ଅଭିନେତା ଅମୋଲ ପାଲେକର ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍‌ ଅନ୍ୟତମ ପ୍ରସିଦ୍ଧ ତଥା ଭେଟେରାନ୍ ଅଭିନେତା ଅମୋଲ ପାଲେକର (୭୭) ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ପୁନେ ସ୍ଥିତ ଦୀନାନାଥ ମଙ୍ଗେଶକର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ପତ୍ନୀ ସନ୍ଧ୍ୟା ଗୋଖଲେ ଏହି ସୂଚନା ଦେଇଛନ୍ତି। ତେବେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ସନ୍ଧ୍ୟା କହିଛନ୍ତି। ସେ କହିଛନ୍ତି, ଅମୋଲ ପାଲେକରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କିଛି ଚିନ୍ତା କରିବାର ନାହିଁ। ସେ ସୁସ୍ଥ ହେଉଛନ୍ତି। ପୂର୍ବାପେକ୍ଷା ତାଙ୍କ ଅବସ୍ଥାରେ ସୁଧାର ଆସିଛି। ସନ୍ଧ୍ୟା କହିଛନ୍ତି, […]

Amol Palker

Jitendra Garnayak
  • Published: Thursday, 10 February 2022
  • , Updated: 10 February 2022, 06:48 PM IST

ମୁମ୍ବାଇ: ବଲିଉଡ୍‌ ଅନ୍ୟତମ ପ୍ରସିଦ୍ଧ ତଥା ଭେଟେରାନ୍ ଅଭିନେତା ଅମୋଲ ପାଲେକର (୭୭) ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ପୁନେ ସ୍ଥିତ ଦୀନାନାଥ ମଙ୍ଗେଶକର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ପତ୍ନୀ ସନ୍ଧ୍ୟା ଗୋଖଲେ ଏହି ସୂଚନା ଦେଇଛନ୍ତି। ତେବେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ସନ୍ଧ୍ୟା କହିଛନ୍ତି।

ସେ କହିଛନ୍ତି, ଅମୋଲ ପାଲେକରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କିଛି ଚିନ୍ତା କରିବାର ନାହିଁ। ସେ ସୁସ୍ଥ ହେଉଛନ୍ତି। ପୂର୍ବାପେକ୍ଷା ତାଙ୍କ ଅବସ୍ଥାରେ ସୁଧାର ଆସିଛି।

ସନ୍ଧ୍ୟା କହିଛନ୍ତି, ପୁରୁଣା ରୋଗ ଯୋଗୁ ଅମୋଲଙ୍କ ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା। କିନ୍ତୁ ଏବେ ସବୁ ଭଲ ଅଛି।

୧୯୭୧ରେ ମରାଠୀ ଫିଲ୍ମ ‘ଶାନ୍ତାଟା! କୋର୍ଟ ଚାଲୁ ଆହେ’ରୁ କ୍ୟାରିୟର ଆରମ୍ଭ କରିଥିଲେ ଅମୋଲ ପାଲେକର। ତାଙ୍କ ପ୍ରଥମ ବଲିଉଡ୍ ଫିଲ୍ମ ହେଉଛି ‘ରଜନୀଗନ୍ଧା’। ୧୯୭୪ରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ବାସୁ ଭଟ୍ଟାଚାର୍ଯ୍ୟ ତିଆରି କରିଥିଲେ। ତାଙ୍କର ଅନ୍ୟ ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି ‘ଗୋଲ୍‌ମାଲ୍‌’, ‘ଶ୍ରୀମାନ୍ ଶ୍ରୀମତି’, ‘ଚିତ୍‌ଚୋର୍‌’, ‘ବାତୋ ବାତୋ ମେଁ’, ‘ଛୋଟି ସି ବାତ୍‌’, ‘ନରମ ଗରମ’, ‘ଖାମୋଶ’ ଓ ‘ବାତ୍ ବନ୍ ଯାଏ’। ସେ ହିନ୍ଦୀ ଓ ମରାଠୀ ବ୍ୟତୀତ କିଛି କନ୍ନଡ଼, ତେଲୁଗୁ, ବଙ୍ଗାଳି ଓ ମଲାୟାଲାମ ଫିଲ୍ମ କରିଛନ୍ତି।

Related story