ଅଧରାତିରେ 'ନାଗିନ୍‌ ସସ୍‌' ଖାଇଲେ ବିଗ୍‌ ବି'

ମୁମ୍ବାଇ: ବିଳମ୍ବିତ ରାତିରେ ବଦଳିଗଲା ବିଗ୍‌ ବି’ଙ୍କ ମୁଡ୍‌। ହଠାତ୍‌ ଦେଖିଲେ ଫୁଟ୍‌ବଲ୍‌ ମ୍ୟାଚ୍‌ ଆଉ ଖାଇଲେ ନାଗିନ୍‌ ସସ୍‌। ଅଧରାତିରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ତାଙ୍କ ଡ୍ରାଇଂ ରୁମ୍‌ରୁ ଏଭଳି କିଛି ଫଟୋ ଶେଆର କରିଛନ୍ତି। ଯାହା ୟୁଜର୍ସଙ୍କ ହୋସ୍‌ ଉଡାଇ ଦେଇଛି। ଏହାକୁ ନେଇ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ବଲିଉଡର ବିଗ୍‌ ବି’ ଅମିତାଭ ବଚ୍ଚନ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ କିରଥିବା […]

Amitabh-Bachchan

Madhupriya Mistry
  • Published: Wednesday, 22 December 2021
  • , Updated: 22 December 2021, 02:49 PM IST

ମୁମ୍ବାଇ: ବିଳମ୍ବିତ ରାତିରେ ବଦଳିଗଲା ବିଗ୍‌ ବି'ଙ୍କ ମୁଡ୍‌। ହଠାତ୍‌ ଦେଖିଲେ ଫୁଟ୍‌ବଲ୍‌ ମ୍ୟାଚ୍‌ ଆଉ ଖାଇଲେ ନାଗିନ୍‌ ସସ୍‌। ଅଧରାତିରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ତାଙ୍କ ଡ୍ରାଇଂ ରୁମ୍‌ରୁ ଏଭଳି କିଛି ଫଟୋ ଶେଆର କରିଛନ୍ତି। ଯାହା ୟୁଜର୍ସଙ୍କ ହୋସ୍‌ ଉଡାଇ ଦେଇଛି। ଏହାକୁ ନେଇ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି।

ବଲିଉଡର ବିଗ୍‌ ବି' ଅମିତାଭ ବଚ୍ଚନ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ କିରଥିବା ଏକ ପୋଷ୍ଟ ୟୁଜର୍ସଙ୍କ ହୋସ୍‌ ଉଡାଇ ଦେଇଛି। ବାସ୍ତବ ଅମିତାମ ବଚ୍ଚନ ବିଳମ୍ବିତରେ ରାତିରେ ନିଜ ଡ୍ରାଇଂ ରୁମ୍‌ରୁ ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ସେ ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖିବା ସହ ଟେବୁଲ ଉପରେ ପାସ୍ତା ସହ ଏକ ସ୍ପେଶଲ ସସ୍‌ ରଖାଯାଇଥିବା ଦେଖିବାକୁ ମିଳିଛି।

ଏହି ସସ୍‌ର ନାଁ ରହିଛି 'ନାଗିନ ସସ୍‌'। ଏହି ଫଟୋ ସହ କ୍ୟାପସନ୍‌ରେ ବିଗ୍‌ ବି' ଲେଖିଛନ୍ତି, 'କାମରୁ ଛୁଟି ମିଳିବା ପରେ ପ୍ରିମିୟର ଲିଗ ଫୁଟବଲ, ପାସ୍ତା, ଫ୍ରେଞ୍ଚ ଫ୍ରାଇଜ୍‌, ଗାର୍ଲିକ ବ୍ରେଡ୍‌ ଏବଂ ନାଗିନ ସସ୍‌। ଓଃ ଏଥିପାଇଁ ମୁଁ ବ୍ୟାକୁଳ ଥିଲି।' ୭୯ ବର୍ଷୀୟ ବିଗ୍‌ ବି'ଙ୍କୁ ଇଟାଲିୟନ୍‌ ଖାଦ୍ୟ ଖାଇବା ବେଶ୍‌ ପସନ୍ଦ।

ଅମିତାଭ ବଚ୍ଚନ ଏହି ପୋଷ୍ଟକୁ ଶେଆର କରିବା ପରେ ସୋଶାଲ ମିଡିଆରେ ୟୁଜର୍ସମାନେ ନାଗିନ ସସ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୟୁଜର୍ସମାନେ ଲଗାତାର ଏହି ପୋଷ୍ଟ ଉପରେ କମେଣ୍ଟ କରୁଛନ୍ତି। 'ନାଗିନ ସସ୍‌' କ'ଣ ବୋଲି ୟୁଜର୍ସମାନେ ବିଗ୍‌ ବି'ଙ୍କୁ ପ୍ରଶ୍ନ କରୁଛନ୍ତି। ଏହାର ଉତ୍ତରରେ ବିଗ୍‌ ବି' କହିଛନ୍ତି, 'ଏହା ଏକ ସୁପର ସସ୍‌। ଏହା ବେଶ୍‌ ଚଟପଟା ଆଉ ରାଗ।'

ସୂଚନା ମୁତାବକ, ଦୀର୍ଘ ଦିନ ପରେ ଅମିତାଭ ବଚ୍ଚନ ଟିଭି ଶୋ' 'କୌନ ବନେଗା କରୋଡପତି' ସିଜିନ୍‌ ୧୩ର ଶୁଟିଂରୁ ଫ୍ରି ହୋଇଛନ୍ତି। ଏହାପରେ ସେ ବିଳମ୍ବିତ ରାତିରେ ଇଟାଲିଅନ୍‌ ଖାଦ୍ୟର ମଜା ନେଇପାରିଛନ୍ତି।

 

View this post on Instagram

 

A post shared by Amitabh Bachchan (@amitabhbachchan)

Related story