ଧମାଲ କରୁଛି ବାଦ୍‌ଶାହ ଓ ସହଦେବଙ୍କ 'ବଚପନ୍‌ କା ପ୍ୟାର୍‌'

ମୁମ୍ବାଇ: ଧମାଲ କରୁଛି ବଚପନ୍‌ କା ପ୍ୟାର୍‌। ଇଣ୍ଟରନେଟ୍‌ରେ ପାଲଟିଛି ସେନସେସନ୍‌। ମାତ୍ର ୨ ଘଣ୍ଟାରେ ହୋଇଛି ଭାଇରାଲ। ବାଦ୍‌ଶାହ ଏବଂ ସହଦେବ ଡିର୍ଡୋଙ୍କ `ବଚପନ୍‌ କା ପ୍ୟାର୍‌’ ଗୀତର ନୂଆ ରୂପ ଏବେ ଚାରିଆଡେ ସୃଷ୍ଟି କରିଛି ହଇଚଇ। ସୋଶାଲ ମିଡିଆରେ ଧୁମ୍‌ ମଚାଇଥିବା ଭାଇରାଲ ବୟ ସହଦେବ ଡିର୍ଡୋଙ୍କ ରିଲିଜି ହୋଇଛି ପ୍ରଥମ ମ୍ୟୁଜିକ ଭିଡିଓ ଆଲବମ। ସହଦେବଙ୍କ ଗୀତକୁ ଏକ ନୂଆ ଢ଼ଙ୍ଗରେ ରିମିକ୍ସ କରିଛନ୍ତି ବଲିଉଡ ରାପର ବାଦ୍‌ଶାହ। ଏହି ରିମିକ୍ସ […]

Sahadev and badsaha

Madhupriya Mistry
  • Published: Wednesday, 11 August 2021
  • , Updated: 11 August 2021, 02:48 PM IST

ମୁମ୍ବାଇ: ଧମାଲ କରୁଛି ବଚପନ୍‌ କା ପ୍ୟାର୍‌। ଇଣ୍ଟରନେଟ୍‌ରେ ପାଲଟିଛି ସେନସେସନ୍‌। ମାତ୍ର ୨ ଘଣ୍ଟାରେ ହୋଇଛି ଭାଇରାଲ। ବାଦ୍‌ଶାହ ଏବଂ ସହଦେବ ଡିର୍ଡୋଙ୍କ `ବଚପନ୍‌ କା ପ୍ୟାର୍‌' ଗୀତର ନୂଆ ରୂପ ଏବେ ଚାରିଆଡେ ସୃଷ୍ଟି କରିଛି ହଇଚଇ।

ସୋଶାଲ ମିଡିଆରେ ଧୁମ୍‌ ମଚାଇଥିବା ଭାଇରାଲ ବୟ ସହଦେବ ଡିର୍ଡୋଙ୍କ ରିଲିଜି ହୋଇଛି ପ୍ରଥମ ମ୍ୟୁଜିକ ଭିଡିଓ ଆଲବମ। ସହଦେବଙ୍କ ଗୀତକୁ ଏକ ନୂଆ ଢ଼ଙ୍ଗରେ ରିମିକ୍ସ କରିଛନ୍ତି ବଲିଉଡ ରାପର ବାଦ୍‌ଶାହ। ଏହି ରିମିକ୍ସ ଗୀତଟି ଏବେ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି।

ଏହି ଗୀତର ଟାଇଟଲ `ବଚପନ କା ପ୍ୟାର୍‌' ହିଁ ରଖାଯାଇଛି। ମ୍ୟୁଜିକ ଭିଡିଓରେ ବାଦ୍‌ଶାହଙ୍କ ବ୍ୟତୀତ ଆସ୍ଥା ଗିଲ୍‌ ଏବଂ ରିକୋ ମଧ୍ୟ ନଜର ଆସିଛନ୍ତି। ସହଦେବ ମ୍ୟୁଜିକ ଭିଡିଓଟି ବେଶ୍‌ ମଜାଦାର ରହିଛି। ଏଥିରେ ବଚପନ କା ପ୍ୟାର୍‌ ଠାରୁ ଆରମ୍ଭ କରି ବଡ ହେବା ଯାଏଁର ଲଭ୍‌ ଷ୍ଟୋରୀ ଦେଖିବାକୁ ମିଳିଛି।

ଗୀତିଟି ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି। ଏହାକୁ ବର୍ତ୍ତମାନ ଯାଏଁ ୫ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ୟୁଟ୍ୟୁବ୍‌ ଟ୍ରେଣ୍ଡିଂରେ ଗୀତଟି ସାମିଲ ହୋଇଛି। ଗୀତଟିକୁ ସହଦେବ, ବାଦ୍‌ଶାହ ଏବଂ ଆସ୍ଥା ଗିଲ୍‌ ଗାଇଛନ୍ତି। ଗୀତର ଲିରିକ୍ସ ବାଦ୍‌ଶାହ ଲେଖିଛନ୍ତି।

ସୂଚନା ମୁତାବକ, ସହଦେବ ଡିର୍ଡୋ ଛତିଶଗଡ ସୁକମା ଅଂଚଳର ବାସିନ୍ଦା। ୨୦୧୯ରେ ସହଦେବ ଏକ ସ୍କୁଲରେ ବଚପନ୍‌ କା ପ୍ୟାର୍‌ ଗୀତ ଗାଇଥିଲେ, ତାହା ଏବେ ଭାଇରାଲ ହେଉଛି।  ଇନଷ୍ଟାଗ୍ରାମରେ ଏହାକୁ ୯୦ ଲକ୍ଷ ଦର୍ଶକ ଦେଖିଲେଣି। ସହଦେବଙ୍କ ଗାଇବା ଶୈଳୀ ଏବେ ସେଲିବ୍ରିଟିଙ୍କ ମଧ୍ୟରେ ଟ୍ରେଣ୍ଡ ପାଲଟିଗଲାଣି। ସେପଟେ ଏହି ଗୀତକୁ ଏବେ ରାପର ବାଦ୍‌ଶାହ ନୂଆ ରୂପ ଦେଇଛନ୍ତି।

https://youtu.be/k7QniTYNsmQ

Related story