ସୋନୁ ସୁଦଙ୍କୁ ୫ ମାସର ପେନସନ୍ ଦାନ କଲେ ଦିବ୍ୟାଙ୍ଗ ମହିଳା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କର ସାକ୍ଷାତ ଭାରତର ସବୁଠାରୁ ଧନୀ ମହିଳାଙ୍କ ସହ ହୋଇଛି। ମହାମାରୀ ସମୟରେ ସୋନୁ ସୁଦ୍ ଲଗାତର ଅସହାୟ ଲୋକଙ୍କୁ ସହାୟତା କରିବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ତାଙ୍କୁ ଅନେକ ଲୋକ ଆର୍ଥିକ ସହାୟତା କରୁଛନ୍ତି। ଏବେ ସୋନୁ ସୁଦଙ୍କର ସୁଦ୍ ଫାଉଣ୍ଡେସନକୁ ଏଭଳି ଜଣେ ମହିଳା ଡୋନେସନ୍ ଦେଇଛନ୍ତି, ଯିଏ ହୃଦୟରେ ବହୁତ ଧନୀ । ଏହି ଯୁବତୀଙ୍କଠାରୁ ସହାୟତା ପାଇ ସୋନୁ ଏବେ ତାଙ୍କର ବଡ଼ ପ୍ରଶଂସକ ହୋଇଛନ୍ତି ।

ଆନ୍ଧ୍ର ପ୍ରଦେଶର ଏକ ଛୋଟିଆ ଗାଁର ଜଣେ ଦିବ୍ୟାଙ୍ଗ ଯୁବତୀ ଓ ୟୁଟ୍ୟୁବର୍ ବୋଡୁ ନାଗା ଲକ୍ଷ୍ମୀ ଡୋନେସନ୍ ସମ୍ବନ୍ଧରେ ଖୋଦ୍ ସୋନୁ ସୁଦ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେମିତିରେ ତ ସୋନୁଙ୍କ କାମ ଦେଖି ଦେଶ ଓ ଦୁନିଆର ଲୋକେ ତାଙ୍କର ପ୍ରଶଂସକ ହୋଇଛନ୍ତି, କିନ୍ତୁ ସୋନୁ ଏବେ ଏହି ଯୁବତୀଙ୍କର ବଡ଼ ଫ୍ୟାନ୍ ହୋଇଛନ୍ତି । ଯୁବତୀଙ୍କୁ ପ୍ରଶଂସା କରି ସୋନୁ ଏକ ଟ୍ୱିଟ୍ କରିଛନ୍ତି । ଲକ୍ଷ୍ମୀଙ୍କର ଫଟୋ ଶେଆର୍ କରି ସୋନୁ କହିଛନ୍ତି ଯେ ଯୁବତୀ ଜଣକ ତାଙ୍କ ଫାଉଣ୍ଡେସନକୁ ୧୫ହଜାର ଟଙ୍କା ଦାନ କରିଛନ୍ତି । ସୋନୁ କହିଛନ୍ତି ଯେ ତାଙ୍କ ପାଇଁ ଏହି ଯୁବତୀ ଜଣକ ସବୁଠାରୁ ଧନୀ ।

ସୋନୁ ଟ୍ୱିଟ୍‌ କରି ଲେଖିଛନ୍ତି, ବୋଡୁ ନାଗା ଲକ୍ଷ୍ମୀ ଜଣେ ଦିବ୍ୟାଙ୍ଗ ଯୁବତୀ ଓ ୟୁଟ୍ୟୁବର । ସେ ଆନ୍ଧ୍ର ପ୍ରଦେଶର ଏକ ଛୋଟିଆ ଗାଁ ବରୀକୁଣ୍ଟାପାଦୁରେ ରୁହନ୍ତି । ସେ ସୁଦ୍ ଫାଉଣ୍ଡେସନକୁ ୧୫ହଜାର ଟଙ୍କା ଦାନ କରିଛନ୍ତି । ଏହି ଟଙ୍କା ତାଙ୍କ ପାଞ୍ଚ ମାସର ଦରମା ଅଟେ । ମୋ ପାଇଁ ସେ ଭାରତର ସବୁଠାରୁ ଧନୀ । ଆପଣଙ୍କୁ କାହାର ଦୁଃଖ ଦେଖିବା ପାଇଁ ଆଖିର ଆବଶ୍ୟକ ଦରକାର ନାହିଁ । ସେ ହେଉଛନ୍ତି ଅସଲି ହିରୋ ।

ଏହି ଯୁବତୀଙ୍କ ସହାୟତା ପରେ ସୋନୁ ସୁଦ୍ ଲୋକଙ୍କ ପଚାରିଛନ୍ତି ସେ ସହାୟତା କିପରି କରାଯାଏ । ସୂଚନାଯୋଗ୍ୟ, ସୋନୁ ସୁଦ୍ ଲୋକଙ୍କୁ ସହାୟତା କରିବା ପାଇଁ ବହୁତ ପ୍ରୟାସ କରୁଛନ୍ତି । ସେ ନିଜ ତରଫରୁ ପ୍ରତିଟି ସମସ୍ୟା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ନିକଟରେ କ୍ରିକେଟର୍ ହରଭଜନ ସିଂହ ରେମଡେସିଭିର୍ ଇଞ୍ଜେକ୍ସନ୍ ପାଇଁ ସୋନୁ ସୁଦଙ୍କୁ ଅନୁରୋଧ କରିଥିଲେ । ଯାହା ପରେ ସୋନୁ ତୁରନ୍ତ ଇଞ୍ଜେକ୍ସନ୍ ପଠାଇଥିଲେ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।