'ଧୁମ୍-୪'ରେ ଦୀପିକା ପାଦୁକୋଣ ଭିଲେନ୍!

ମୁମ୍ବାଇ: ଯଶ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ ‘ଧୁମ୍’ ସିରିଜ୍‌ର ପ୍ରଥମ ତିନୋଟି ଭାଗ ଦର୍ଶକଙ୍କ ମନ ଜିଣିବାରେ ସଫଳ ରହିଥିଲା। ଏବେ ନିର୍ମାତା ‘ଧୁମ୍’ର ପରବର୍ତ୍ତୀ ଭାଗ ଅର୍ଥାତ୍ ‘ଧୁମ୍-୪’ ପାଇଁ ଯୋଜନା ଆରମ୍ଭ କରିଦେଇଥିବା ସୂଚନା ମିଳିଛି ଏବଂ ଏହି ଫିଲ୍ମରେ ଏଥର ମେଲ୍ ନୁହେଁ ଫିମେଲ୍ ଭିଲେନ୍ ହିଁ ମୁଖ୍ୟ ଆକର୍ଷଣ ହେବ। ଆଉ ଏହି ଫିମେଲ୍ ରୋଲ୍ ତୁଲାଇପାରନ୍ତି ବଲିଉଡର ଏକ ନମ୍ବର ଅଭିନେତ୍ରୀ ଦୀପିକା ପାଦୁକୋଣ। ଫିଲ୍ମଫେୟାର୍ ରିପୋର୍ଟ ମୁତାବକ, […]

deepika

Ranjit Kumar Jena
  • Published: Friday, 12 February 2021
  • , Updated: 12 February 2021, 07:57 PM IST

ମୁମ୍ବାଇ: ଯଶ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ 'ଧୁମ୍' ସିରିଜ୍‌ର ପ୍ରଥମ ତିନୋଟି ଭାଗ ଦର୍ଶକଙ୍କ ମନ ଜିଣିବାରେ ସଫଳ ରହିଥିଲା। ଏବେ ନିର୍ମାତା 'ଧୁମ୍'ର ପରବର୍ତ୍ତୀ ଭାଗ ଅର୍ଥାତ୍ 'ଧୁମ୍-୪' ପାଇଁ ଯୋଜନା ଆରମ୍ଭ କରିଦେଇଥିବା ସୂଚନା ମିଳିଛି ଏବଂ ଏହି ଫିଲ୍ମରେ ଏଥର ମେଲ୍ ନୁହେଁ ଫିମେଲ୍ ଭିଲେନ୍ ହିଁ ମୁଖ୍ୟ ଆକର୍ଷଣ ହେବ। ଆଉ ଏହି ଫିମେଲ୍ ରୋଲ୍ ତୁଲାଇପାରନ୍ତି ବଲିଉଡର ଏକ ନମ୍ବର ଅଭିନେତ୍ରୀ ଦୀପିକା ପାଦୁକୋଣ।

ଫିଲ୍ମଫେୟାର୍ ରିପୋର୍ଟ ମୁତାବକ, 'ଧୁମ୍-୪'ର ନିର୍ମାତା ଏହି ରୋଲ୍ ପାଇଁ ଦୀପିକାଙ୍କ ସହ ଯୋଗଯୋଗ କରିଛନ୍ତି। ଦୀପିକା ମଧ୍ୟ ଏଭଳି ଏକ ରୋଲ୍ ତୁଲାଇବାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ତେବେ ଏହି ଫିଲ୍ମ ସାଇନ୍ କରିବା ପୂର୍ବରୁ ଦୀପିକାଙ୍କୁ ନିଜର ତାରିଖକୁ ମ୍ୟାନେଜ୍ କରିବାକୁ ହେବ। କାରଣ ଦୀପିକା ଏବେ ଆଉ କିଛି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି।

'ଧୁମ୍' ସିରିଜ୍ ତା'ର ଷ୍ଟାଇଲିଜ୍ ଚେଜ୍ ସିକ୍ୱେନ୍ସ ଓ ଲୋକେସନ୍ସ ପାଇଁ ବେଶ୍ ଲୋକପ୍ରିୟତା ହାସଲ କରିଛି। ସିରିଜର ତିନୋଟି ଯାକ ପାର୍ଟରେ ଅଭିଷେକ ବଚ୍ଚନ ଓ ଉଦୟ ଚୋପ୍ରାଙ୍କୁ ଦେଖିବାକୁ ମିଳିଛି। ହେଲେ ପ୍ରଥମ ଭାଗରେ ଜନ୍ ଆବ୍ରାହମ୍, ଦ୍ୱିତୀୟ ପାର୍ଟରେ ହ୍ରିତିକ ରୋଶନ୍ ଏବଂ ତୃତୀୟ ପାର୍ଟରେ ଆମୀର ଖାନ୍ ଭିଲେନ୍ ରୋଲରେ ନଜର ଆସିଥିଲେ। ତେବେ ଫ୍ରାଞ୍ଚାଇଜିର ଚତୁର୍ଥ ଭାଗରେ ଜଣେ ଫିମେଲ୍ ଭିଲେନ୍ ଆସିବା ଦ୍ୱାରା ଏହା ଅଧିକ ରୋମାଞ୍ଚକର ହେବ।

ଦୀପିକା ଏବେ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ଶାହରୁଖ୍ ଖାନ୍ ଓ ଜନ୍ ଆବ୍ରାହମଙ୍କ ଅଭିନୀତ 'ପଠାନ'ରେ ନଜର ଆସିବେ। ସେ ଶକୁନ୍ ବାତ୍ରାଙ୍କ 'ଅନଟାଇଟଲ୍ଡ' ଫିଲ୍ମରେ ଅନନ୍ୟା ପାଣ୍ଡେ ଓ ସିଦ୍ଧାର୍ଥ ଚତୁର୍ବେଦୀଙ୍କ ସହ ନଜର ଆସିବେ। ଅନ୍ୟପକ୍ଷରେ ଦୀପିକା କବୀର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ '୮୩'ରେ ପତି ରଣବୀର ସିଂହଙ୍କ ସହ କାମ କରୁଥିବାର ନଜର ଆସିବେ। ଏହି ଫିଲ୍ମ ବ୍ୟତୀତ ଦୀପିକା ପାଦୁକୋଣ ନାଗ ଅଶ୍ୱିନଙ୍କ ଫିଲ୍ମରେ ପ୍ରଭାସଙ୍କ ଅପୋଜିଟରେ ନଜର ଆସିବେ। ସେହିପରି ଦୀପିକା ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ 'ଫାଇଟର'ରେ ହ୍ରିତିକ ରୋଶନଙ୍କ ସହ ନଜର୍ ଆସିବେ। ଦୀପିକା ମଧ୍ୟ ମହାଭାରତରେ ଦ୍ରୌପଦୀ ଭୂମିକାରେ ନଜର ଆସିବେ।

Related story