ବିଗ୍‌ ବି' କହିଲେ- 'ଅନ୍ତ'ର ହେଲା ଆରମ୍ଭ

ମୁମ୍ବାଇ: ‘ପୃଥିବୀର କୋଣ ଅନୁକୋଣ କମ୍ପିବ। ଯେତେବେଳେ ହେବ ଏହି ଯୁଦ୍ଧର ଶଙ୍ଖନାଦ। ଅନ୍ତ’ର ଏହା ଆରମ୍ଭ, ଜାଗୁଛି ବ୍ରହ୍ମାସ୍ତ୍ର।’ ଏଭଳି କିଛି ବଡ ଇସାରା କରିଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ଶେଷ ହୋଇଛି ଫ୍ୟାନ୍‌ମାନଙ୍କ ଅପେକ୍ଷା। ଖୁବ୍‌ଶୀଘ୍ର ରିଲିଜ ହେବାକୁ ଯାଉଛି ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ମୋଶନ୍‌ ପୋଷ୍ଟର। ଏନେଇ ଆଜି ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି ବିଗ୍‌ ବି’। ଏହି ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ବିଗ୍‌ ବି’ ଉପରକ୍ତ କବିତାକୁ […]

Amitabh Bachchan

Amitabh Bachchan

Madhupriya Mistry
  • Published: Tuesday, 14 December 2021
  • Updated: 14 December 2021, 01:41 PM IST

Sports

Latest News

ମୁମ୍ବାଇ: 'ପୃଥିବୀର କୋଣ ଅନୁକୋଣ କମ୍ପିବ। ଯେତେବେଳେ ହେବ ଏହି ଯୁଦ୍ଧର ଶଙ୍ଖନାଦ। ଅନ୍ତ'ର ଏହା ଆରମ୍ଭ, ଜାଗୁଛି ବ୍ରହ୍ମାସ୍ତ୍ର।' ଏଭଳି କିଛି ବଡ ଇସାରା କରିଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନ।

ଶେଷ ହୋଇଛି ଫ୍ୟାନ୍‌ମାନଙ୍କ ଅପେକ୍ଷା। ଖୁବ୍‌ଶୀଘ୍ର ରିଲିଜ ହେବାକୁ ଯାଉଛି ଫିଲ୍ମ 'ବ୍ରହ୍ମାସ୍ତ୍ର'ର ମୋଶନ୍‌ ପୋଷ୍ଟର। ଏନେଇ ଆଜି ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି ବିଗ୍‌ ବି'। ଏହି ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ବିଗ୍‌ ବି' ଉପରକ୍ତ କବିତାକୁ ଗାଇ ଫିଲ୍ମ ଆଡକୁ ଇସାରା କରିଛନ୍ତି।

'ବ୍ରହ୍ମାସ୍ତ୍ର'କୁ ନେଇ ଅମିତାଭ ବଚ୍ଚନ ବଡ ଘୋଷଣା କରିଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଅଭିନେତା ରଣବୀର କପୁର ଫିଲ୍ମର ଏକ ଝଲକ୍‌ ଶେଆର କରିବା ସହ 'ଲଭ୍‌, ଲଇଟ୍‌, ଫାୟାର' ବୋଲି ଲେଖିଛନ୍ତି। ଏହି ଫିଲ୍ମକୁ ନେଇ ବିଗ୍‌ ବି' ବେଶ୍‌ ଉତ୍ସାହିତ ଥିବା ଜଣାପଡୁଛି। ଆସନ୍ତା କାଲି ଫିଲ୍ମର ମୋଶନ ପୋଷ୍ଟର ରିଲିଜ ହେବ।

ଅମିତାଭଙ୍କ ପୂର୍ବରୁ ଫିଲ୍ମର ପ୍ରଡ୍ୟୁସର କରଣ ଜୋହର 'ବ୍ରହ୍ମାସ୍ତ୍ର'ର ମୋଶନ ପୋଷ୍ଟର ୧୫ ତାରିଖରେ ରିଲିଜ କରାଯିବାକୁ ନେଇ ସୋଶାଲ ମିଡିଆରେ ସୂଚନା ଦେଇଥିଲେ।

ବହୁଦିନ ଧରି ଚର୍ଚ୍ଚାରେ ରହିଛି ଫିଲ୍ମ 'ବ୍ରହ୍ମାସ୍ତ୍ର'। ଏହାକୁ ୩୦୦ କୋଟି ଟଙ୍କାର ବଜେଟ୍‌ରେ ତିଆରି କରାଯାଇଛି। ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ରିଅଲ ଲାଇଫ୍‌ କପଲ ରଣବୀର କପୁର ଓ ଆଲିଆ ଭଟ୍ଟ ଅଛନ୍ତି। ପ୍ରଥମକରି ଦୁହିଁଙ୍କୁ ଏକାଠି ଏହି ଫିଲ୍ମ ଜରିଆରେ ବଡ ପରଦାରେ ଦେଖିବାକୁ ମିଳିବ। ଏମାନଙ୍କ ବ୍ୟତୀତ ମୌନୀ ରୟ, ଅମିତାଭ ବଚ୍ଚନ ଏବଂ ନାଗାର୍ଜୁନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମକୁ ଆସନ୍ତା ବର୍ଷ ରିଲିଜ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos