ଲତାଙ୍କୁ ମନେପକାଇ ଭାବୁକ ହେଲେ ଆଶା, ଶେଆର କଲେ ପିଲା ଦିନର ଫଟୋ

ମୁମ୍ବାଇ: ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲିଗଲେ ପ୍ରିୟ ଲତା ଦିଦି। ବଲିଉଡର ସ୍ୱର ସାମ୍ରାଜ୍ଞୀଙ୍କ ଅକାଳ ବିୟୋଗ ଯୋଗୁଁ ତାଙ୍କ ପରିବାର, ଫ୍ୟାନ୍‌ ଓ ପୂରା ଦେଶକୁ ଶକ୍ତ ଝଟ୍‌କା ଲାଗିଛି। ବଡ ଭଉଣୀ ଲତାଙ୍କ ଦେହାନ୍ତ ପରେ ଆଶା ଭୋସଲେ ପୂରାପୁରି ଭାଙ୍ଗି ପଡିଛନ୍ତି। ସେ ଅତ୍ୟନ୍ତ ଭାବୁକ ହୋଇପଡିଛନ୍ତି। ସୋଶାଲ ମିଡିଆରେ ଲତା ଦିଦିଙ୍କୁ ମନେପକାଇ ସେ ଶେଆର କରିଛନ୍ତି ପିଲାଦିନର ଫଟୋ। ଏହି ଫଟୋରେ ଆଶା ଏବଂ ଲତା ଏକାଠି ନଜର […]

lata mangeshkar

Madhupriya Mistry
  • Published: Monday, 07 February 2022
  • , Updated: 07 February 2022, 11:28 AM IST

ମୁମ୍ବାଇ: ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲିଗଲେ ପ୍ରିୟ ଲତା ଦିଦି। ବଲିଉଡର ସ୍ୱର ସାମ୍ରାଜ୍ଞୀଙ୍କ ଅକାଳ ବିୟୋଗ ଯୋଗୁଁ ତାଙ୍କ ପରିବାର, ଫ୍ୟାନ୍‌ ଓ ପୂରା ଦେଶକୁ ଶକ୍ତ ଝଟ୍‌କା ଲାଗିଛି। ବଡ ଭଉଣୀ ଲତାଙ୍କ ଦେହାନ୍ତ ପରେ ଆଶା ଭୋସଲେ ପୂରାପୁରି ଭାଙ୍ଗି ପଡିଛନ୍ତି। ସେ ଅତ୍ୟନ୍ତ ଭାବୁକ ହୋଇପଡିଛନ୍ତି। ସୋଶାଲ ମିଡିଆରେ ଲତା ଦିଦିଙ୍କୁ ମନେପକାଇ ସେ ଶେଆର କରିଛନ୍ତି ପିଲାଦିନର ଫଟୋ।

ଏହି ଫଟୋରେ ଆଶା ଏବଂ ଲତା ଏକାଠି ନଜର ଆସିଛନ୍ତି। ପିଲା ଦିନର ସ୍ମୃତିକୁ ମନେପକାଇ ଏହାର କ୍ୟାପସନ୍‌ରେ ଆଶା ଲେଖିଛନ୍ତି, 'ଦିଦି ଆଉ ମୁଁ।' ଅଶା ଭୋସଲେଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ସୋଶାଲ ମିଡିଆ ୟୁଜର୍ସ ଏହି ଫଟୋରେ ଅନେକ କମେଣ୍ଟ ମଧ୍ୟ କରିଛନ୍ତି। ଏଥିସହ ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇଛନ୍ତି। ଏହାବ୍ୟତୀତ ଆଶା ଭୋସଲେ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ମଧ୍ୟ ଶେଆର କରିଛନ୍ତି। ଯେଉଁଥିରେ ଦେଶରେ ଦୁଇ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ବୋଲି ଲେଖାଅଛି।

ଆଶା ଭୋସଲେ ଏବଂ ଲତା ମଙ୍ଗେଶକରଙ୍କ ବିଷୟରେ ଅନେକ ଖବର ଆସୁଥିଲା। ଯେତେବେଳେ ଉଭୟ ହିନ୍ଦୀ ସିନେମାରେ ଗୀତ ଗାଉଥିଲେ, ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତା ଏବଂ ବିବାଦ ଚାଲିଥିବା ନେଇ ଖବର ହେଡଲାଇନରେ ରହିଆସୁଥିଲା। ତେବେ ଏକ ସାକ୍ଷାତକାର ସମୟରେ ଲତା ମଙ୍ଗେଶକର ଏ ବିଷୟରେ ଖୋଲାଖୋଲି ଭାବେ କହିଥିଲେ।

ସ୍ପଟବଏକୁ ଦେଇଥିବା ଏକ ସାକ୍ଷାତକାରରେ ଲତା ମଙ୍ଗେଶକର କହିଥିଲେ, 'ମୋର ଏବଂ ଆଶାଙ୍କ ମଧ୍ୟରେ ସର୍ବଦା ଠିକ୍ ଅଛି। ଆମେ ଦୁହେଁ ପରସ୍ପରର ନିକଟତର। ହଁ, କିନ୍ତୁ ସେ ତାଙ୍କ ପରିବାର ସହିତ ବହୁ ଦୂରରେ ରହୁଥିବାରୁ ଆମେ ଅଧିକାଂଶ ପରସ୍ପର ସହ ଭେଟଘାଟ ହୋଇ ପାଇନାହୁଁ। ପୂର୍ବରୁ ଆମେ ଏକାଠି ରହୁଥିଲୁ। ହଁ, ଅତୀତରେ କିଛି ଜିନିଷ ଠିକ୍ ନଥିଲା, କିନ୍ତୁ ଏହା ପ୍ରତ୍ୟେକ ଭାଇ ଏବଂ ଭଉଣୀ ମଧ୍ୟରେ ହୋଇଥାଏ। ସେ ସେହି ସମୟରେ ଏପରି କିଛି କରିଥିଲେ ଯାହାକୁ ମୁଁ ଠିକ୍ ଅନୁଭବ କରିନଥିଲି। ହେଲେ, ସେହି ଜିନିଷ ସେଠାରେ ହିଁ ଶେଷ ହୋଇଯାଇଥିଲା। କଥା ଆଗକୁ ବଢ଼ିନଥିଲା।'

ଲତା ମଙ୍ଗେଶକର ଆହୁରି କହିଥିଲେ, 'ଆମେ ଦୁହେଁ ସମାନ ବୃତ୍ତିରେ ଅଛୁ, ଯେଉଁଥିପାଇଁ ଏଭଳି ଖବର ଆସୁଛି, କିନ୍ତୁ ଆମ ମଧ୍ୟରେ କୌଣସି ପ୍ରତିଯୋଗିତା ନାହିଁ। ଆମ ଦୁହିଁଙ୍କର ନିଜ ନିଜ ଗୀତ ଗାଇବା ଶୈଳି ଭିନ୍ନ ଅଛି।'

ସୂଚନା ମୁତାବକ, ଲତା ମଙ୍ଗେଶକରଙ୍କ ଗତକାଲି ଦେହାନ୍ତ ହୋଇଛି। ସେ ୨୯ ଦିନ ହେବ ଭେଣ୍ଟିଲେଟରରେ ରହିବା ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ପ୍ରଥମେ କରୋନା ଓ ପରେ ନିମୋନିଆରେ ସେ ପୀଡିତ ଥିଲେ।

 

View this post on Instagram

 

A post shared by Asha Bhosle (@asha.bhosle)

Related story