ବଡ ବ୍ରାଣ୍ଡ ସହ ସମ୍ପର୍କ ଭାଙ୍ଗିଲେ ବିଗ୍‌ ବି', ଫେରାଇଲେ ଫି'

ମୁମ୍ବାଇ: ଏକ ବଡ଼ ବ୍ରାଣ୍ଡର ହାତ ଛାଡିଲେ ବିଗ୍‌ ବି’। ସମ୍ପର୍କ ଭାଙ୍ଗିଲେ ବଲିଉଡର ମହାନାୟକ। କେବଳ ସେତିକି ନୁହେଁ ସେ ଫି’ ମଧ୍ୟ ଫେରାଇ ଦେଲେ। ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଅନେକ ବିଜ୍ଞାପନ କରନ୍ତି। ତାଙ୍କ ବିଜ୍ଞାପନରୁ ତାଙ୍କ ଫ୍ୟାନ୍‌ ଅନେକ ପ୍ରଭାବିତ ହୁଅନ୍ତି।  ନିକଟରେ ବିଗ୍ ବି’ ଏକ ପାନ୍ ମସାଲା ବିଜ୍ଞାପନ କରିଥିଲା, ଯାହା ପରେ ତାଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ କରାଯାଇଥିଲା। ତେବେ ଆଜି ତାଙ୍କ ଜନ୍ମଦିନରେ ସେ ବଡ […]

Amitabh Bachchan-1

Amitabh Bachchan-1

Madhupriya Mistry
  • Published: Monday, 11 October 2021
  • Updated: 11 October 2021, 01:36 PM IST

Sports

Latest News

ମୁମ୍ବାଇ: ଏକ ବଡ଼ ବ୍ରାଣ୍ଡର ହାତ ଛାଡିଲେ ବିଗ୍‌ ବି'। ସମ୍ପର୍କ ଭାଙ୍ଗିଲେ ବଲିଉଡର ମହାନାୟକ। କେବଳ ସେତିକି ନୁହେଁ ସେ ଫି' ମଧ୍ୟ ଫେରାଇ ଦେଲେ।

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଅନେକ ବିଜ୍ଞାପନ କରନ୍ତି। ତାଙ୍କ ବିଜ୍ଞାପନରୁ ତାଙ୍କ ଫ୍ୟାନ୍‌ ଅନେକ ପ୍ରଭାବିତ ହୁଅନ୍ତି।  ନିକଟରେ ବିଗ୍ ବି' ଏକ ପାନ୍ ମସାଲା ବିଜ୍ଞାପନ କରିଥିଲା, ଯାହା ପରେ ତାଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ କରାଯାଇଥିଲା। ତେବେ ଆଜି ତାଙ୍କ ଜନ୍ମଦିନରେ ସେ ବଡ ନିଷ୍ପତ୍ତି ନେଇଛନ୍ତି। ବିଗ୍ ବି' ଏହି ପାନ୍ ମସାଲା ବ୍ରାଣ୍ଡ ସହିତ ହୋଇଥିବା ଚୁକ୍ତିନାମାକୁ ବାତିଲ କରିଦେଇଛନ୍ତି। ଏନେଇ ଅମିତାଭ ନିଜେ ସୂଚନା ଦେଇଛନ୍ତି।

ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ତାଙ୍କର ଲାଟେଷ୍ଟ ବ୍ଲଗ୍ ସେୟାର କରି ବଡ ନିଷ୍ପତ୍ତି ବିଷୟରେ କହିଛନ୍ତି। ସମସ୍ତ ସମାଲୋଚନା ମଧ୍ୟରେ ଅମିତାଭ ବଚ୍ଚନ ‘କମଲା ପସନ୍ଦ’ ସହିତ ଚୁକ୍ତି ଶେଷ କରି ଦେଇଛନ୍ତି। ‘କମଲା ପସନ୍ଦ’ ଗୁଟଖାର ବିଜ୍ଞାପନରୁ ସେ ଓହରି ଯାଇଥିବା ନେଇ ତାଙ୍କ ବ୍ଲଗରେ ସୂଚନା ଦେଇଛନ୍ତି।

ଅମିତାଭ ସୋସିଆଲ ମିଡିଆରେ ‘କମଲା ପସନ୍ଦ’ ଗୁଟଖା ବିଜ୍ଞାପନ ପାଇଁ ବହୁ ସମାଲୋଚନାର ଶିକାର ହେଉଥିଲେ। ସୋସିଆଲ ମିଡିଆରେ ଏହା ସହ ଜଡିତ କିଛି ସମାଲୋଚନାର ସେ ବ୍ୟକ୍ତିଗତ ଭାବରେ ପ୍ରତିକ୍ରିୟା ଦେଉଥିଲେ। କିନ୍ତୁ ଶେଷରେ ସେ ‘କମଲା ପସନ୍ଦ’ ସହିତ ଆଉ କୌଣସି କଣ୍ଟ୍ରାକ୍ଟ ସାଇନ୍ ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

କିଛି ଦିନ ପୂର୍ବେ ଅମିତାଭ ବଚ୍ଚନ ଏବଂ ଜାତୀୟ ତମାଖୁ ବିଲୋପ ସଂଗଠନର ସଭାପତି ଶେଖର ସାଲକରଙ୍କୁ ଏକ ଚିଠି ଲେଖାଯାଇଥିଲା। ଚିଠିରେ କୁହାଯାଇଥିଲା ଯେ, ଅନୁସନ୍ଧାନରୁ ଜଣାପଡିଛି ଯେ ତମାଖୁ ଏବଂ ପ୍ୟାନ ମସାଲା ଭଳି ପଦାର୍ଥ, ବ୍ୟକ୍ତି ବିଶେଷ କରି ଯୁବକଙ୍କ ସ୍ୱାସ୍ଥ୍ୟ ଉପରେ ଖାରାପ ପ୍ରଭାବ ପକାଉଛି। ତେଣୁ  ପୋଲିଓ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଥିବା ବିଗ୍ ବି ତୁରନ୍ତ ଏହି ବିଜ୍ଞାପନରୁ ଓହରିଯିବା ଉଚିତ୍।

ଗତ ମାସରେ ଜଣେ ପ୍ରଶଂସକ ଅମିତାଭ ବଚ୍ଚନଙ୍କୁ ସୋସିଆଲ ମିଡିଆରେ ସେ ଏହି ବ୍ରାଣ୍ଡକୁ କାହିଁକି ସମର୍ଥନ କରିବାକୁ ପସନ୍ଦ କଲେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ବିଗ୍‌ ବି' 'ମୁଁ କ୍ଷମା ପ୍ରାର୍ଥନା କରୁଛି' ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story