ଆସିଲେନି, ସମୟ ମାଗିଲେ ଅନନ୍ୟା

ମୁମ୍ବାଇ: ଆର୍ଯ୍ୟନ ଖାନ୍‌ ଡ୍ରଗ୍ସ ମାମଲରେ ହରଡଘଣାରେ ପଡିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ତାଙ୍କ ସହ ଆର୍ଯ୍ୟନ୍‌ଙ୍କ ଚାଟିଂ ଏବଂ ଡ୍ରଗ୍ସ କନେକସନ ସାମ୍ନାକୁ ଆସିବା ପରେ ଏନ୍‌ସିବି ତାଙ୍କୁ ଘନ ଘନ ଜେରା କରୁଛି। ଏପରିକି ଦୁଇ ଥର ସେ ଏନ୍‌ସିବି ଅଫିସ ଡାକି ପଚରାଉଚରା କରାଯାଇସାରିଲାଣି। ଆଜି ପୁଣି ସେ ଏନ୍‌ସିବି ଅଫିସ ଆସିଥିଲା। ଏଥିପାଇଁ ଅନନ୍ୟାଙ୍କୁ ସମନ ମଧ୍ୟ ଜାରି ହୋଇଥିଲା। କିନ୍ତୁ ଡାକରା ପରେ ବି ସେ ଆଜି ହାଜର ହୋଇନାହାନ୍ତି। […]

Ananya Pandey-1

Madhupriya Mistry
  • Published: Monday, 25 October 2021
  • , Updated: 25 October 2021, 06:03 PM IST

ମୁମ୍ବାଇ: ଆର୍ଯ୍ୟନ ଖାନ୍‌ ଡ୍ରଗ୍ସ ମାମଲରେ ହରଡଘଣାରେ ପଡିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ତାଙ୍କ ସହ ଆର୍ଯ୍ୟନ୍‌ଙ୍କ ଚାଟିଂ ଏବଂ ଡ୍ରଗ୍ସ କନେକସନ ସାମ୍ନାକୁ ଆସିବା ପରେ ଏନ୍‌ସିବି ତାଙ୍କୁ ଘନ ଘନ ଜେରା କରୁଛି। ଏପରିକି ଦୁଇ ଥର ସେ ଏନ୍‌ସିବି ଅଫିସ ଡାକି ପଚରାଉଚରା କରାଯାଇସାରିଲାଣି। ଆଜି ପୁଣି ସେ ଏନ୍‌ସିବି ଅଫିସ ଆସିଥିଲା। ଏଥିପାଇଁ ଅନନ୍ୟାଙ୍କୁ ସମନ ମଧ୍ୟ ଜାରି ହୋଇଥିଲା। କିନ୍ତୁ ଡାକରା ପରେ ବି ସେ ଆଜି ହାଜର ହୋଇନାହାନ୍ତି।

୨୨ ବର୍ଷୀୟ ଅନନ୍ୟା ପେଶାଦାର କମିଟମେଣ୍ଟ କାରଣ ଦର୍ଶାଇ ଏନ୍‌ସିବି ଆଗରେ ହାଜର ହୋଇନଥିବା ଜଣାପଡିଛି। ଏଥିସହ ସେ ଏଥିପାଇଁ ସମୟ ମାଗିଥିବା ଜଣାପଡିଛି। ଏହାପୂର୍ବରୁ ଗୁରୁବାର ଏବଂ ଶୁକ୍ରବାର ଦିନ ସେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ବାସ୍ତବରେ ଅନନ୍ୟାଙ୍କ ନାଁ ଡ୍ରଗ୍ ମାମଲାରେ ଆର୍ଯ୍ୟନ୍ ଖାନଙ୍କ ଫୋନରୁ ମିଳିଥିବା ହ୍ୱାଟସ୍‌ ଆପ୍ ଚାଟିଂରେ ଆସିଥିଲା। ତେଣୁ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା। ଡ୍ରଗ୍ ଆଣ୍ଟି ଏଜେନ୍ସି ଦ୍ୱାରା ଏହି ଚାଟ୍‌ର ପୂରା ବିବରଣୀ ଜାରି କରାଯାଇଥିଲା। ତଦନ୍ତ ଏଜେନ୍ସି ମୁତାବକ, ଅନନ୍ୟାଙ୍କୁ ପୁଣି ଥରେ ପଚରାଉଚରା ପାଇଁ ଡକାଯାଇପାରେ, କାରଣ ତାଙ୍କ ଉତ୍ତର ସନ୍ତୋଷଜନକ ନୁହେଁ।

ଗତ ସପ୍ତାହର ଗୁରୁବାର ଦିନ ଏନ୍‌ସିବିର ଏକ ଟିମ୍‌ ଅନନ୍ୟାଙ୍କ ଘରେ ପହଞ୍ଚିଥିଲା। ତାଙ୍କ ଲାପଟପ୍‌ ଓ ଦୁଇଟି ଫୋନ୍‌ ଜବତ କରିଥିଲା ଏନ୍‌ସିବି। ଏହାପରେ ସନ୍ଧ୍ୟାରେ ପଚରାଉଚରା ପାଇଁ ତାଙ୍କୁ ଡକାଯାଇଥିଲା।

ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଯାହା ଜଣାପଡ଼ିଛି, ଅନନ୍ୟାଙ୍କ ବିରୋଧରେ ଏନ୍‌ସିବିକୁ ସେମିତି କିଛି ପ୍ରମାଣ ମିଳିପାରି ନାହିଁ। ସେହି ହ୍ୱାଟ୍ସଆପ୍ ଚାଟ୍‌ ମେସେଜ୍ ଛଡ଼ା ଏନ୍‌ସିବି ପାଖରେ ଆଉ କିଛି ନାହିଁ। ସେଥିପାଇଁ ଏହି କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଅନନ୍ୟାଙ୍କୁ ବାରମ୍ବାର ପଚରାଉଚରା ପାଇଁ ଡକାଯାଉଛି।

ସୂଚନା ଅନୁଯାୟୀ, ୨୦୧୮-୧୯ରେ ଅନନ୍ୟା କିଛି ଡ୍ରଗ୍ସ ବିକ୍ରେତା ଓ ଯୋଗାଣକାରୀଙ୍କ ଫୋନ୍ ନମ୍ବର ଆର୍ଯ୍ୟନ ଖାଁଙ୍କୁ ଦେଇଥିଲେ। ଆର୍ଯ୍ୟନଙ୍କ ହ୍ୱାଟ୍ସଆପ୍ ଚାଟ୍‌ରୁ ଏନ୍‌ସିବି ଏହି ତଥ୍ୟ ପାଇଥିବା ବେଳେ ଅନନ୍ୟା ଏହାକୁ ଖଣ୍ଡନ କରୁଛନ୍ତି।

Related story