ମହାଠକ ସୁକେଶର ଟାର୍ଗେଟରେ ଥିଲେ ସାରା, ଭୂମି ଓ ଜାହ୍ନବୀ

ମୁମ୍ବାଇ: ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଜେଲ୍‌ରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରକୁ ନେଇ ହୋଇଛି ବଡ ଖୁଲାସା। ସୁକେଶଙ୍କ ଟାର୍ଗେଟ୍‌ରେ କେବଳ ଜ୍ୟାକ୍‌ଲିନ୍‌, ନୋରା ନୁହନ୍ତି ବଲିଉଡର ଆଗଧାଡିର ଅନେକ ଅଭିନେତ୍ରୀ ଥିଲେ। ଏହି ଅଭିନେତ୍ରୀଙ୍କ ମଧ୍ୟରେ ସାରା ଅଲ୍ଲି ଖାନ୍‌ ଓ ଜାହ୍ନବୀ କପୁରଙ୍କ ନାଁ ମଧ୍ୟ ସାମିଲ ଥିବା ନେଇ ଖୁଲାସା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ତଦନ୍ତରୁ ସାମ୍ନାକୁ ଆସିଥିବା ତଥ୍ୟରୁ ଜଣାପଡିଛି ଯେ, ସୁକେଶ ଚନ୍ଦ୍ର ଶେଖର ଜ୍ୟାକ୍‌ଲିନ୍‌ […]

sara, janhvi, bhumi

Madhupriya Mistry
  • Published: Wednesday, 23 February 2022
  • , Updated: 23 February 2022, 06:32 PM IST

ମୁମ୍ବାଇ: ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଜେଲ୍‌ରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରକୁ ନେଇ ହୋଇଛି ବଡ ଖୁଲାସା। ସୁକେଶଙ୍କ ଟାର୍ଗେଟ୍‌ରେ କେବଳ ଜ୍ୟାକ୍‌ଲିନ୍‌, ନୋରା ନୁହନ୍ତି ବଲିଉଡର ଆଗଧାଡିର ଅନେକ ଅଭିନେତ୍ରୀ ଥିଲେ। ଏହି ଅଭିନେତ୍ରୀଙ୍କ ମଧ୍ୟରେ ସାରା ଅଲ୍ଲି ଖାନ୍‌ ଓ ଜାହ୍ନବୀ କପୁରଙ୍କ ନାଁ ମଧ୍ୟ ସାମିଲ ଥିବା ନେଇ ଖୁଲାସା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଇଡି ତଦନ୍ତରୁ ସାମ୍ନାକୁ ଆସିଥିବା ତଥ୍ୟରୁ ଜଣାପଡିଛି ଯେ, ସୁକେଶ ଚନ୍ଦ୍ର ଶେଖର ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ, ନୋରା ଫତେହିଙ୍କ ସମେତ ଅନ୍ୟ ତିନୋଟି ଅଭିନେତ୍ରୀକୁ ମଧ୍ୟ ନିଜ ଟାର୍ଗେଟରେ ରଖିଥିଲା। ଏଥିରେ ସାରା ଅଲ୍ଲି ଖାନ୍‌, ଜାହ୍ନବୀ କପୁର ଓ ଭୂମି ପେଡନେକରଙ୍କ ନାଁ ସାମିଲ ଥିଲା।

ଇଡି ପଚରାଉଚରା ବେଳେ ସୁକେଶ ସାରା, ଜାହ୍ନୀ ଏବଂ ଭୂମିଙ୍କ ନାଁ ଉଗାରିଛି। ମେ' ୨୦୨୧ରେ ସାରା ଅଲ୍ଲି ଖାନ୍‌ଙ୍କୁ ସୁକେଶ ଟାର୍ଗେଟ୍‌ କରିଥିଲା। ମେ' ୨୧ ତାରିଖ ଦିନ ଅଭିନେତ୍ରୀ ସାରାଙ୍କୁ ହ୍ୱାଟସ୍‌ଆପ୍‌ ମେସେଜ ପଠାଇଥିଲା ସୁକେଶ। ଏହି ମେସେଜରେ ସୁକେଶ ନିଜକୁ ସୁରଜ ରେଡ୍ଡି ଭାବେ ପରିଚୟ ଦେଇଥିଲା। ଏହି ମେସେଜ ଜରିଆରେ ସୁକେଶ ପାରିବାରିକ ରୂପେ ଏକ କାର୍‌ ଉପହାର ସ୍ୱରୂପ ଦେବାକୁ ଚାହୁଁଥିବା ସାରାଙ୍କୁ କହିଥିଲା। ଏଥିସହ ସିଇଓ ମିସେସ୍‌ ଇରାନୀ ବହୁଥର ସାରାଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ସଫଳ ହୋଇନଥିବା ସୁକେଶ ମେଜେସ ଜରିଆରେ ସାରାଙ୍କୁ କହିଥିଲା।

ମିସେସ୍‌ ଇରାନୀ ହେଉଛନ୍ତି ସୁକେଶ ଚନ୍ଦ୍ରଶେଖରର ଆସୋସିଏଟ୍‌ ମ୍ୟାନେଜର, ଯିଏକି ଅଭିନେତ୍ରୀଙ୍କୁ ସୁକେଶ ସହ କାଥାବାର୍ତ୍ତା କରିବା ପାଇଁ ରାଜି କରାଉଥିଲେ। ପିଙ୍କି ଇରାନୀ ହିଁ ଜ୍ୟାକ୍‌ଲିନ୍‌ ଓ ସୁକେଶଙ୍କ ଭେଟଘେଟ କରାଇଥିଲେ।

ସୁରଜ ରେଡ୍ଡି ଓରଫ ସୁକେଶ ଲଗାତର ସାରା ଅଲ୍ଲି ଖାନଙ୍କୁ ମେଜେସ କରିଥିଲା। ତାଙ୍କୁ ଦାମୀ ଗିଫ୍ଟ ମଧ୍ୟ ଅଫର କରିଥିଲା। ସାରା ଅଲ୍ଲି ଖାନ୍‌ଙ୍କୁ ଏବେ ଇଡି ଏହି ସବୁ ଗିଫ୍ଟକୁ ନେଇ ପଚରାଉଚରା କରିଛି। ସାରା ୧୪  ଜାନୁଆରୀ ୨୦୨୨ରେ ଇଡିକୁ ଏକ ଚିଠି ଲେଖି ପଠାଇଥିଲେ। ଏଥିରେ ସେ ସୁକେଶ ଠାରୁ କୌଣସି ବି ଗିଫ୍ଟ ନେବାକୁ ମନା କରିଥିବା ଉଲ୍ଲେଖ କରିଥିଲେ। କିନ୍ତୁ ସୁକେଶ ଶୁଣିନଥିଲା। ପରେ ବାଧ୍ୟ ହୋଇ ସେ(ସାରା) ସୁକେଶ ଠାରୁ କେବଳ ଏକ ଚକୋଲେଟ୍‌ ବାକ୍ସ ପଠାଇବା ପାଇଁ କହିଥିଲେ। ଏହାପରେ ସୁକେଶ ଚକୋଲେଟ୍‌ ବାକ୍ସ ସହ ଫ୍ରାଙ୍କ ମଲର୍‌ କମ୍ପାନୀର ଏକ ଦାମୀ ଘଣ୍ଟା ମଧ୍ୟ ଦେଇଥିବା ସାରା ନିଜ ଚିଠିରେ ଉଲ୍ଲେଖ କରିଥିଲେ।

ସେହିପରି ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ମଧ୍ୟ ସୁକେଶ ନିଜ ପତ୍ନୀ ଲିନା ମାରିଆ ଜରିଆରେ ଟାର୍ଗେଟ କରିଥିଲା। ଜାହ୍ନବୀକୁ ସୁକେଶଙ୍କ ପତ୍ନୀ ୧୮ ଲକ୍ଷ ଟଙ୍କା ଦେଇଥିବା ଇଡି କହିଛି। ଏହା ସେହି ଟଙ୍କା, ଯାହାକୁ ସୁକେଶ ଜେଲ୍‌ରେ ବନ୍ଦି ଥିବା ବେଳେ ଦିଲ୍ଲୀର ଜଣେ ବ୍ୟବସାୟୀ ପତ୍ନୀଙ୍କ ଠାରୁ ହଡପ କରିଥିଲା।

ଗତବର୍ଷ ଜୁଲାଇ ୧୯ରେ ଲିନା ମାରିଆ ବେଙ୍ଗାଲୁରୁ ସ୍ଥିତ ଏକ ସେଲୁନର ଇନାଗୁରେଟ୍‌ କରିବା ପାଇଁ ଜାହ୍ନବୀଙ୍କୁ ନିମନ୍ତ୍ରଣ କରିଥିଲେ। ଏଥିପାଇଁ ଜାହ୍ନବୀଙ୍କୁ ୧୮.୯୪ ଲକ୍ଷ ଟଙ୍କା ଫିସ୍‌ ଦେଇଥିଲେ ସୁକେଶଙ୍କ ପତ୍ନୀ। ଏନେଇ ଇଡି ଆଗରେ ଜାହ୍ନବୀ ଖୁଲାସା କରିଛନ୍ତି। ସେ କହିଛନ୍ତି ଏହି ଟଙ୍କା ବ୍ୟତୀତୀ ଲିନୀଙ୍କ ମା' ତାଙ୍କୁ ଇଭେଣ୍ଟ ବେଳେ ଏକ କ୍ରିଶ୍ଚିଅନ୍‌ ଡିୟାରର ଟୋଟ ବ୍ୟାଗ୍‌ ମଧ୍ୟ ଗିଫ୍ଟ କରିଥିଲେ।

ସେହିପରି ଠକ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଭୂମି ପେଡନେକରଙ୍କୁ ମଧ୍ୟ ଟାର୍ଗେଟ କରିଥିଲା। ପିଙ୍କି ଇରାନୀ ଭୂମିଙ୍କୁ ଆପ୍ରୋଚ କରିଥିଲେ। ପିଙ୍କି ନିଜ ପରିଚୟ ଜଣେ ଏଚ୍‌ଆର୍‌ ରୂପେ ଭୂମିଙ୍କୁ ଦେଇଥିଲେ। ଜାନୁଆରୀ ୨୦୨୧ରେ ପିଙ୍କି ଭୂମିକୁ କହିଥିଲେ ତାଙ୍କ କମ୍ପାନୀର ଗ୍ରୁପ ଚେଆରମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ତାଙ୍କର ଜଣେ ବଡ ଫ୍ୟାନ୍‌। ସେ ତାଙ୍କ ସହ ଏକ ବଡ ପ୍ରୋଜେକ୍ଟ ବିଷୟରେ କଥା ହେବା ପାଇଁ ଚାହୁଁଛନ୍ତି। ଏଥିସହ ସୁକେଶ ତାଙ୍କୁ ଏକ କାର୍‌ ଗିଫ୍ଟ କରିବାକୁ ଚାହୁଁଥିବା ସେ ଭୂମିଙ୍କୁ କହିଥିଲେ।

ତା'ପର ଦିନ ସୁକେଶ ଚନ୍ଦ୍ରଶେଖର ଭୂମିଙ୍କ ସହ କଣ୍ଟାକ୍ଟ କରିଥିଲା, ସେତେବେଳେ ନିଜକୁ ସୁକେଶ ଶେଖର ରୂପେ ନିଜ ପରିଚୟ ଦେଇଥିଲା। ଏହାପରେ ମିସ୍‌ ଇରାନୀ ତାଙ୍କୁ ପ୍ରଜେକ୍ଟ ଏବଂ ଗାଡି ଗିଫ୍ଟ କରିବାକୁ କହିଥିବା ଭୂମିଙ୍କୁ କହିଥିଲା। ମେ' ୨୦୨୧ରେ ପୁଣି ଅନ୍ୟ ଏକ ନାଁରେ ସୁକେଶ ଭୂମିଙ୍କୁ ମେଜେସ କରି ଗାଡି ଗିଫ୍ଟ କରିବା ପାଇଁ ଚାହୁଁଥିବା ଇଡି ଆଗରେ ଭୂମି ଖୁଲାସା କରିଛନ୍ତି। କିନ୍ତୁ ସେ ସୁକେଶ ଠାରୁ କୌଣସି ଗିଫ୍ଟ ନେଇନଥିବା କହିଛନ୍ତି।

ଇଡି ତଦନ୍ତରୁ ଜଣାପଡିଛି ଯେ, ସୁକେଶ ଚନ୍ଦ୍ରଶେଖର ପିଙ୍କି ଇରାନୀଙ୍କ ମାଧ୍ୟମରେ ଭୂମି ପେଡନେକର, ସାରା ଅଲ୍ଲି ଖାନ୍‌ ଓ ଜାହ୍ନବୀ କପୁରଙ୍କ ଭଳି ଅନ୍ୟ ଅଭିନେତ୍ରୀଙ୍କୁ ମଧ୍ୟ ଗିଫ୍ଟ ଦେଇ ଫସାଇବା ପାଇଁ ଚେଷ୍ଟା କରିଥିଲା। ସୁକେଶ ଅନେକ ଅଭିନେତ୍ରୀ ଓ ମଡେଲଙ୍କ ଉପରେ ୨୦୧୫ଠାରୁ ବର୍ତ୍ତମାନ ଯାଏଁ ମୋଟ ୨୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛି।

Related story