ପାୱାର ଷ୍ଟାର୍‌ ପୁନିତଙ୍କ ଦେହାନ୍ତକୁ ନେଇ ଏମିତି କହିଲେ ବିଗ୍‌ ବି'

ମୁମ୍ବାଇ: କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ଶୁକ୍ରବାର ହୃଦ୍‌ଘାତରେ ଦେହାନ୍ତ ହୋଇଛି। ଏହି ଖବର ସାଉଥ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ବଲିଉଡ ଯାଏଁ ସମସ୍ତଙ୍କୁ ଦୁଃଖି କରିଦେଇଛି। ସୋଶାଲ ମିଡିଆରେ ଅନେକ ସେଲେବ୍ରିଟି ପୋଷ୍ଟ ଶେୟାର କରି ନିଜ ଦୁଃଖ ପ୍ରକାଣ କରୁଛନ୍ତି। ଏହାରି ଭିତରେ ଏବେ ବଲିଉଡର ମହାନାୟକ ଅମିତାମ ବଚ୍ଚନ ମଧ୍ୟ ପୁନିତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଭାବବିହ୍ୱଳ ହୋଇପଡିଛନ୍ତି। ବିଗ୍‌ ବି ସୋଶାଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ପୁନିତ୍‌ଙ୍କ […]

Amitabh Bachchan on Punit

Madhupriya Mistry
  • Published: Saturday, 30 October 2021
  • , Updated: 30 October 2021, 12:52 PM IST

ମୁମ୍ବାଇ: କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ଶୁକ୍ରବାର ହୃଦ୍‌ଘାତରେ ଦେହାନ୍ତ ହୋଇଛି। ଏହି ଖବର ସାଉଥ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ବଲିଉଡ ଯାଏଁ ସମସ୍ତଙ୍କୁ ଦୁଃଖି କରିଦେଇଛି। ସୋଶାଲ ମିଡିଆରେ ଅନେକ ସେଲେବ୍ରିଟି ପୋଷ୍ଟ ଶେୟାର କରି ନିଜ ଦୁଃଖ ପ୍ରକାଣ କରୁଛନ୍ତି। ଏହାରି ଭିତରେ ଏବେ ବଲିଉଡର ମହାନାୟକ ଅମିତାମ ବଚ୍ଚନ ମଧ୍ୟ ପୁନିତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଭାବବିହ୍ୱଳ ହୋଇପଡିଛନ୍ତି।

ବିଗ୍‌ ବି ସୋଶାଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ପୁନିତ୍‌ଙ୍କ ହଠାତ ଦେହାନ୍ତ ତାଙ୍କୁ ଏକ ଶକ୍ତ ଧକ୍କା ଦେଇଛି ବୋଲି କହିଛନ୍ତି। ବିଗ୍‌ ବି' ତାଙ୍କ ବ୍ଲଗର ଏକ ପୋଷ୍ଟରେ କହିଛନ୍ତି, 'ତାଙ୍କର ଦୁଇ ଘନିଷ୍ଠ ବନ୍ଧୁ ପୁନିତ ଏବଂ ପରିବାରର ଜଣେ ବନ୍ଧୁଙ୍କ ଦେହାନ୍ତରେ ସେ ଅତ୍ୟନ୍ତ ଦୁଃଖିତ। ଆଜି ଦୁଇ ଘନିଷ୍ଠ ପ୍ରିୟଜନଙ୍କର ଦେହାନ୍ତ ହୋଇଛି। ମୁଁ ମୋ ଶବ୍ଦରେ ଦୁଃଖ ବର୍ଣ୍ଣନା କରିପାରିବି ନାହିଁ। ଜଣଙ୍କର ଦେହାନ୍ତ ଖବର ତ ଅତ୍ୟନ୍ତ ଚକିତକର।'

ସେ ଆହୁରି ଲେଖିଛନ୍ତି, 'କନ୍ନଡ ସିନେମା ଜଗତର କିମ୍ବଦନ୍ତୀ ରାଜକୁମାରଙ୍କ ସାନ ପୁଅ ପୁନିତ ରାଜକୁମାରଙ୍କ ଦେହାନ୍ତ ହୋଇଛି। ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା ଏବଂ ଆମେ ସମସ୍ତେ ଏହି ଖବର ଶୁଣି ଚକିତ ହୋଇଯାଇଛୁ। ରାଜକୁମାରଙ୍କ ପରିବାର ସର୍ବଦା ଆମର ଅତି ନିକଟତର ରହିଆସିଛି। ମୋ ତାରଫରୁ  ତାଙ୍କ ପରବାରକୁ ପ୍ରାର୍ଥନା ଏବଂ ସମବେଦନା।' ବିଗ୍‌ ବି ବ୍ଲଗରେ କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ଅନ୍ୟ ଜଣେ ପରିବାରିକ ବନ୍ଧୁଙ୍କ ମା' ଥିଲେ।'

ସୂଚନା ମୁତାବକ ପୁନିତ ରାଜକୁମାରଙ୍କ ଗତକାଲି ଦେହାନ୍ତ ହୋଇଛି।  ଡାକ୍ତରଙ୍କ କହିବା ମୁତାବକ, ସେ ଜିମ୍‌ରେ ଦୁଇ ଘଣ୍ଟା ବ୍ୟାୟାମ କରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ପୁନିତଙ୍କୁ ବିକ୍ରମ ହସ୍ପିଟାଲ ନିଆଯାଇଥିଲା। ସେଠାରେ କିଛି ସମୟରେ ତାଙ୍କର ମୃତ୍ୟୃ ହୋଇଥିଲା।

ତାଙ୍କୁ  ମୃତ୍ୟୁକୁ ନେଇ ସାଉଥଷ୍ଟାର ଏବଂ ବଲିଉଡ ଷ୍ଟାରଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଏଥିସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ, କେନ୍ଦ୍ରମନ୍ତ୍ରୀ ନିର୍ମଲା ସୀତାରମଣ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ୍‌ କେ ଷ୍ଟାଲିନ୍‌ ଏବଂ କରେଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍‌ ମଧ୍ୟ ପୁନିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପୁନିତଙ୍କର ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ପାଳନ କରାଯିବ। ତାଙ୍କ ମୃତଦେହକୁ ବେଙ୍ଗାଲୁରୁର କାନ୍ତିରାଓ ଷ୍ଟାଡିୟମରେ ରଖାଯାଇଛି। ଯେଉଁଠାରେ ଶେଷ ଦର୍ଶନ ପାଇଁ ପ୍ରଶଂସକଙ୍କ ପ୍ରଭଳ ଭିଡ ଜମିଛି।

Related story