଛି କରିନାହାଁନ୍ତି। ଯେତେବେଳେ ଲୋକମାନେ କହୁଥିଲେ ଯେ ଝିଅଟି ନଷ୍ଟ ହୋଇଯିବ, ସେତେବେଳେ ମୋର ପୁରା ପରିବାର ତାଙ୍କ ଉପରେ ବିଗିଡି ଯାଉଥିଲା। ସେ ଜାଣିଥିଲେ ଯେ ତାଙ୍କ ଝିଅ ନିଶ୍ଚିତ ଭାବରେ ସମସ୍ତଙ୍କଠୁ ଭିନ୍ନ କିନ୍ତୁ ଭୁଲ୍ ନୁହେଁ। ସମସ୍ତ ପିତାମାତା ସଂସ୍କାର ଦିଅନ୍ତି, କିନ୍ତୁ ସେମାନେ ମୋତେ ମୁଁ ଯେଭଳି ଥିଲି ସେଭଳି ରହିବାକୁ ଆତ୍ମବିଶ୍ୱାସ ଦେଇଛନ୍ତି। ବର୍ତ୍ତମାନ ସମାନ ଆତ୍ମବିଶ୍ୱାସ ସହିତ, ମୁଁ ଏକ ନୂଆ ଘରକୁ ଯାଉଛି ଯେଉଁଠାରେ ନୂତନ ସମ୍ପର୍କ ଅଛି ଯାହା ମୋତେ ସେମାନଙ୍କ ପରି ବିଗାଡି ଦେବ।'

ନିକଟରେ ମାନ୍ୟବହ ମୋହର ଏକ ବିଜ୍ଞାପନରେ ଆଲିଆ ଭଟ୍ଟ ନଜର ଆସିଛନ୍ତି। ଏହି ବିଜ୍ଞାପନରେ ଆଲିଆଙ୍କ ବ୍ରାଇଡାଲ ଲୁକ୍‌ ଓ ବାପା ମା' ଓ ବିବାହକୁ ନେଇ ଦେଇଥିବା ବୟାନ ଏବେ ଲାଇମଲାଇଟ୍‌ରେ ରହିଛି। ଏହି ବିଜ୍ଞାପନରେ ସେ ବିବାହ ଦିନ ନିଜ ବାପାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଅଲିଆଙ୍କ ଏହି ବିଜ୍ଞାପନ ଲିଙ୍ଗଗତ ସମାନତାର ବାର୍ତ୍ତା ଦେଉଛି। ଭିଡିଓରେ, ଅଭିନେତ୍ରୀ ପୁଅ ଏବଂ ଝିଅ ମଧ୍ୟରେ ଭେଦଭାବ ନକରିବା, ଆତ୍ମବିଶ୍ୱାସ ସୃଷ୍ଟି କରିବା, କୌଣସି ଜିନିଷକୁ ବାଧ୍ୟ ନକରିବା ସହିତ ପରିବାରର ଅନ୍ୟ ସହାୟକ ପଏଣ୍ଟ ଉପରେ ଫୋକସ୍‌ କରିଛନ୍ତି।

 

View this post on Instagram

 

A post shared by Mohey (@moheyfashion)

Related story