ସରୁନି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ, ଏବେ ଆମେରିକା ଭରସା

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ତାଙ୍କ ମୃତ୍ୟୁକୁ ବର୍ଷେ ଉପରେ ବିତିଗଲାଣି। ତଥାପି ସରୁନି ତଦନ୍ତ। କିଭଳି ହେଲା ତାଙ୍କ ମୃତ୍ୟୁ, ଏହା ହତ୍ୟା ନା ଆତ୍ମହତ୍ୟା ସେହି ରହସ୍ୟ ଉପରୁ ଉଠି ପାରୁନି ପରଦା। ଏହି ମାମଲାର ତଦନ୍ତ ସିବିଆଇ କରୁଥିବା ବେଳେ ଏବେ ସେ ଆମେରିକାର ସହାୟତା ଲୋଡିଛି। ଅଭିନତା ସୁଶାନ୍ତ ସିଂ ରାଜପୁତଙ୍କ ଇମେଲ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ ହୋଇଥିବା ଡାଟାକୁ ପାଇବା ପାଇଁ ସିବିଆଇ […]

Sushant singh Rajput

Madhupriya Mistry
  • Published: Monday, 08 November 2021
  • , Updated: 08 November 2021, 05:46 PM IST

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ତାଙ୍କ ମୃତ୍ୟୁକୁ ବର୍ଷେ ଉପରେ ବିତିଗଲାଣି। ତଥାପି ସରୁନି ତଦନ୍ତ। କିଭଳି ହେଲା ତାଙ୍କ ମୃତ୍ୟୁ, ଏହା ହତ୍ୟା ନା ଆତ୍ମହତ୍ୟା ସେହି ରହସ୍ୟ ଉପରୁ ଉଠି ପାରୁନି ପରଦା। ଏହି ମାମଲାର ତଦନ୍ତ ସିବିଆଇ କରୁଥିବା ବେଳେ ଏବେ ସେ ଆମେରିକାର ସହାୟତା ଲୋଡିଛି।

ଅଭିନତା ସୁଶାନ୍ତ ସିଂ ରାଜପୁତଙ୍କ ଇମେଲ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ ହୋଇଥିବା ଡାଟାକୁ ପାଇବା ପାଇଁ ସିବିଆଇ ଆମେରିକାର ସହାୟତା ମାଗିଛି। ତାଙ୍କ ସୋଶାଲ ମିଡିଆ ପୋଷ୍ଟ ସହ ତାଙ୍କର ସମ୍ବନ୍ଧ ରହିଛି ନା ନାହିଁ, ତାଙ୍କ ମୃତ୍ୟୁ ଦିନ କିଛି ଇମେଲ୍‌ କିମ୍ବା ପୋଷ୍ଟ ଜଡିତ କି ବୋଲି ସିବିଆଇ ଏହା ଜାଣିବାକୁ ଚାହୁଁଛି।

MLAT ଜରିଆରେ କାଲିଫର୍ଣ୍ଣିଆରେ ଅବସ୍ଥିତ ଗୁଗୁଲ୍ ଏବଂ ଫେସବୁକ୍‌ରୁ ସିବିଆଇ ଏହି ସୂଚନା ମାଗିଛି। ଡିଲିଟ୍ ହୋଇଥିବା ମେଲ୍ ଏବଂ ଚାଟ୍‌ର ସମସ୍ତ ସୂଚନା ଉଭୟ କମ୍ପାନୀକୁ ମଗାଯାଇଛି।

ଭାରତୀୟ କର୍ତ୍ତୃପକ୍ଷ MLAT (ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି) ଅଧୀନରେ ଆମେରିକାର କର୍ତ୍ତୃପକ୍ଷଙ୍କ ସହାୟତା ଲୋଡିଛନ୍ତି। MLAT ହେଉଛି ଏକ ଆଇନଗତ ଚୁକ୍ତି ଯାହାର ଉଦ୍ଦେଶ୍ୟ ହେଉଛି ଦୁଇ କିମ୍ବା ଅଧିକ ଦେଶରେ ଜନସାଧାରଣ ଏବଂ ଅପରାଧିକ ଆଇନର କାର୍ଯ୍ୟକାରିତା ପାଇଁ ସୂଚନା ଦେବା କିମ୍ବା ଗ୍ରହଣ କରିବା।

ସୂତ୍ରରୁ ପ୍ରକାଶ ଯେ ସୁଶାନ୍ତଙ୍କ ଡିଲିଟ ହୋଇଥିବା ଇମେଲ ଏବଂ ପୋଷ୍ଟ ବିଷୟରେ ଭାରତ ଗୁଗୁଲ ଏବଂ ଫେସବୁକରୁ ସୂଚନା ମାଗିଛି। ଜଣେ ଅଧିକାରୀ କହିଛନ୍ତି, ‘ମାମଲା ଶେଷ ହେବା ପୂର୍ବରୁ ଆମେ କୌଣସି ଦିଗକୁ ଛୁଇଁବାକୁ ଚାହୁଁ ନାହୁଁ। ଆମେ ଜାଣିବାକୁ ଚାହିଁଛୁ କି ଏପରି ଡିଲିଟ୍ ଚାଟ୍ କିମ୍ବା ପୋଷ୍ଟ ଅଛି ଯାହା ଏହି ମାମଲାରେ ସହାୟକ ହୋଇପାରେ।’

ତେବେ MLAT ଜରିଆରେ ଏହି ସୂଚନା ମିଳିବାକୁ ଅଧିକ ସମୟ ଲାଗିପାରେ। କୌଣସି ବି କେସ୍‌ର ଫାଇନଲ ଯାଞ୍ଚ ପାଇଁ ଏହା ଏକ ପ୍ରୋସେସ୍‌ ହୋଇଥାଏ। ଏଥିପାଇଁ କୁହାଯାଉଛି ଯେ, ସିବିଆଇ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ଅନ୍ତିମ ରୂପ ଦେବା ଲାଗି ଆହୁରି ସମୟ ନେବ।

ସୂଚନା ମୁତାବକ, ଗତ ବର୍ଷ ଜୁନ୍‌ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଥିଲା। ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରେ ତାଙ୍କ ମୃତଦେହ ମିଳିଥିଲା।

ଏହାପୂର୍ବରୁ ସିବିଆଇ ସୁଶାନ୍ତ ସିଂ ରାଜପୁତଙ୍କ ରୁମମେଟ, ଘରର ଚାକର, ପୁରୁଣା କର୍ମଚାରୀ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରର ବୟାନ ରେକର୍ଡ କରିଥିଲା। ଏହା ପରେ ମଧ୍ୟ ସିବିଆଇକୁ କୌଣସି ଠୋସ୍ ପ୍ରମାଣ ମିଳି ନଥିଲା, ଯାହା ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ସୂଚାଇଥାଏ। ବିଭିନ୍ନ ସରକାରୀ ଲ୍ୟାବରେ କରାଯାଇଥିବା ଫୋରେନସିକ୍ ପରୀକ୍ଷଣରେ ମଧ୍ୟ ସୁଶାନ୍ତଙ୍କ ଫାଶୀ ପୂର୍ବରୁ କୌଣସି ଆଘାତ ଲାଗିଥିବା କଥା ସାମ୍ନାକୁ ଆସିନାହିଁ।

Related story