ଠକେଇର ଶିକାର ହେଲେ 'ଧୁମ୍‌' ଅଭିନେତ୍ରୀ

ମୁମ୍ବାଇ: ଠକେଇର ଶିକାର ହେଲେ ବଲିଉଡ ଅଭିନେତ୍ରୀ। ‘ଧୁମ୍‌’ ଫିଲ୍ମ ଅଭିନେତ୍ରୀ ତଥା ରିମି ସେନ୍‌ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପାଖାପାଖି ୪ କୋଟି ୧୪ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏନେଇ ସେ ମୁମ୍ବାଇ ଖାର ପୁଲିସ ଷ୍ଟେସନରେ ଜଣେ ପରିଚିତ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଛନ୍ତି।  ପୁଲିସ ଆଇପିସି ଧାରା ୪୨୦ ଓ ୪୦୬ ଆଧାରରେ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ଧରିବା ପାଇଁ ତଲାସି ଜାରି ରଖିଛି ପୁଲିସ। […]

Rimi Sen

Madhupriya Mistry
  • Published: Thursday, 31 March 2022
  • , Updated: 31 March 2022, 11:17 AM IST

ମୁମ୍ବାଇ: ଠକେଇର ଶିକାର ହେଲେ ବଲିଉଡ ଅଭିନେତ୍ରୀ। 'ଧୁମ୍‌' ଫିଲ୍ମ ଅଭିନେତ୍ରୀ ତଥା ରିମି ସେନ୍‌ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପାଖାପାଖି ୪ କୋଟି ୧୪ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏନେଇ ସେ ମୁମ୍ବାଇ ଖାର ପୁଲିସ ଷ୍ଟେସନରେ ଜଣେ ପରିଚିତ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଛନ୍ତି।  ପୁଲିସ ଆଇପିସି ଧାରା ୪୨୦ ଓ ୪୦୬ ଆଧାରରେ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ଧରିବା ପାଇଁ ତଲାସି ଜାରି ରଖିଛି ପୁଲିସ।

ଅଭିଯୋଗ ମୁତାବକ, 'ତିନି ବର୍ଷ ପୂର୍ବେ ଅନ୍ଧେରିର ଏକ ଜିମ୍‌ରେ ଗୋରେଗାଓଁ ନିବାସୀ ତଥା ବିଜନେସମ୍ୟାନ୍‌ ରୌନକ ଜତିନଙ୍କ ସହ ଭେଟିଥିଲେ। ତାଙ୍କୁ ଜାତିନ୍ କହିଥିଲେ ଯେ ସେ ଜଣେ ବ୍ୟବସାୟୀ ଏବଂ ସେ ଏଲଇଡି ଲାଇଟର ଏକ ନୂତନ କମ୍ପାନୀ ଖୋଲିଛନ୍ତି। ତା’ପରେ ସେ ମୋତେ ୪୦ ପ୍ରତିଶତ ରିଟର୍ଣ୍ଣ ପାଇଁ କମ୍ପାନୀରେ ବିନିଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ। ଯେତେବେଳେ ମୁଁ ବିନିଯୋଗ କରିବାକୁ ସ୍ଥିର କଲି, ସେମାନେ ଏକ ଚୁକ୍ତିନାମା ପ୍ରସ୍ତୁତ କଲେ। ବିନିଯୋଗ ସମୟସୀମା ସମାପ୍ତ ହେଲା, ମୁଁ ଜତିନଙ୍କ ଠାରୁ ମୋର ଲାଭ ମାଗିଲି, କିନ୍ତୁ ଜତିନ ମୋ ଫୋନ୍‌ ଆଉ ଉଠାଇଲେ ନାହିଁ। ଅନୁସନ୍ଧାନ ପରେ ଜଣାପଡିଥିଲା ଯେ ଜତିନ ଏଭଳି କୌଣସି କମ୍ପାନୀ ଆରମ୍ଭ କରିନାହାଁନ୍ତି। ତା’ପରେ ମୁଁ ଜାଣିବାକୁ ପାଇଲି ଯେ ମୋହ ସହ ଠକେଇ ହୋଇଛି। ଏହାପରେ ସେ ଜତିନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ।'

https://twitter.com/ANI/status/1509348457055547395?s=20

ଅଭିଯୋଗ ଅନୁଯାୟୀ ପୁଲିସ ଜତିନଙ୍କ ବିରୋଧରେ ବିଭିନ୍ନ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ଖୋଜୁଛି। ତଦନ୍ତ ଚାଲିଛି ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଖୋଜି ବାହାର କରାଯିବ ବୋଲି ଖାର ପୁଲିସ ଥାନା ଅଧିକାରୀ କହିଛନ୍ତି।

ସୂଚନା ମୁତାବକ, ଅଭିନେତ୍ରୀ ରିମି ସେନ୍‌ ବର୍ତ୍ତମାନ ବଲିଉଡ ଠାରୁ ଦୂରେଇ ରହିଛନ୍ତି। ଦିନ ଥିଲା ବଲିଉଡରେ ରିମି ସେନ୍‌ଙ୍କ ବେଶ୍‌ ନାଁ ଥିଲା। ସେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ନଜର ଆସିଥିଲେ। ତାଙ୍କ ଫିଲ୍ମ ଓ ଅଭିନୟ ଦର୍ଶକଙ୍କୁ ମଧ୍ୟ ଖୁବ୍‌ ପସନ୍ଦ ଆସୁଥିଲା। ସୁପରହିଟ୍‌ ଫିଲ୍ମ 'ଧୁମ୍‌'ରେ ନଜର ଆସିଥିଲେ ରିମି। ସେ ଏଥିରେ ଅଭିନେତା ଅଭିଷେକ ବଚ୍ଚନଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ। ତେବେ ତାଙ୍କ କ୍ୟାରିଅର ଭଲ ଚାଲିଥିବା ବେଳେ ହଠାତ୍‌ ସେ ଫିଲ୍ମରେ କାମ କରିବା ବନ୍ଦ କରିଦେଇଥିଲେ। ଧୀରେ ଧୀରେ ସେ ଇଣ୍ଡଷ୍ଟ୍ରି ଠାରୁ ମଧ୍ୟ ଦୂରେଇ ଯାଇଥିଲେ।

Related story