କେମିତି ହୋଇଥିଲା ବାପି ଲାହିରିଙ୍କ ମୃତ୍ୟୁ? ଖୁଲାସା କଲେ ପୁଅ

ମୁମ୍ବାଇ: ବଲିଉଡର ଡିସ୍କୋ କିଙ୍ଗ ତଥା ବାପି ଲାହିରି ଆଉ ନାହାନ୍ତି। ଗଲା କିଛି ଦିନ ତଳେ ତାଙ୍କ ଦେହାନ୍ତ ହୋଇଛି। ଡାକ୍ତରଙ୍କ କହିବା ମୁତାବକ ତାଙ୍କୁ ସ୍ଲିପ୍‌ ଏପନିଆ ସମସ୍ୟା ଥିଲା। କିନ୍ତୁ ବାପି ଲାହିରିଙ୍କ ଜ୍ୱାଇଁ ଗୋବିନ୍ଦ କହିଥିଲେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ବାପି ଦା’ଙ୍କୁ ରାତିରେ ଖାଦ୍ୟ ଖାଇବା ପରେ ହୃଦ୍‌ଘାତ ହୋଇଥିଲା। ହସ୍ପିଟାଲ ନେବା ପରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା। ତେବେ ବାପି ଲାହିରିଙ୍କ ପ୍ରକୃତ ମୃତ୍ୟୁର କାରଣ […]

Bapi lahiri with her son

Madhupriya Mistry
  • Published: Wednesday, 23 February 2022
  • , Updated: 23 February 2022, 05:35 PM IST

ମୁମ୍ବାଇ: ବଲିଉଡର ଡିସ୍କୋ କିଙ୍ଗ ତଥା ବାପି ଲାହିରି ଆଉ ନାହାନ୍ତି। ଗଲା କିଛି ଦିନ ତଳେ ତାଙ୍କ ଦେହାନ୍ତ ହୋଇଛି। ଡାକ୍ତରଙ୍କ କହିବା ମୁତାବକ ତାଙ୍କୁ ସ୍ଲିପ୍‌ ଏପନିଆ ସମସ୍ୟା ଥିଲା। କିନ୍ତୁ ବାପି ଲାହିରିଙ୍କ ଜ୍ୱାଇଁ ଗୋବିନ୍ଦ କହିଥିଲେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ବାପି ଦା'ଙ୍କୁ ରାତିରେ ଖାଦ୍ୟ ଖାଇବା ପରେ ହୃଦ୍‌ଘାତ ହୋଇଥିଲା। ହସ୍ପିଟାଲ ନେବା ପରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା। ତେବେ ବାପି ଲାହିରିଙ୍କ ପ୍ରକୃତ ମୃତ୍ୟୁର କାରଣ କ'ଣ କେମିତି ହୋଇଥିଲା ତାଙ୍କ ମୃତ୍ୟୁ, ଏ ସବୁର ପ୍ରକୃତ କାରଣ ବଖାଣିଛନ୍ତି ତାଙ୍କ ପୁଅ ବାପ୍ପା ଲାହିରି। ଦୀର୍ଘ ୯ ଦିନ ପରେ ବାପି ଦା'ଙ୍କ ମୃତ୍ୟୁକୁ ନେଇ ସେ କରିଛନ୍ତି ଖୁଲାସା।

ନିକଟରେ ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଦେଇଥିବା ଏକ ଇଣ୍ଡରଭ୍ୟୁରେ  ବାପ୍ପା ଲାହିରି କହିଛନ୍ତି, 'ତାଙ୍କ ବାପାଙ୍କ ମୃତ୍ୟୁ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ହୋଇନଥିଲା। ବାପା  ତାଙ୍କ ଶେଷ କିଛି ମାସ ହସ୍ପିଟାଲରେ ବିତାଇଥିଲେ। ଯେତେବେଳେ ବି ମୁଁ ଏବଂ ସେ ଫୋନରେ କଥା ହେଉଥିଲୁ, ସେ ମୋତେ ସବୁବେଳେ କହୁଥିଲେ ଯେ ସେ ସୁସ୍ଥ ଅଛନ୍ତି। ଡିସେମ୍ବର ମାସରେ ମୁଁ ଲସ୍ ଆଞ୍ଜେଲସ୍ କୁ ଫେରିଗଲି। କିନ୍ତୁ ବାପାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ମୁଁ ଭାରତ ଆସିଲି।'

ହସ୍ପିଟାଲରୁ ଡିସଚାର୍ଜ ହେବାର ଅନେକ ଘଣ୍ଟା ପରେ ସେ କହିଥିଲେ ତାଙ୍କର ଛାତିରେ କିଛି ଅସୁବିଧା ହେଉଛି । ଏହାପରେ ବାପି ଦା'ଙ୍କ ପତ୍ନୀ ତାଙ୍କୁ କହିଥିଲେ ଡିନର ଖାଇ ଆରାମ କରିବାକୁ । ଏହାପରେ ସେ ଡାକ୍ତରଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ପରେ ବାପି ଦା'ଙ୍କ ଜ୍ୱାଇଁ ଗୋବିନ୍ଦ ଓ ପତ୍ନୀ ମିଶି ବାପି ଦା'ଙ୍କୁ ହସ୍ପିଟାଲ ନେଇଥିଲେ, କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ବାପି ଲାହିରିଙ୍କ ଦେହାନ୍ତ ହୋଇସାରିଥିଲା। ତାଙ୍କ ହାର୍ଟ କାମ କରିବା ବନ୍ଦ କରିଦେଇଥିଲା ବୋଲି ତାଙ୍କ ପୁଅ କହିଛନ୍ତି।

ବାପି ଲାହିରି ହସ୍ପିଟାଲରେ ମଧ୍ୟ ମ୍ୟୁଜିକ ସହ ନିଜକୁ ଘେରି ରଖିଥିଲେ। ସେ ବିଛଣା ପାଖରେ ରଖାଯାଇଥିବା ତାଙ୍କ ଟେବୁଲ ଉପରେ ଟ୍ୟାପ୍ କରି ଗୀତ ଗାଉଥିଲେ। ଦିନେ ସେ ହସ୍ପିଟାଲରେ ଉଚ୍ଚ ସ୍ୱରରେ ଗୀତ ଗାଇବା ଆରମ୍ଭ କଲେ। ମା' କହିଲା ତୁମେ କ'ଣ କରୁଛ? ବାପା ସୁସ୍ଥ ହୋଇ କାମକୁ ଫେରି ଆସିଥିଲେ। ଜିଙ୍ଗଲ୍ସ ରେକର୍ଡିଂ କରୁଥିଲେ ବୋଲି ତାଙ୍କ ପୁଅ ବାପ୍ପା ଲାହିରି କହିଛନ୍ତି।

ଫେବ୍ରୁଆରୀ ୧୫ ତାରିଖରେ ବଲିଉଡର ପ୍ରସିଦ୍ଧ ଡିସ୍କୋ କିଙ୍ଗ ବାପି ଲାହିରିଙ୍କ ଦେହାନ୍ତ ହୋଇଥିଲା। ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୁଖ୍ୟତଃ  ୮୦ ଓ ୯୦ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା’।  ତାଙ୍କୁ ଶେଷ ଥର ପାଇଁ 'ବିଗ୍ ବସ୍ ୧୫'ରେ ଦେଖିବାକୁ ମିଳିଥିଲା। ଏଠାକୁ ସେ ଅତିଥି ରୂପେ ଆସିଥିଲେ।

Related story