'କଶ୍ମୀର ଫାଇଲ୍ସ' ନିର୍ଦ୍ଦେଶଙ୍କ ବଢ଼ିଲା ଅଡୁଆ, ଆଇନ ଜାଲରେ ଫସିଲେ

ମୁମ୍ବାଇ: ଥମୁନି ‘ଦ କଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଅଡୁଆ। ସେ ପୁଣି ଏବେ ଆଉ ଏକ ନୂଆ ବିବାଦରେ ଫସିଛନ୍ତି। ତାଙ୍କ ନାଁରେ ରୁଜୁ ହୋଇ ଏଫ୍‌ଆଇଆର୍‌। ସେ ନିକଟରେ ଦେଖିବା ଏକ ବିବାଦୀୟ ବୟାନକୁ ନେଇ ତାଙ୍କ ନାଁରେ ମୁମ୍ବାଇ ସ୍ଥିତ ବର୍ସୋୱା ଥାନାରେ ମାମଲା ରୁଜୁ ହୋଇଛି। ପ୍ରକୃତରେ ଏକ ଫିଲ୍ମ ସମାରୋହରେ ସାମିଲ ହେବାକୁ ଶୁକ୍ରବାର ଦିନ ଭୋପାଲ ଯିବା ପୂର୍ବରୁ ଅନ୍‌ଲାଇନ୍‌ ଚ୍ୟାନେଲକୁ ବିବେକ ଅଗ୍ନିହୋତ୍ରୀ ଏକ ସାକ୍ଷତାକାର […]

vivek-agnihotri

Madhupriya Mistry
  • Published: Saturday, 26 March 2022
  • , Updated: 26 March 2022, 04:16 PM IST

ମୁମ୍ବାଇ: ଥମୁନି 'ଦ କଶ୍ମୀର ଫାଇଲ୍ସ' ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଅଡୁଆ। ସେ ପୁଣି ଏବେ ଆଉ ଏକ ନୂଆ ବିବାଦରେ ଫସିଛନ୍ତି। ତାଙ୍କ ନାଁରେ ରୁଜୁ ହୋଇ ଏଫ୍‌ଆଇଆର୍‌। ସେ ନିକଟରେ ଦେଖିବା ଏକ ବିବାଦୀୟ ବୟାନକୁ ନେଇ ତାଙ୍କ ନାଁରେ ମୁମ୍ବାଇ ସ୍ଥିତ ବର୍ସୋୱା ଥାନାରେ ମାମଲା ରୁଜୁ ହୋଇଛି।

ପ୍ରକୃତରେ ଏକ ଫିଲ୍ମ ସମାରୋହରେ ସାମିଲ ହେବାକୁ ଶୁକ୍ରବାର ଦିନ ଭୋପାଲ ଯିବା ପୂର୍ବରୁ ଅନ୍‌ଲାଇନ୍‌ ଚ୍ୟାନେଲକୁ ବିବେକ ଅଗ୍ନିହୋତ୍ରୀ ଏକ ସାକ୍ଷତାକାର ଦେଇଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ସାକ୍ଷାତକାରରେ ଅଗ୍ନିହୋତ୍ରୀ କହିଛନ୍ତି,"ମୁଁ ଭୋପାଳରେ ବଡ ହୋଇଛି, କିନ୍ତୁ ମୁଁ 'ଭୋପାଳୀ' ନୁହେଁ, କାରଣ ଭୋପାଳୀଙ୍କ ଭିନ୍ନ ଭିନ୍ନ କୋନୋଟଶନ ରହିଛି। ଏହାର ଅର୍ଥ ମୁଁ ଆପଣଙ୍କୁ ଏକାନ୍ତରେ ବୁଝାଇବି। ଅଥବା କୌଣସି ଭୋପାଳୀଙ୍କୁ ପଚାରି ନେବ। ଯଦି କାହାକୁ ଭୋପାଳୀ ବୋଲି କୁହାଯାଏ ତେବେ ତା'ର ଅର୍ଥ ସେ ସମଲିଙ୍ଗୀ।”

ଅଗ୍ନିହୋତ୍ରୀଙ୍କ ଏହି ମନ୍ତବ୍ୟକୁ ଏବେ ବିଭିନ୍ନ ମହଲରୁ ବିରୋଧ କରାଯାଇଛି। ଏଥିଲାଗି ସେ ପୁଣି ବିବାଦ ଘେରକୁ ଆସିଛନ୍ତି। ସାମ୍ବାଦିକ ତଥା ସେଲିବ୍ରିଟି ମ୍ୟାନେଜର ରୋହିତ ପାଣ୍ଡେ ଭୋପାଳ ନାଗରିକଙ୍କୁ ଭୋପାଲୀ ତଥା ସମଲିଙ୍ଗୀ ବୋଲି କହିଥିବାରୁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।  ରୋହିତ ପାଣ୍ଡେ ହେଉଛନ୍ତି ମୂଳ ରୂପେ ଜଣେ ଭୋପାଳର ବାସିନ୍ଦା।  ରୋହିତଙ୍କ ତରଫରୁ ତାଙ୍କ ଓକିଲ ଅଲି କାଶିଫ ଖାନ ଦେଶମୁଖଙ୍କ ଦ୍ୱାରା ଭର୍ସୋବା ପୁଲିସ ଷ୍ଟେସନରେ ଏହି ଅଭିଯୋଗ ଦାଖଲ କରାଯାଇଛି।

ସୂଚନା ମୁତାବକ, ନିକଟରେ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'କଶ୍ମୀର ଫାଇଲ୍ସ' ରିଲିଜ ହୋଇଛି। ଏହି ଫିଲ୍ମରେ କଶ୍ମୀର ପଣ୍ଡିତ ୯୦ ଦଶକରେ କିଭଳି ନରସଂହାର କରାଯାଇଥିବା ତାହା ଦର୍ଶାଯାଇଛି। ଏହି ଫିଲ୍ମକୁ ନେଇ ଅନେକ ଲୋକେ ପ୍ରଶଂସା କରିଥିବା ବେଳେ ଅନେକ ବିରୋଧ ମଧ୍ୟ କରିଛନ୍ତି।

Related story