ରଣବୀରଙ୍କ ହାତରେ ଆଲିଆଙ୍କ ନାଁ, ସାମ୍ନାକୁ ଆସିଲା ମେହେନ୍ଦି ଫଟୋ

ମୁମ୍ବାଇ: ଅଭିନେତା ରଣବୀର କପୁରଙ୍କ ହାତରେ ଆଲିଆଙ୍କ ନାଁ। ମେହେନ୍ଦି ଜରିଆରେ ରଣବୀର ଲେଖିଲେ ନିଜ ଲେଡି ଲଭ୍‌ଙ୍କ ନାଁ। ନିକଟରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ସରିଛି। ବିବାହ ପରେ ଏବେ ସେମାନଙ୍କ ମେହେନ୍ଦି ସେରିମୋନିର ଫଟୋ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିଜ ମେହେନ୍ଦି ଫଙ୍କସନ୍‌ରେ ରଣବୀର ନାଲି ରଙ୍ଗ କୁର୍ତା ପିନ୍ଧିଥିବା ବେଳେ ଆଲିଆ ମଧ୍ୟଙ୍କ ତାଙ୍କୁ ମ୍ୟାଚ୍‌ କରି ପିନ୍ଧିଥିଲେ ଲେହେଙ୍ଗା। ଉଭୟ […]

Alia Bhatt, Ranbir Kapoor

Madhupriya Mistry
  • Published: Saturday, 16 April 2022
  • , Updated: 16 April 2022, 12:38 PM IST

ମୁମ୍ବାଇ: ଅଭିନେତା ରଣବୀର କପୁରଙ୍କ ହାତରେ ଆଲିଆଙ୍କ ନାଁ। ମେହେନ୍ଦି ଜରିଆରେ ରଣବୀର ଲେଖିଲେ ନିଜ ଲେଡି ଲଭ୍‌ଙ୍କ ନାଁ। ନିକଟରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ସରିଛି। ବିବାହ ପରେ ଏବେ ସେମାନଙ୍କ ମେହେନ୍ଦି ସେରିମୋନିର ଫଟୋ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନିଜ ମେହେନ୍ଦି ଫଙ୍କସନ୍‌ରେ ରଣବୀର ନାଲି ରଙ୍ଗ କୁର୍ତା ପିନ୍ଧିଥିବା ବେଳେ ଆଲିଆ ମଧ୍ୟଙ୍କ ତାଙ୍କୁ ମ୍ୟାଚ୍‌ କରି ପିନ୍ଧିଥିଲେ ଲେହେଙ୍ଗା। ଉଭୟ ନିଜ ମେହେନ୍ଦି ସେରିମୋନିରେ ବେଶ୍‌ ମସ୍ତି କରିଥିବା ନଜର ଆସିଛନ୍ତି। କେବଳ ସେମାନେ ନୁହନ୍ତି କପୁର ଫ୍ୟାମିଲି ଓ ଭଟ୍ଟ ଫ୍ୟାମିଲି ମଧ୍ୟ ଜବରଦସ୍ତ ନାଚି ଖୁସିରେ ଏହି ଉତ୍ସବ ପାଳନ କରିଥିବା ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳିଛି।

ରଣବୀରଙ୍କ ମା' ନୀତୁ କପୁରଙ୍କ ସହ ରଣବୀର ଆଲିଆଙ୍କ ଫେଭ୍‌ରେଟ୍‌ ଗୀତରେ ଧୁମ୍‌ ନାଚିଥିଲେ। ସେପଟେ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ସାଜିଥିଲେ ଡିଜେ। ଏହି ଫଟୋଗୁଡିକୁ ଆଲିଆ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥିସହ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି।

ସେ ଲେଖିଛନ୍ତି, 'ମେହେନ୍ଦି ଏକ ସ୍ୱପ୍ନ ଠାରୁ ପୂରାପୁରି ଭିନ୍ନ ଥିଲା। ଏହା ପ୍ରେମ ଓ ଭଲପାଇବାରେ ଭରପୁର ଦିନ ଥିଲ। ପୁଅ ଘର ଲୋକଙ୍କ ସରପ୍ରାଇଜ୍‌ ଡ୍ୟାନ୍ସ ପରଫରମାନ୍ସ। ଅମୟାନଙ୍କ ଡିଜେ। ମିଷ୍ଟର କପୁର(ରଣବୀର କପୁର) ଏକ ବଡ ସରପ୍ରାଇଜ ଦେଲେ।'

ତେବେ ଏହି ମେହେନ୍ଦି ସେରିମୋନି ବେଳେ ଇମୋସନାଲ ମଧ୍ୟ ହୋଇପଡିଥିଲେ ରଣବୀର। ବାପା ରିଷି କପୁରଙ୍କୁ ମନେ ପକାଇଥିଲେ ସେ। ରିଷି କପୁରଙ୍କ ଫଟୋକୁ ହାତରେ ଧରି ସେ ନାଚୁଥିବା ନଜର ଆସିଥିଲେ। ୨୦୨୦ରେ ରିଷି କପୁରଙ୍କ ଦେହାନ୍ତ ହୋଇଥିଲେ। ସେ ନିଜ ପୁଅ ରଣବୀରଙ୍କ ବାହାଘର ଦେଖିବା ପାଇଁ ଇଚ୍ଛା ରଖିଥିଲେ। ଏଥିପାଇଁ ସେ ପୂର୍ବରୁ ଅନେକ ପ୍ଲାନିଂ ମଧ୍ୟ କରିସାରିଥିଲେ। କିନ୍ତୁ ଏହା ପୂର୍ବରୁ ସେ ଆରପାରିକୁ ଚାଲିଯାଇଥିଲେ।

ସୂଚନା ମୁତାବକ, ଏପ୍ରିଲ ୧୪ ତାରିଖରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଲିଆ-ରଣବୀର। ଏହି ବିବାହକୁ ବେଶ୍‌ ସିକ୍ରେଟ୍‌ ରଖାଯାଇଥିଲା। ବଲିଉଡର ଏହି ଗ୍ରାଣ୍ଡ ୱେଡିଂରେ କେବଳ ଉଭୟ ପକ୍ଷର ପରିବାର ଲୋକେ ଓ କିଛି ଘନିଷ୍ଠ ବନ୍ଧୁବାନ୍ଧବ ହିଁ ସାମିଲ ହୋଇଥିଲେ।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

Related story