ଚିନ୍ତାରେ ପ୍ରୀତି ଜିଣ୍ଟା, କଲେ ପ୍ରାର୍ଥନା

ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା। ସେ ଏବେ ଭାରି ଚିନ୍ତିତ। ତେବେ ସେ ନିଜ ବ୍ୟକ୍ତିଗତ କାରଣ ପାଇଁ ନୁହେଁ ଆଫଗାନିସ୍ତାନକୁ ନେଇ ଚିନ୍ତିତ ଅଛନ୍ତି। ସେଠକାର ବଦଳିଥିବା ପରିସ୍ଥିତି ଓ ଅବସ୍ଥା ତାଙ୍କୁ ଚିନ୍ତାରେ ପକାଇଛି। ସେଠାରେ ଫସି ରହିଥିବା ଲୋକ କିଭଳି ସୁରକ୍ଷିତ ଭାବେ ନିଜ ଦେଶକୁ ଫେରିବେ ସେନେଇ ପ୍ରୀତି ପ୍ରାର୍ଥନା କରିଛନ୍ତି। ନିକଟରେ ପ୍ରୀତି ଟୁଇଟ୍‌ କରି ଆଫଗାନିସ୍ତାନରେ ବିଗୁଡୁଥିବା ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛି। ସେ […]

preity Zinta

Madhupriya Mistry
  • Published: Tuesday, 17 August 2021
  • , Updated: 17 August 2021, 04:52 PM IST

ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା। ସେ ଏବେ ଭାରି ଚିନ୍ତିତ। ତେବେ ସେ ନିଜ ବ୍ୟକ୍ତିଗତ କାରଣ ପାଇଁ ନୁହେଁ ଆଫଗାନିସ୍ତାନକୁ ନେଇ ଚିନ୍ତିତ ଅଛନ୍ତି। ସେଠକାର ବଦଳିଥିବା ପରିସ୍ଥିତି ଓ ଅବସ୍ଥା ତାଙ୍କୁ ଚିନ୍ତାରେ ପକାଇଛି। ସେଠାରେ ଫସି ରହିଥିବା ଲୋକ କିଭଳି ସୁରକ୍ଷିତ ଭାବେ ନିଜ ଦେଶକୁ ଫେରିବେ ସେନେଇ ପ୍ରୀତି ପ୍ରାର୍ଥନା କରିଛନ୍ତି।

ନିକଟରେ ପ୍ରୀତି ଟୁଇଟ୍‌ କରି ଆଫଗାନିସ୍ତାନରେ ବିଗୁଡୁଥିବା ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛି। ସେ କହିଛନ୍ତି, ଆମର ଅନେକଗୁଡିଏ ଭାରତୀୟ ଭାଇ-ଭଉଣୀ ତଥା ଅନ୍ୟ ଦେଶର ଲୋକମାନେ ମଧ୍ୟ ଆଫଗାନିସ୍ତାନରେ ଫସି ରହିଛି। ସେମାନଙ୍କୁ ଶୀଘ୍ରରୁ ଅତିଶୀଘ୍ର ଫେରାଇ ଆଣାଯିବ ବୋଲି ମୋର ଆଶା ରହିଛି। ସେଠାକାର ଯେଉଁ ସବୁ ଦୃଶ୍ୟ ସାମ୍ନାକୁ ଆସୁଛି ତାହା ମୋ ହୃଦୟ ଭାଙ୍ଗି ଦେଇଛି।'

ପ୍ରୀତି ତାଙ୍କ ଟୁଇଟ୍‌ ଜରିଆରେ ବିଶେଷ କରି ଆଫଗାନିସ୍ତାନରେ ଫସି ରହିଥିବା ମହିଳାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରୀତିଙ୍କ ଏହି ଟୁଇଟରେ ଅନେକ ଲୋକେ କମେଣ୍ଟ କରିଛନ୍ତି। ଆଫଗାନ ପାଇଁ ସମ୍ବେଦନ ଜାହିର କରିଛନ୍ତି।

https://twitter.com/realpreityzinta/status/1427504522281111557?s=20

ପ୍ରୀତିଙ୍କ ବ୍ୟତୀତ ବଲିଉଡର ଅନେକ ସେଲେବ୍ରିଟି ମଧ୍ୟ ଆଫଗାନିସ୍ତାନରେ ବର୍ତ୍ତମାନର ପରିସ୍ଥିତିକୁ ନେଇ ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବଲିଉଡର ବର୍ଷିଆନ ଅଭିନେତ୍ରୀ ଶବାନା ଆଜମୀ ଟୁଇଟ୍‌ କରି ତାଲିବାନକୁ କଡା ନିନ୍ଦା କରିଛନ୍ତି।

ସେ କହିଛନ୍ତି 'ଇତିହାସ ଆମକୁ ଶିକ୍ଷା ଦେଇଛି ଯେ ଧର୍ମବାଦୀମାନେ ହିଁ ପ୍ରଥମେ ଧର୍ମ ନାମରେ ସଂସ୍କୃତି ଉପରେ ଆକ୍ରମଣ କରନ୍ତି। ମନେ ଅଛି, ଷଷ୍ଠ ଶତାବ୍ଦୀରେ ତାଲିବାନ କିପରି ବାମିଆନ୍ ବୁଦ୍ଧଙ୍କୁ ଧ୍ୱଂସ କରିଥିଲା। ଏହାହିଁ ତାଲିବାନର ନିଷ୍ଠୁରତାକୁ ସୂଚିତ କରୁଛି ବୋଲି ଶବାନା କହିଛନ୍ତି। ସେପଟେ ବଲିଉଡ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ମଧ୍ୟ ଏକ ଭିଡିଓ ସେୟାର କରି ତାଲିବାନକୁ କଡା ନିନ୍ଦା କରିଛନ୍ତି।

Related story