ଜନ୍ମଦିନ ଭେଟି, ରଣବୀରଙ୍କ ଆଙ୍ଗ୍ରି ଲୁକ୍‌

ମୁମ୍ବାଇ: ବଲିଉଡର ମୋଷ୍ଟ ହ୍ୟାଣ୍ଡସମ ବୟ ରଣବୀର କପୁର। ଆଜି ତାଙ୍କ ୩୯ତମ ଜନ୍ମଦିନ। ଏହି ଅବସରରେ ସାମ୍ନାକୁ ଆସିଛି ତାଙ୍କ ଆଙ୍ଗ୍ରି ଲୁକ୍‌। ଲମ୍ବା କେଶ ସାଙ୍ଗକୁ ପୂରାପୁରି ଡିଫରେଣ୍ଟ ଲୁକ୍‌ରେ ନଜର ଆସିଛନ୍ତି ରଣବୀର। ସେ ସାଜିଛନ୍ତି ଡାକୁ ‘ଶମ୍‌ଶେର’। ରଣବୀରଙ୍କ ଜନ୍ମ ଦିନ ଅବସରରେ ରିଲିଜ ହୋଇଛି ତାଙ୍କ ଅପ୍‌କମିଂ ଫିଲ୍ମ ‘ଶମ୍‌ଶେର’ର ପୋଷ୍ଟର। ଏଥିରେ ତାଙ୍କର ଲୁକ୍‌କୁ ରିଭିଲ୍‌ କରାଯାଇଛି। ୟଶରାଜ ବ୍ୟାନ୍‌ର ତରଫରୁ ପ୍ରଶଂସକଙ୍କୁ ଏହି ଭେଟି ଦିଆଯାଇଛି। ଏହି […]

Ranbir kapoor

Ranbir kapoor

Madhupriya Mistry
  • Published: Tuesday, 28 September 2021
  • Updated: 28 September 2021, 05:57 PM IST

Sports

Latest News

ମୁମ୍ବାଇ: ବଲିଉଡର ମୋଷ୍ଟ ହ୍ୟାଣ୍ଡସମ ବୟ ରଣବୀର କପୁର। ଆଜି ତାଙ୍କ ୩୯ତମ ଜନ୍ମଦିନ। ଏହି ଅବସରରେ ସାମ୍ନାକୁ ଆସିଛି ତାଙ୍କ ଆଙ୍ଗ୍ରି ଲୁକ୍‌। ଲମ୍ବା କେଶ ସାଙ୍ଗକୁ ପୂରାପୁରି ଡିଫରେଣ୍ଟ ଲୁକ୍‌ରେ ନଜର ଆସିଛନ୍ତି ରଣବୀର। ସେ ସାଜିଛନ୍ତି ଡାକୁ 'ଶମ୍‌ଶେର'।

ରଣବୀରଙ୍କ ଜନ୍ମ ଦିନ ଅବସରରେ ରିଲିଜ ହୋଇଛି ତାଙ୍କ ଅପ୍‌କମିଂ ଫିଲ୍ମ 'ଶମ୍‌ଶେର'ର ପୋଷ୍ଟର। ଏଥିରେ ତାଙ୍କର ଲୁକ୍‌କୁ ରିଭିଲ୍‌ କରାଯାଇଛି। ୟଶରାଜ ବ୍ୟାନ୍‌ର ତରଫରୁ ପ୍ରଶଂସକଙ୍କୁ ଏହି ଭେଟି ଦିଆଯାଇଛି। ଏହି ପୋଷ୍ଟରଟି ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି।

ଫିଲ୍ମର ଯେଉଁ ପୋଷ୍ଟର ରିଲିଜ ହୋଇଛି ଏଥିରେ ରଣବୀରଙ୍କ କେବଳ ଆଖି ଦୁଇଟି ଦେଖାଯାଉଛି। ଏଥିସହ ଲମ୍ବା କେଶରେ ନଜର ଆସିଛନ୍ତି ଏହି ଅଭିନେତା। ପୋଷ୍ଟର ସହ ଫିଲ୍ମର ରିଲିଜ ଡେଟ୍‌ ମଧ୍ୟ ଘୋଷଣା ହୋଇଛି। ୨୦୨୨ ମାର୍ଚ୍ଚ ୧୮ରେ ଏହି ଫିଲ୍ମଟି ପରଦାକୁ ଆସିବ।

କରଣ ମଲହୋତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍‌ ରୋଲରେ ରଣବୀର କପୁର ଥିବା ବେଳେ ତାଙ୍କ ଅପୋଜିଟ୍‌ ବାଣୀ କପୁର ଥ ସଞ୍ଜୟ ଦତ୍ତ ନଜର ଆସିବେ। ଆକ୍ସନ ଡ୍ରାମାରେ ଭରପୁର ଏହି ଫିଲ୍ମର ଶୁଟିଂ ପ୍ରାୟ ସରିଲାଣି।

ସୂଚନା ମୁତାବକ, ରଣବୀର କପୁର ନିଜ ଜନ୍ମ ଦିନ ପାଳିବା ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ଜୋଧପୁର ଯାଇଛନ୍ତି। ସେଠାରେ ଦୁହେଁ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି। ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଥିବା ଏଦୁହେଁ ଖୁବଶୀଘ୍ର ବିବାହ କରିବା ନେଇ ମଧ୍ୟ ଶୁଣିବାକୁ ମିଳିଛି।

https://twitter.com/taran_adarsh/status/1442804464516169735?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos