ଏନ୍‌ସିବିକୁ ଝଟ୍‌କା, ଆଉ ଶୁକ୍ରବାର ହାଜିରା ଦେବେନି ଆର୍ଯ୍ୟନ୍‌

ମୁମ୍ବାଇ: ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଝଟ୍‌କା। ଏଣିକି ଆଉ ପ୍ରତି ଶୁକ୍ରବାର ହାଜିରା ଦେବେନି ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ। ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଆର୍ଯ୍ୟନ୍‌ ଖାନଙ୍କୁ ମିଳିଛି ବଡ ଆଶ୍ୱସ୍ତି। ପ୍ରତି ଶୁକ୍ରବାର ଆଉ ତାଙ୍କୁ ଏନ୍‌ସିବି ଅଫିସରେ ହାଜିରା ଦେବାକୁ ପଡିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ। ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ସଂଶୋଧନ ଆବେଦନକୁ ସ୍ୱୀକାର କରି ବମ୍ବେ ହାଇକୋର୍ଟ ତାଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି। ଡ୍ରଗ୍ସ ମାମଲରେ ହେଉଥିବା […]

Aryan Khan

Madhupriya Mistry
  • Published: Wednesday, 15 December 2021
  • , Updated: 15 December 2021, 05:02 PM IST

ମୁମ୍ବାଇ: ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଝଟ୍‌କା। ଏଣିକି ଆଉ ପ୍ରତି ଶୁକ୍ରବାର ହାଜିରା ଦେବେନି ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ। ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଆର୍ଯ୍ୟନ୍‌ ଖାନଙ୍କୁ ମିଳିଛି ବଡ ଆଶ୍ୱସ୍ତି। ପ୍ରତି ଶୁକ୍ରବାର ଆଉ ତାଙ୍କୁ ଏନ୍‌ସିବି ଅଫିସରେ ହାଜିରା ଦେବାକୁ ପଡିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ।

ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ସଂଶୋଧନ ଆବେଦନକୁ ସ୍ୱୀକାର କରି ବମ୍ବେ ହାଇକୋର୍ଟ ତାଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି। ଡ୍ରଗ୍ସ ମାମଲରେ ହେଉଥିବା ତଦନ୍ତରେ ଆର୍ଯ୍ୟନ ଏନ୍‌ସିବିକୁ ସହଯୋଗ କରିବେ। ଦିଲ୍ଲୀରେ ଏବେ ଏହି ତଦନ୍ତ ଚାଲିଛି। ଏନ୍‌ସିବି ଯେତେବେଳେ ଡାକିବ ସେ ତାଙ୍କ ଆଗରେ ହାଜର ହେବେ। କିନ୍ତୁ ଆର୍ଯ୍ୟନ୍‌ଙ୍କୁ ସମନ ପଠାଇବାର ୭୨ ଘଣ୍ଟା ପୂର୍ବରୁ ଏନ୍‌ସିବି ତାଙ୍କୁ ନୋଟିସ୍‌ ଦେବାକୁ ପଡିବ।  ଅନ୍ୟପକ୍ଷରେ, ଆର୍ଯ୍ୟନ ଖାନଙ୍କୁ ସହର ବାହାରେ ଅନ୍ୟ କୌଣସି ସ୍ଥାନକୁ ଯିବା ପୂର୍ବରୁ ଏନସିବିକୁ ଜଣାଇବାକୁ ପଡିବ ବୋଲି କହିଛନ୍ତି କୋର୍ଟ। ଏହି ନିଷ୍ପତ୍ତି ପରେ ଏବେ ଆର୍ଯ୍ୟନ୍‌ଙ୍କୁ ବଡ ଆଶ୍ୱସ୍ତି ମିଳିଛି।

ନିକଟରେ ଜାମିନ ସର୍ତ୍ତାବଳୀରେ ସଂଶୋଧନ କରିବାକୁ ନେଇ ଆର୍ଯ୍ୟନ୍‌ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନ ଅନୁଯାୟୀ, ପ୍ରତ୍ୟେକ ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ହାଜିରା ହଟାଇବାକୁ ଅନୁରୋଧ କରାଯାଇଥିଲା। ଏହି ମାମଲାରେ ଆଜି ଆର୍ଯ୍ୟନଙ୍କ ଓକିଲ ଅମିତ ଦେଶାଇ ଏବଂ ଏନସିବିର ଓକିଲ ଶ୍ରୀରାମ ଶିରଥ କୋର୍ଟରେ ହାଜର ହୋଇଥିଲେ।

ସୂଚନା ମୁତାବକ, ମୁମ୍ବାଇ କ୍ରୁଜ୍‌ ପାର୍ଟି ମାମଲାରେ ଗିରଫ ହୋଇ ୨୬ ଦିନ ଜେଲ୍‌ରେ ରହିବା ପରେ ଅକ୍ଟୋବର ୨୮ରେ ଆର୍ଯ୍ୟନ୍‌ଙ୍କ ଜାମିନ ମିଳିଥିଲା। ବମ୍ବେ ହାଇକୋର୍ଟ ତାଙ୍କୁ ୧୪ଟି ସର୍ତ୍ତ ଅନୁଯାୟୀ ଜାମିନ ପ୍ରଦାନ କରିଥିଲେ। ସେଥିମଧ୍ୟରୁ ଏନ୍‌ସିବି ଅଫିସରେ ପ୍ରତି ଶୁକ୍ରବାର ହାଜିରା ପକାଇବା ସର୍ତ୍ତ ସାମିଲ ଥିଲା। ପ୍ରତି ଶୁକ୍ରବାର ତାଙ୍କୁ ୧୧ଟାରୁ ୨ଟା ଭିତରେ ଏନ୍‌ସିବି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆ ଯାଇଥଇଲା।

Related story