୨୪ କ୍ୟାରେଟ୍ ଗୋଲ୍ଡର ମାଧୁରୀ ଓ ସଲମାନ

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ୍ ଓ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ। ଏ ଦୁଇ ଷ୍ଟାରଙ୍କ ବଲିଉଡରେ ରହିଛି ବେଶ୍ ଦବଦବା। ଦିନ ଥିଲା ଏହି ଦୁହିଁଙ୍କ ଯୋଡି ହୋଇଥିଲା ସୁପର ହିଟ୍ ଯୋଡି। ଲୋକେ ସଲମାନ ଓ ମାଧୁରୀଙ୍କୁ ଏକାଠି ପରଦାରେ ଦେଖିବାକୁ ଭଲ ପାଉଥିଲେ। ଏହି ଦୁଇ ଷ୍ଟାରଙ୍କ ଫ୍ୟାନ୍ ସଂଖ୍ୟା ମଧ୍ୟ ଅଗଣିତ। ନିକଟରେ ଏଭଳି ହିଁ ଜଣେ ଫ୍ୟାନ୍ ସାମ୍ନାକୁ ଆସିଛନ୍ତି ଯିଏ ମାଧୁରୀ ଓ ସଲମାନଙ୍କୁ ଖାଣ୍ଟି ସୁନାରେ […]

Salman-Khan-and-Madhuri-Dixit

Madhupriya Mistry
  • Published: Wednesday, 30 June 2021
  • , Updated: 30 June 2021, 02:51 PM IST

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ୍ ଓ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ। ଏ ଦୁଇ ଷ୍ଟାରଙ୍କ ବଲିଉଡରେ ରହିଛି ବେଶ୍ ଦବଦବା। ଦିନ ଥିଲା ଏହି ଦୁହିଁଙ୍କ ଯୋଡି ହୋଇଥିଲା ସୁପର ହିଟ୍ ଯୋଡି। ଲୋକେ ସଲମାନ ଓ ମାଧୁରୀଙ୍କୁ ଏକାଠି ପରଦାରେ ଦେଖିବାକୁ ଭଲ ପାଉଥିଲେ। ଏହି ଦୁଇ ଷ୍ଟାରଙ୍କ ଫ୍ୟାନ୍ ସଂଖ୍ୟା ମଧ୍ୟ ଅଗଣିତ। ନିକଟରେ ଏଭଳି ହିଁ ଜଣେ ଫ୍ୟାନ୍ ସାମ୍ନାକୁ ଆସିଛନ୍ତି ଯିଏ ମାଧୁରୀ ଓ ସଲମାନଙ୍କୁ ଖାଣ୍ଟି ସୁନାରେ ତିଆରି କରିଛନ୍ତି।

କଳାକାର ଧନରାଜ ସାଗର ଶେଲ୍କେ। ସେ ମାଧୁରୀ ଓ ସଲମାନଙ୍କ ଖାନ୍‌ଙ୍କ ଜଣେ ବଡ଼ ଫ୍ୟାନ୍। ଏଥିଲାଗି ଏହି ଦୁଇ ଷ୍ଟାରଙ୍କ ୧୮ ଓ ୨୪ କ୍ୟାରେଟ୍ ଗୋଲ୍ଟରେ ଅଏଲ୍ ପୋଟ୍ରେଟ୍ ତିଆରି କରିଛନ୍ତି। ଖାଣ୍ଟି ୨୪ କ୍ୟାରେଟ୍ ସୁନାରେ ତିଆରି ଏହି ପେଣ୍ଟିଂ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

[caption id="attachment_655024" align="aligncenter" width="711"] ୨୪ କ୍ୟାରେଟ୍ ସୁନାରେ ତିଆରି ସଲମାନ ଓ ମାଧୁରୀଙ୍କ ପେଣ୍ଟିଂ[/caption]

ଏହି ପେଣ୍ଟିଂରେ ସଲମାନ ନିଜ ବାପା ସଲିମ ଅଲି ଖାନ୍‌ଙ୍କ ସହ ନଜର ଆସିଥିବା ବେଳେ ମାଧୁରୀ ନିଜ ସ୍ୱାମୀ ରାମ ନେନେଙ୍କ ସହ ନଜର ଆସିଛନ୍ତି। ଧନରାଜଙ୍କ ଏହି ପେଣ୍ଟିଂ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଗୋଲ୍ଡ ପେଣ୍ଟିଂକୁ ନେଇ ଧନରାଜ କୁହନ୍ତି, ‘ଭାରତର ସବୁଠାରୁ ଫେଭରେଟ୍ ବଲିଉଡ ଷ୍ଟାର ସଲମାନ ଓ ମାଧୁରୀଙ୍କ ଫଟୋ ତିଆରି କରି ସେ ନିଜକୁ ଧନ୍ୟ ମନେ କରୁଛନ୍ତି। ୨୪ କ୍ୟାରେଟ୍ ସୁନାରେ ତିଆରି ଏହି ପେଣ୍ଟିଂକୁ ଲୋକଙ୍କ ଆଗକୁ ଆଣିବା ବେଶ ଦୁର୍ଲଭ।’

କଳା କ୍ଷେତ୍ରରେ କୌଣସି ଔପଚାରିକ ଶିକା ନଥିବା ସତ୍ତ୍ୱେ ଧନରାଜ ଆଜି ଭାରତର ପ୍ରଥମ ଏଭଳି କଳାକାର ଯିଏ ୧୮ ଏବଂ ୨୪ କ୍ୟାରେଟ୍ ସୁନାରେ ଅଏଲ ପେଣ୍ଟିଂ କରନ୍ତି। ସେ କେବଳ ବଲିଉଡ ନୁହେଁ ଏହାପୂର୍ବରୁ ହଲିଉଡ ସେଲେବ୍ରିଟିଙ୍କ ମଧ୍ୟ ପେଣ୍ଟିଂ କରିସାରିଛନ୍ତି।

ଏହାବ୍ୟତୀତ ସେ ଅନେକ କ୍ରୀଡାବିତ୍‌, ବିଜ୍‌ନେସ ମ୍ୟାନ୍ ଓ କର୍ପୋରେଟସ୍ ମାନଙ୍କ ପେଣ୍ଟିଂ ତିଆରି କରିଛନ୍ତି। ଏଥିପାଇଁ ତାଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ମଧ୍ୟ କରାଯାଇଛି।

Related story