ରଣବୀରଙ୍କୁ ଛାଡି ସିଦ୍ଧାନ୍ତଙ୍କ ସହ ରୋମାଣ୍ଟିକ୍‌ ହେଲେ ଦୀପିକା!

ମୁମ୍ବାଇ: ନିଜ ଜନ୍ମଦିନରେ ରୋମାଣ୍ଟିକ ହେଲେ ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ। ତେବେ ସେ ସ୍ୱାମୀ ରଣବୀର ସିଂହଙ୍କ ପାଇଁ ନୁହେଁ। ରଣବୀରଙ୍କୁ ଛାଡି ସେ ଅଭିନେତା ସିଦ୍ଧାନ୍ତ ସହ ରମୋଣ୍ଟିକ୍‌ ହୋଇଛନ୍ତି, ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ, ଆମାଜନ ପ୍ରାଇମ୍‌ ଭିଡିଓ ପକ୍ଷରୁ ଏହି ଫଟୋକୁ ରିଲିଜ କରାଯାଇଛି। ସିଦ୍ଧାନ୍ତଙ୍କ ସହ ରୋମାଣ୍ଟିକ୍‌ ପୋଜରେ ନଜର ଆସିଥିବା ଦୀପିକାଙ୍କ ଏହି […]

Deepika

Madhupriya Mistry
  • Published: Wednesday, 05 January 2022
  • , Updated: 05 January 2022, 12:29 PM IST

ମୁମ୍ବାଇ: ନିଜ ଜନ୍ମଦିନରେ ରୋମାଣ୍ଟିକ ହେଲେ ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ। ତେବେ ସେ ସ୍ୱାମୀ ରଣବୀର ସିଂହଙ୍କ ପାଇଁ ନୁହେଁ। ରଣବୀରଙ୍କୁ ଛାଡି ସେ ଅଭିନେତା ସିଦ୍ଧାନ୍ତ ସହ ରମୋଣ୍ଟିକ୍‌ ହୋଇଛନ୍ତି, ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ, ଆମାଜନ ପ୍ରାଇମ୍‌ ଭିଡିଓ ପକ୍ଷରୁ ଏହି ଫଟୋକୁ ରିଲିଜ କରାଯାଇଛି। ସିଦ୍ଧାନ୍ତଙ୍କ ସହ ରୋମାଣ୍ଟିକ୍‌ ପୋଜରେ ନଜର ଆସିଥିବା ଦୀପିକାଙ୍କ ଏହି ଫଟୋ ହେଉଛି ତାଙ୍କ ଅପ୍‌କମିଂ ଫିଲ୍ମ 'ଗହରାଇୟାଁ'ର ନୂଆ ପୋଷ୍ଟର। ଆମାଜନର ଅରିଜନାଲ ଫିଲ୍ମ 'ଗହରାଇୟାଁ'ର ଆଜି ଏଭଳି ୬ଟି ନୂଆ ପୋଷ୍ଟର ରିଲିଜ ହୋଇଛି।

ବହୁ ପ୍ରତିଭାବାନ ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଏହି ଫିଲ୍ମରେ ଆଜିର ସମ୍ପର୍କର ଜଟିଳତା ଏବଂ ଭିତର ସ୍ତର, ଯୁବକମାନଙ୍କ ଜୀବନର ବିଶେଷ ଦିଗ ଏବଂ ମୁକ୍ତ ଜୀବନଯାପନ କରିବାର ଇଚ୍ଛାକୁ ସୁନ୍ଦର ଭାବରେ ବାଖ୍ୟ କରାଯାଇଛି। ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜନ୍ମଦିନର ଅବସରରେ ଏହି ନୂଆ ପୋଷ୍ଟରଗୁଡ଼ିକୁ ରିଲିଜ କରାଯାଇଛି।

ଏହି ପୋଷ୍ଟରେ ଫିଲ୍ମର ପୂରା ଷ୍ଟାରକାଷ୍ଟ ନଜର ଆସିଛନ୍ତି। ପୋଷ୍ଟରକୁ ଦେଖି ଏବେ ଦର୍ଶକଙ୍କ ଫିଲ୍ମ ପ୍ରତି ଉତ୍ସୁକତା ଓ କୌତୁହଳ ବଢ଼ିଯାଇଛି। ଦର୍ଶକଙ୍କ ମନରେ ଏହି ରିଲେସନ୍‌ସିପ୍‌ ଡ୍ରାମା ଫିଲ୍ମକୁ ଦେଖିବା ପାଇଁ ଲାଳସା ସୃଷ୍ଟି କରିଛି।

ଦୀପିକା ପାଦୁକୋନ୍‌ ସର୍ବପ୍ରଥମେ ଏହି ଫିଲ୍ମର ପୋଷ୍ଟର ଶେଆର କରିଥିଲେ। ଏହାକୁ ଶେଆର କରି କ୍ୟାପସନରେ ଲେଖିଥିଲେ, 'ବିଶେଷ ଦିନରେ ଆପଣ ସମସ୍ତଙ୍କ ପାଇଁ ଏକ ବିଶେଷ ଉପହାର'।

ସୂଚନା ମୁତାବକ, ଏହି ଫିଲ୍ମର ଲିଡ୍‌ ରୋଲରେ ଦୀପିକା ପାଦୁକୋନ, ଗଲିବୟ ଫେମ୍‌ ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଅନନ୍ୟା ପାଣ୍ଡେ ଅଛନ୍ତି। ଏଥିସହ ନାସିରୁଦ୍ଦିନ ଶାହା ଓ ରଜତ କପୁରଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଫେବ୍ରୁଆରୀ ୧୧ ତରିଖରେ ଓଟିଟି ପ୍ଲାଟଫର୍ମରେ ୱାର୍ଲ୍ଡ ୱାଇଡ୍‌ ଏହି ଫିଲ୍ମଟି ରିଲିଜ ହେବ। ଅର୍ଥାତ ଭାରତ ସମେତ ୨୪୦ଟି ଦେଶରେ ଦର୍ଶକ ଆମାଜନ ପ୍ରାଇମ ଭିଡିଓ ଜରିଆରେ ଏହି ଫିଲ୍ମର ମଜା ନେଇପାରିବେ।

 

View this post on Instagram

 

A post shared by Deepika Padukone (@deepikapadukone)

Related story