୫୨ ବର୍ଷ ପୁରୁଣା କଥା ମନେ ପକାଇଲେ ବିଗ୍ ବି

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ସେ ୫୨ ବର୍ଷ ପଛକୁ ଫେରିଯାଇଛନ୍ତି। ପୁରୁଣା କଥାକୁ ମନେ ପକାଇଛନ୍ତି ବିଗ୍ ବି। ସେ ସୋଶାଲ ମିଡିଆରେ ଜରିଆରେ ୫୨ ବର୍ଷ ତଳର ଏକ ଫଟୋକୁ ସେଆର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି। ବିଗ୍ ବି ନିଜ ଇନ୍‌ଷ୍ଟାଗ୍ରାମରେ ଏକ ବ୍ଲାକ ଆଣ୍ଟ ହ୍ୱାଇଟ ଫଟୋକୁ ସେଆର କରିଛନ୍ତି। ଏଥିରେ ଅମିତାଭ ମୁଣ୍ଡରେ ରାଜସ୍ତାନୀ ପଗଡି ପିନ୍ଧିଥିବା ବେଳେ ବେକରେ ଏକ ହାର ଲଗାଇଛନ୍ତି। ପୁରାପୁରି ରାଜସ୍ତାନୀ […]

Amitabh Bachchan

Madhupriya Mistry
  • Published: Sunday, 18 July 2021
  • , Updated: 18 July 2021, 05:38 PM IST

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ସେ ୫୨ ବର୍ଷ ପଛକୁ ଫେରିଯାଇଛନ୍ତି। ପୁରୁଣା କଥାକୁ ମନେ ପକାଇଛନ୍ତି ବିଗ୍ ବି। ସେ ସୋଶାଲ ମିଡିଆରେ ଜରିଆରେ ୫୨ ବର୍ଷ ତଳର ଏକ ଫଟୋକୁ ସେଆର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି।

ବିଗ୍ ବି ନିଜ ଇନ୍‌ଷ୍ଟାଗ୍ରାମରେ ଏକ ବ୍ଲାକ ଆଣ୍ଟ ହ୍ୱାଇଟ ଫଟୋକୁ ସେଆର କରିଛନ୍ତି। ଏଥିରେ ଅମିତାଭ ମୁଣ୍ଡରେ ରାଜସ୍ତାନୀ ପଗଡି ପିନ୍ଧିଥିବା ବେଳେ ବେକରେ ଏକ ହାର ଲଗାଇଛନ୍ତି। ପୁରାପୁରି ରାଜସ୍ତାନୀ ଲୁକ୍‌ରେ ନଜର ଆସିଛନ୍ତି ବିଗ୍ ବି। ଏହି ଫଟୋକୁ ସେ ସେଆର କରି ଲେଖିଛନ୍ତି, ‘ରେସମ୍ ଔର ସାରା’ ଫିଲ୍ମ ପାଇଁ ମୋର ଲୁକ୍ ଟେଷ୍ଟ।୧୯୬୯..ମୁଁ ଏହି ଫିଲ୍ମ ପାଇଁ ସିଲେକ୍ଟ ହୋଇଯାଇଥିଲି।’

ବିଗ୍ ବିଙ୍କ ଏହି ପୁରୁଣା ଫଟୋରେ ତାଙ୍କର ପ୍ରଶଂସକମାନେ ବିଭିନ୍ନ କମେଣ୍ଟ କରିଛନ୍ତି। କେହି କେହି ତାଙ୍କୁ ଅଭିନେତା ସୋନୁ ସୁଦଙ୍କ ତୁଳନା କରିଛନ୍ତି। ସେପଟେ ଖୋଦ୍ ସୋନୁ ସୁଦ ମଧ୍ୟ ବିଗ୍ ବିଙ୍କ ଏହି ଫଟୋରେ କମେଣ୍ଟ କରିଛନ୍ତି। ଅମତାଭ ସୋନୁ ସୁଦଙ୍କ ଭଳି ଦେଖାଯାଉଥିବା ନେଇ ଅନେକ ୟୁଜର୍ସ କହିଛନ୍ତି।

ଅମିତାଙ୍କ ନାତୁଣୀ ନବ୍ୟା ନନ୍ଦା, ରଣବୀର ସିଂହ, ସିର୍ଦ୍ଧାନ୍ତ କପୁର ସହିତ ଅନ୍ୟ ସେଲେବ୍ରିଟିମାନେ ମଧ୍ୟ ଫଟୋରେ ପ୍ରତିକ୍ରିୟା ଦେଇଛନ୍ତି।

ସୂଚନା ମୁତାବକ ଅମିତାଭ ଏବେ ଭାରି ବ୍ୟସ୍ତ। ତାଙ୍କ ହାତରେ ‘ବ୍ରହ୍ମାସ୍ତ୍ର’, ‘ଚେହରେ’, ‘ଝୁଣ୍ଡ’ ‘ମେ’ଡେ’, ‘ଅଲବିଦା’ ଏବଂ ହଲିଉଡ ଫିଲ୍ମ ‘ଦ ଇଣ୍ଟର୍ଣ୍ଣ’ର ରିମେକ ରହିଛି।

 

View this post on Instagram

 

A post shared by Amitabh Bachchan (@amitabhbachchan)

Related story