ବୁଝୁନି ମା' ମନ, ବର୍ଗର ନେଇ ଏନ୍‌ସିବି ଅଫିସରେ ପହଞ୍ଚିଲେ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ହୋଇଛି ବଡ଼ ଖୁଲାସା। ଜାହାଜ ଉପରକୁ କିଭଳି ଅଣାଯାଇଥିଲା ଡ୍ରଗ୍ସ? କିଏ ଦେଇଥିଲା ଏବଂ କିଭଳି କିଣାଯାଇଥିଲା। ସେ ସବୁର ଖୁଲାସା ହୋଇଛି।  ଏନ୍‌ସିବି ପଚରାଉଚରା ବେଳେ ସବୁ ସତ ଓଗାରିଛି ଡ୍ରଗ୍ସ ବେପାରୀ। ଗିରଫ ଡ୍ରଗ୍ସ ବେପାରୀ ଶ୍ରେୟାସ ନାୟରଙ୍କ ପଚରାଉଚରାକୁ ଆଧାର କରି ସୂଚନା ସାମ୍ନାକୁ ଆସିଛି ଯେ ଡ୍ରଗ୍ସର ଏହି ସମସ୍ତ କାରବାର କ୍ରିପ୍ଟୋକରେନ୍ସି ମାଧ୍ୟମରେ କରାଯାଇଥିଲା। ଡାର୍କ ୱେବ୍ ମାଧ୍ୟମରେ ଶ୍ରେୟସ୍ ନାୟରଙ୍କୁ ଡ୍ରଗ୍ସ […]

Drugs party case-1

Madhupriya Mistry
  • Published: Tuesday, 05 October 2021
  • , Updated: 05 October 2021, 02:30 PM IST

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ହୋଇଛି ବଡ଼ ଖୁଲାସା। ଜାହାଜ ଉପରକୁ କିଭଳି ଅଣାଯାଇଥିଲା ଡ୍ରଗ୍ସ? କିଏ ଦେଇଥିଲା ଏବଂ କିଭଳି କିଣାଯାଇଥିଲା। ସେ ସବୁର ଖୁଲାସା ହୋଇଛି।  ଏନ୍‌ସିବି ପଚରାଉଚରା ବେଳେ ସବୁ ସତ ଓଗାରିଛି ଡ୍ରଗ୍ସ ବେପାରୀ।

ଗିରଫ ଡ୍ରଗ୍ସ ବେପାରୀ ଶ୍ରେୟାସ ନାୟରଙ୍କ ପଚରାଉଚରାକୁ ଆଧାର କରି ସୂଚନା ସାମ୍ନାକୁ ଆସିଛି ଯେ ଡ୍ରଗ୍ସର ଏହି ସମସ୍ତ କାରବାର କ୍ରିପ୍ଟୋକରେନ୍ସି ମାଧ୍ୟମରେ କରାଯାଇଥିଲା। ଡାର୍କ ୱେବ୍ ମାଧ୍ୟମରେ ଶ୍ରେୟସ୍ ନାୟରଙ୍କୁ ଡ୍ରଗ୍ସ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ତାଙ୍କୁ ଏଥିପାଇଁ ବିଟକଏନ୍ ଜରିଆରେ ପେମେଣ୍ଟ କରାଯାଇଥିବା ନେଇ ଏନ୍‌ସିବି ସୂଚନା ଦେଇଛି।

ସେପଟେ ଏହି ମାମଲାରେ ଗିରଫ ହୋଇଥିବା କୋଟିପତି ପୁଅ ଝିଅଙ୍କ ମା' ମନ ବୁଝୁନି। ନିଜ ନିଜ ଗେଲ୍ହା ପୁଅ ଝିଅଙ୍କ ପାଇଁ ସେମାନେ ଏନ୍‌ସିବିରେ ଅଫିସରେ ପହଞ୍ଚିଛନ୍ତି। ନିଜ ସନ୍ତାନଙ୍କ ଖାଇବା ପିଇବା ଚିନ୍ତା ମା'ମାନଙ୍କୁ ଘାରିଛି। ଏଥିଲାଗି ଏନ୍‌ସିବି ଅଫିସରେ ଡେରା ପକାଇଛନ୍ତି। ପିଲାଙ୍କ ପାଇଁ ମ୍ୟାକ୍‌ଡୋନଲଡରୁ ବର୍ଗର, ନୂଆ ଡ୍ରେସ ଓ ଅନ୍ୟ ଆବଶ୍ୟକ ଜିନିଷ ସବୁ ଏନ୍‌ସିବି ଅଫିସରେ ମା'ମାନେ ଛାଡି ଯାଇଛନ୍ତି।

ଅନ୍ୟପଟେ କ୍ରୁଜ ଉପରେ ହୋଇଥିବା ଏହି ହାଇପ୍ରୋଫାଇଲ୍‌ ପାର୍ଟି ପାଇଁ ପୁଲିସ ଠାରୁ କୌଣସି ଅନୁମତି ନିଆ ଯାଇନଥିବା କଥା ଜଣାପଡିଛି। ଏନେଇ ସବୁ ଦିଗରୁ ପୁଲିସ ତଦନ୍ତ ଆରମ୍ଭ କରିଛି। ମୁମ୍ବାଇ ପୁଲିସ କ୍ରୁଜ ଡ୍ରଗ୍ସ ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଡିଜି ସିପିଂ, ବିପିଟିରୁ ମୁମ୍ବାଇ ପୁଲିସ ତଥ୍ୟ ସଂଗ୍ରହ କରୁଛି। ପ୍ରତ୍ୟେକ ଏଜେନ୍ସିକୁ ସେମାନଙ୍କ ଭୂମିକା ବିଷୟରେ ପ୍ରଶ୍ନ କରାଯିବ ବୋଲି ମୁମ୍ବାଇ ପୁଲିସ କହିଛି। ଏଥିସହ କୋଭିଡ ବେଳେ ଏତେ ବଡ଼ ପାର୍ଟିରେ କରୋନା ନିୟମ ଉଲ୍ଲଙ୍ଘନ ହୋଇଥିବା ନେଇ ମଧ୍ୟ ଯାଂଚ କରାଯିବ ବୋଲି ପୁଲିସ କହିଛି।

ମୁମ୍ବାଇ ଜାହାଜ ଉପରେ ଡ୍ରଗ୍ସ ପାର୍ଟି ମାମଲାରେ ବର୍ତ୍ତମାନ ଏନ୍‌ସିବି ୧୧ ଜଣଙ୍କୁ ଗିରଫ କରିଛି। ଏହି ୧୧ ଜଣଙ୍କ ଭିତରେ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ମଧ୍ୟ ଅଛନ୍ତି। ଆର୍ଯ୍ୟନ୍‌ ଏବେ ଏନ୍‌ସିବି କଷ୍ଟଡିରେ ଅଛନ୍ତି। ତାଙ୍କ ବ୍ୟତୀତ ଅରବାଜ ସେଠ ମର୍ଚ୍ଚାଣ୍ଟ, ମୁନ୍‌ମୁନ୍‌ ଧମେଚାଙ୍କୁ ମଧ୍ୟ ଅକ୍ଟୋବର ୭ ଯାଏଁ ଏନ୍‌ସିବି ରିମାଣ୍ଡକୁ ପଠାଇ ଦିଆଯାଇଛି।

Related story