ଅଭିନେତା ଏଜାଜ ଖାନଙ୍କୁ ଧରିଲା ଏନସିବି

ମୁମ୍ବାଇ: ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଭିନେତା ଏଜାଜ ଖାନଙ୍କ ଅଟକ ରଖିଛି। ଏହି ମାମଲାରେ ଡ୍ରଗ୍ ପ୍ୟାଡଲର୍ ଶାଦାବ ବଟାଟାଙ୍କ ଗିରଫଦାରୀ ପରେ ଏଜାଜଙ୍କ ନାଁ ସାମ୍ନାକୁ ଆସିଥିଲା। ମଙ୍ଗଳବାର ରାଜସ୍ଥାନରୁ ମୁମ୍ବାଇ ଫେରିବା ପରେ ଏଜାଜଙ୍କୁ ଏୟାରପୋର୍ଟରୁ ଅଟକ ରଖିଛି ଏନସିବି। ବଟାଟା ଗ୍ୟାଙ୍ଗ ସହ ଏଜାଜଙ୍କର ଲିଙ୍କ୍ ଥିବା ଅଭିଯୋଗ ହୋଇଛି। ଏହାସହ ଏନସିଜିର ଟିମ୍ ଏଜାଜଙ୍କର ଅନ୍ଧେରୀ ଓ ଲୋଖଣ୍ଡୱାଲାର କିଛି ଆଡ୍ଡାରେ ଚଢ଼ାଉ କରିଛି। ନିକଟରେ ଏନସିବି […]

azaz-khan

azaz-khan

Ranjit Kumar Jena
  • Published: Tuesday, 30 March 2021
  • Updated: 30 March 2021, 09:32 PM IST

Sports

Latest News

ମୁମ୍ବାଇ: ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଭିନେତା ଏଜାଜ ଖାନଙ୍କ ଅଟକ ରଖିଛି। ଏହି ମାମଲାରେ ଡ୍ରଗ୍ ପ୍ୟାଡଲର୍ ଶାଦାବ ବଟାଟାଙ୍କ ଗିରଫଦାରୀ ପରେ ଏଜାଜଙ୍କ ନାଁ ସାମ୍ନାକୁ ଆସିଥିଲା। ମଙ୍ଗଳବାର ରାଜସ୍ଥାନରୁ ମୁମ୍ବାଇ ଫେରିବା ପରେ ଏଜାଜଙ୍କୁ ଏୟାରପୋର୍ଟରୁ ଅଟକ ରଖିଛି ଏନସିବି।

ବଟାଟା ଗ୍ୟାଙ୍ଗ ସହ ଏଜାଜଙ୍କର ଲିଙ୍କ୍ ଥିବା ଅଭିଯୋଗ ହୋଇଛି। ଏହାସହ ଏନସିଜିର ଟିମ୍ ଏଜାଜଙ୍କର ଅନ୍ଧେରୀ ଓ ଲୋଖଣ୍ଡୱାଲାର କିଛି ଆଡ୍ଡାରେ ଚଢ଼ାଉ କରିଛି। ନିକଟରେ ଏନସିବି ମୁମ୍ବାଇର ସବୁଠାରୁ ବଡ଼ ଡ୍ରଗ୍ ସପ୍ଲାୟର୍ ଫାରୁକ୍ ବଟାଟାଙ୍କ ପୁଅ ଶାଦାବଙ୍କୁ ଗିରଫ କରିଥିଲା। କେବଳ ଏତିକି ନୁହେଁ, ତାଙ୍କ ପାଖରୁ ପାଖରୁ ପାଖାପାଖି ୨ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଥିଲା। ଶାଦାବ ବଟାଟାଙ୍କ ଉପରେ ବଲିଉଡ୍ ସେଲିବ୍ରିଟୀଙ୍କୁ ଡ୍ରଗ୍ସ ସପ୍ଲାଇ କରିବାର ଅଭିଯୋଗ ରହିଛି।

ଫାରୁକ୍ ପ୍ରଥମେ ଆଳୁ ବିକ୍ରି କରୁଥିଲା। ଏହି ସମୟରେ ସେ ଅଣ୍ଡରୱାର୍ଲ୍ଡର କିଛି ଲୋକଙ୍କ ସଂସ୍ପର୍ଶରେ ଆସିଥିଲା ଏବଂ ଆଜିର ଦିନରେ ସେ ମୁମ୍ବାଇର ସବୁଠାରୁ ବଡ଼ ଡ୍ରଗ୍ ସପ୍ଲାୟର। ଏବେ ତାଙ୍କର ଡ୍ରଗ୍ସ କାରବାରକୁ ତାଙ୍କର ପୁଅ ସମ୍ଭାଳୁଛି।

ଏଜାଜ ପ୍ରଥମଥର ଲାଗି ବିବାଦକୁ ଆସିନାହାନ୍ତି। ଏହା ପୂର୍ବରୁ ଏଜାଜ ଅନେକ ଉତ୍ତେଜନାପୂର୍ଣ୍ଣ ପୋଷ୍ଟ ଶେଆର୍ କରିବା ଅଭିଯୋଗର ଜେଲ୍ ଯାଇ ସାରିଛନ୍ତି। ଏହାବ୍ୟତୀତ ଏଜାଜ ଫେସବୁକ୍ ଲାଇଭରେ ଏମିତି କିଛି ବୟାନ ଦେଇଥିଲେ, ଯାହା ପରେ ତାଙ୍କର ଗିରଫଦାରୀକୁ ନେଇ ଦାବି ଜୋର ଧରିଥିଲା। ଏହି ମାମଲାରେ ଏଜାଜଙ୍କ ବିରୋଧରେ ମୁମ୍ବାଇର ଖାର୍ ପୁଲିସ୍ ଷ୍ଟେସନରେ ମାନହାନୀ ଏବଂ ଅଶାଳୀନ ମନ୍ତବ୍ୟ ଦେବାର ଅଭିଯୋଗ ଦାଖଲ କରାଯାଇଥିଲା। ଏଜାଜ ଖାନ୍ ଟିଭି ରିୟଲିଟି ଶୋ’ ‘ବିଗ୍ ବସ୍-୭’ରେ ସାଥୀ ପ୍ରତିଯୋଗୀଙ୍କ ସହ ମାରପିଟ୍ କରି ଚର୍ଚ୍ଚାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos