ବିଗ୍‌ ବି'ଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା! ଟ୍ୱିଟ୍‌ କରି ଏମିତି ଦେଲେ ସୂଚନା

ମୁମ୍ବାଇ: ବଲିଉଡର ମହାନାୟକ ଅସୁସ୍ଥ। ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା। ଏକଥା ଆମେ କହୁନି ବିଗ୍‌ ବି’ ନିଜେ ଗତକାଲି ରାତିରେ ଏଭଳି କିଛି ଟ୍ୱିଟ୍‌ କରିଛନ୍ତି। ଏହାପରେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ତାଙ୍କ ଫ୍ୟାନ୍‌ମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ପ୍ରକୃତରେ ରବିବାର ରାତିରେ ଅମିତାଭ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍‌ କରି କହିଛନ୍ତି, ‘ ମୋ ହାର୍ଟ ବିଟ୍‌ ବଢ଼ି ଯାଉଛି। ମୁଁ ଚିନ୍ତିତ ଅନୁଭବ କରୁଛି। ଆଶା କରୁଛି […]

Amitabh Bachchan

Madhupriya Mistry
  • Published: Monday, 28 February 2022
  • , Updated: 28 February 2022, 05:50 PM IST

ମୁମ୍ବାଇ: ବଲିଉଡର ମହାନାୟକ ଅସୁସ୍ଥ। ବିଗ୍‌ ବି' ଅମିତାଭ ବଚ୍ଚନଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା। ଏକଥା ଆମେ କହୁନି ବିଗ୍‌ ବି' ନିଜେ ଗତକାଲି ରାତିରେ ଏଭଳି କିଛି ଟ୍ୱିଟ୍‌ କରିଛନ୍ତି। ଏହାପରେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ତାଙ୍କ ଫ୍ୟାନ୍‌ମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହୋଇପଡିଛନ୍ତି।

ପ୍ରକୃତରେ ରବିବାର ରାତିରେ ଅମିତାଭ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍‌ କରି କହିଛନ୍ତି, ' ମୋ ହାର୍ଟ ବିଟ୍‌ ବଢ଼ି ଯାଉଛି। ମୁଁ ଚିନ୍ତିତ ଅନୁଭବ କରୁଛି। ଆଶା କରୁଛି ସବୁ କିଛି ଠିକ୍‌ ହୋଇଯିବ।' ଏହି ଟ୍ୱିଟ୍‌ ସାମ୍ନାକୁ ଆସିବା ପରେ ଅମିତାଭ ବଚ୍ଚନ ଅସୁସ୍ଥ ଥିବା ନେଇ ଚର୍ଚ୍ଚା ହେଉଛି। ତାଙ୍କ ଫ୍ୟାନ୍‌ମାନେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା ମଧ୍ୟ କରିଛନ୍ତି। ଅନେକ ଲୋକେ କ'ଣ ହୋଇଛି ବୋଲି ବିଗ୍‌ ବି'ଙ୍କୁ କେମଣ୍ଟରେ ପ୍ରଶ୍ନ କରିଛନ୍ତି। କିନ୍ତୁ ତାଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନି।

https://twitter.com/SrBachchan/status/1497976063615717377?s=20&t=5MzzG-j1ZbrmWsl_QYkeBA

ତେବେ ଟ୍ୱିଟର୍‌ ମାଧ୍ୟମରେ ବିଗ୍‌ ବି' ଉତ୍ତର ଦେଇନଥିଲେ ସୁଦ୍ଧା ନିଜ ବ୍ଲଗ ମାଧ୍ୟମରେ ଫ୍ୟାନ୍‌ମାନଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ ପୂରାପୁରି ସୁସ୍ଥ ଥିବା କହିଛନ୍ତି। ଅମିତାଭ କହିଛନ୍ତି, 'ସାରା ଦିନ ମୁଁ ମୋ କାମରେ ବ୍ୟସ୍ତ ଥିଲି ଏବଂ ସୁଟିଂ ସହ ଡିପ୍ରେସନରେ ଥିଲି। ଆଗକୁ ଖେଳାଯିବାକୁ ଥିବା ଫୁଟବଲ୍‌ ମ୍ୟାଚ୍‌ରେ ତାଙ୍କ ଫେଭରେଟ୍‌ ଟିମ୍‌ ଚେଲ୍ସି ଖେଳିବାକୁ ଯାଉଛି। ତେଣୁ ଏହି କାରଣ ଯୋଗୁଁ ତାଙ୍କ ହାର୍ଟବିଟ୍‌ ବଢ଼ି ଯାଉଛି, ସେ ଚିନ୍ତିତ ଅଛନ୍ତି।'

ବଲିଉଡ୍‌ର ବିଗ୍‌ ବି ତଥା ଅମିତାଭ ବଚ୍ଚନଙ୍କ ବୟସ ୮୦ ବର୍ଷରେ ପହଞ୍ଚି ସାରିଲାଣି। ଏହି ବୟସରେ ମଧ୍ୟ ସେ କଠିନ ପରିଶ୍ରମ କରୁଛନ୍ତି । ସେ ସୁଟିଂ ସେଟ୍‌ରେ ୧୨ ଘଣ୍ଟା କାମ କରିବା ବ୍ୟତୀତ ନିଜ କାମକୁ ନେଇ କେବେ ବି ହେଳା କରନ୍ତି ନାହିଁ। ଅତୀତରେ ତାଙ୍କର ପୂରା ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ବିଗ୍‌ ବିଙ୍କ ଏଭଳି  ଟ୍ୱିଟ୍‌ ପୁଣି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଏବେ କିନ୍ତୁ ଅମିତାଭ ବଚ୍ଚନ ସୁସ୍ଥ ଥିବା ନିଜେ ସ୍ପଷ୍ଟ କରିବା ପରେ ତାଙ୍କ ଫ୍ୟାନମାନେ ଶାନ୍ତିର ନିଶ୍ୱାସ ନେଇଛନ୍ତି।

ଆଗକୁ ଅମିତାଭ ବଚ୍ଚନଙ୍କ ଅପ୍‌କମିଂ ଫିଲ୍ମ 'ଝୁଣ୍ଡ' ଅସିବାକୁ ଯାଉଛି। ଏହି ଫିଲ୍ମକୁ ଦୀର୍ଘ ଦିନ ଧରି ଫ୍ୟାନ୍‌ମାନେ ଅପେକ୍ଷା କରିଥିଲେ। ମାର୍ଚ୍ଚ ୪ ତାରିଖରେ ବଡ ପରଦାରେ ଫିଲ୍ମଟି ରିଲିଜ ହେବ। ଏଥିରେ ଅମିତାଭଙ୍କୁ ଜଣେ ଟିମ୍‌ ଲିଡର ଭାବେ ଦେଖିବାକୁ ମିଳିବ।

Related story