‘ଗଙ୍ଗୁବାଇ କାଠିଆୱାଡି’ ଉପରେ ଲାଗିଲା ଗ୍ରହଣ

ମୁମ୍ବାଇ: ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଉପରେ ଲାଗି ମହାମାରୀର ଗ୍ରହଣ। ପଡିଲା କରୋନା ପ୍ରଭାବ । ମହାମାରୀ ବିଗାଡି ଦେଲା ସବୁକିଛି। ଫିଲ୍ମର ସୁଟିଂ ସରିବା ପରେ ମଧ୍ୟ ଝୁଲି ରହିଛି । ହୋଇପାରୁ ନାହିଁ ରିଲିଜ। ଆଲିଆଙ୍କ ଏହି ବିଗ୍ ବଜେଟ ମୁଭିଟିକୁ ଦେଖିବା ପାଇଁ ଦର୍ଶକେ ଅପେକ୍ଷା କରି ବସିଛନ୍ତି। ହେଲେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ କିନ୍ତୁ ଦୋ’ ଛକିରେ ପଡିଛନ୍ତି। ଏହି ବିଗ୍ ବଜେଟ୍ ଫିଲ୍ମଟିକୁ ଥିଏଟରରେ ରିଲିଜ କରିବେ […]

Alia-Bhatt

Madhupriya Mistry
  • Published: Sunday, 11 July 2021
  • , Updated: 11 July 2021, 06:16 PM IST

ମୁମ୍ବାଇ: ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଉପରେ ଲାଗି ମହାମାରୀର ଗ୍ରହଣ। ପଡିଲା କରୋନା ପ୍ରଭାବ । ମହାମାରୀ ବିଗାଡି ଦେଲା ସବୁକିଛି। ଫିଲ୍ମର ସୁଟିଂ ସରିବା ପରେ ମଧ୍ୟ ଝୁଲି ରହିଛି । ହୋଇପାରୁ ନାହିଁ ରିଲିଜ। ଆଲିଆଙ୍କ ଏହି ବିଗ୍ ବଜେଟ ମୁଭିଟିକୁ ଦେଖିବା ପାଇଁ ଦର୍ଶକେ ଅପେକ୍ଷା କରି ବସିଛନ୍ତି। ହେଲେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ କିନ୍ତୁ ଦୋ’ ଛକିରେ ପଡିଛନ୍ତି।

ଏହି ବିଗ୍ ବଜେଟ୍ ଫିଲ୍ମଟିକୁ ଥିଏଟରରେ ରିଲିଜ କରିବେ ନା ଓଟିଟିରେ ତାହା ଜାଣି ପାରୁନହାନ୍ତି ସଞ୍ଜୟ। ଥିଏଟର ଖୋଲିବାକୁ ନେଇ ସଞ୍ଜୟ ଅପେକ୍ଷାରେ ଅଛନ୍ତି। ତେଣୁ ଓଟିଟି ପ୍ଲାଟଫର୍ମରେ ଫିଲ୍ମର ରିଲିଜକୁ ଅପେକ୍ଷା କରି ବସିଥିବା ଦର୍ଶକଙ୍କୁ ଏବେ ଫିଲ୍ମଟିର ଥିଏଟର ରିଲିଜକୁ ନେଇ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିପାରେ।

ରିପୋର୍ଟ ମୁତାବକ ଏହି ପ୍ରୋଜେକ୍ଟର ଶେଷ ଫଳାଫଳକୁ ନେଇ ସଞ୍ଜୟ ଲୀଲା ଭନସାଲୀ ବହୁତ ଖୁସି ଅଛନ୍ତି। ଭିଜୁଆଲ୍ ଏବଂ ଆବେଗ ଦୃଷ୍ଟିରୁ ଆଜି ପର‌୍ୟ୍ୟନ୍ତ ଗାଙ୍ଗୁବାଇ କାଠିଆୱାଡି ତାଙ୍କର ସବୁଠାରୁ ବଡ ଏବଂ ସର୍ବୋତ୍ତମ ଫିଲ୍ମ ବୋଲି ସେ ଅନୁଭବ କରୁଛନ୍ତି। ଏହାକୁ କୌଣସି ମୂଲ୍ୟରେ OTT ପ୍ଲାଟଫର୍ମରେ ରିଲିଜ କରାଯାଇପାରିବ ନାହିଁ। ତେଣୁ ଥିଏଟର ଖୋଲିବାକୁ ଯେତେ ସମୟ ଲାଗୁ ନା କାହିଁକି ସଞ୍ଜୟ ଅପେକ୍ଷା କରିବେ ବୋଲି କହିଛନ୍ତି।

ନିକଟରେ ଫିଲ୍ମର ସୁଟିଂ ଶେଷ ହୋଇଛି। ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଟିମ୍ ସହ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, 'ଆମେ ୮ ଡିସେମ୍ବର ୨୦୧୯ ରେ ଗାଙ୍ଗୁବାଇର ସୁଟିଂ ଆରମ୍ଭ କରିଥିଲୁ। ଦୁଇ ବର୍ଷ ପରେ ଆମେ ଏହାକୁ ସମାପ୍ତ କରିଛୁ। ଏହି ସମୟରେ, ଆମେ ଦୁଇଟି ଲକଡାଉନ୍, ଦୁଇଟି ଝଡ, ନିର୍ଦ୍ଦେଶକ ଏବଂ ଅଭିନେତା କୋଭିଡ ପଜିଟିଭ୍ ଭଳି ପରିସ୍ଥିତିର ସାମ୍ନା କରିଥିଲୁ।

ଏହି ଫିଲ୍ମରେ ଆଲିଆଙ୍କୁ ମାଫିଆ କୁଇନ୍ ଗଙ୍ଗୁବାଇ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମରେ ତାଙ୍କର ଲୁକ୍ ଏବଂ ଡାଏଲଗ୍ ଡେଲିଭରୀ ଚର୍ଚ୍ଚାର ବିଷୟ ହେବା ସହ ପ୍ରଶଂସା ମଧ୍ୟ ସାଉଁଟିଛି। ଏହି ଫିଲ୍ମରେ ଆଲିଆଙ୍କ ସହ ସାନ୍ତନୁ ମହେଶ୍ୱରୀ ଏବଂ ଅଜୟ ଦେବଗନ ମଧ୍ୟ ନଜର ଆସିବେ।

 

View this post on Instagram

 

A post shared by Alia Bhatt ☀️ (@aliaabhatt)

Related story