ପୁଲିସକୁ ୨୫ ଲକ୍ଷ ଲାଞ୍ଚ ଯାଚି ଥିଲେ ରାଜ!

ମୁମ୍ବାଇ: ଖୋଲୁଛି ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପାପର ପେଢ଼ି। ପର୍ଣ୍ଣଗ୍ରାଫି ମାମଲାରେ ଗିରଫ ପରେ ଏବେ ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସୁଛି। ଅଶ୍ଳୀଳ ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଜୋରଦାର ଯାଂଚ ଆରମ୍ଭ କରିଛି। ପୁଲିସ ରାଜ କୁନ୍ଦ୍ରାଙ୍କ ଘର, ଅଫିସ ସମେତ ଅନେକ ସ୍ଥାନରେ ଚଢ଼ାଉ କରିଛି। ଏହାରି ଭିତରେ ରାଜଙ୍କ ବିରୋଧରେ ଆଉ ସଙ୍ଗୀନ ଖବର ସାମ୍ନାକୁ ଆସିଛି। ଗିରଫଦାରୀରୁ ବଂଚିବା ପାଇଁ ରାଜ କୁନ୍ଦ୍ରା କୁଆଡେ ପୁଲିସ ଲାଂଚ ଦେଇଥିବା […]

Raj Kundra

Madhupriya Mistry
  • Published: Thursday, 22 July 2021
  • , Updated: 22 July 2021, 03:25 PM IST

ମୁମ୍ବାଇ: ଖୋଲୁଛି ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପାପର ପେଢ଼ି। ପର୍ଣ୍ଣଗ୍ରାଫି ମାମଲାରେ ଗିରଫ ପରେ ଏବେ ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସୁଛି। ଅଶ୍ଳୀଳ ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଜୋରଦାର ଯାଂଚ ଆରମ୍ଭ କରିଛି। ପୁଲିସ ରାଜ କୁନ୍ଦ୍ରାଙ୍କ ଘର, ଅଫିସ ସମେତ ଅନେକ ସ୍ଥାନରେ ଚଢ଼ାଉ କରିଛି। ଏହାରି ଭିତରେ ରାଜଙ୍କ ବିରୋଧରେ ଆଉ ସଙ୍ଗୀନ ଖବର ସାମ୍ନାକୁ ଆସିଛି। ଗିରଫଦାରୀରୁ ବଂଚିବା ପାଇଁ ରାଜ କୁନ୍ଦ୍ରା କୁଆଡେ ପୁଲିସ ଲାଂଚ ଦେଇଥିବା ଅଭିଯୋଗ ଉଠିଛି।

ଗିରଫଦାରୀ ଏବଂ କ୍ରାଇମବ୍ରାଞ୍ଚ ପଞ୍ଝାରୁ ବର୍ତ୍ତିବା ପାଇଁ ରାଜ କୁନ୍ଦ୍ରା ପୁଲିସକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ। ଅଶ୍ଳୀଳ ଭିଡିଓ କେସ୍ ସହ ସମ୍ପୃକ୍ତ ଜଣେ ଫେରାର ଅଭିଯୁକ୍ତ ଏଭଳି ଦାବି କରିଛନ୍ତି।

ମିଡ୍ ଡେ’ ରିପୋର୍ଟ ମୁତାବକ ଅଭିଯୁକ୍ତ ଅରବିନ୍ଦ ଶ୍ରୀବାସ୍ତବ ଓରଫ ୟଶ୍ ଠାକୁର ଏହି ଦାବି କରିଛନ୍ତି।

ମାର୍ଚ୍ଚ ମାସରେ ଇ-ମେଲ୍ ଜରିଆରେ ଅରବିନ୍ଦ ଗିରଫଦାରୀରୁ ବର୍ତ୍ତିବା ପାଇଁ ରାଜ କୁନ୍ଦ୍ରା କ୍ରାଇମବ୍ରାଂଚ ଅଫିସରଙ୍କୁ ୨୫ ଲକ୍ଷ ଟଙ୍କା ଲାଂଚ ଦେଇଥିବା କଥା ଉଠାଇଥିଲେ। ଏନେଇ ସେ ମୁମ୍ବାଇ ପୁଲିସ ମୁଖ୍ୟାଳୟରେ ମଧ୍ୟ ଅଭିଯୋଗ କରିଥିଲେ। ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଏପ୍ରିଲରେ ମୁମ୍ବାଇ ପୁଲିସ କମିଶନରଙ୍କ ନିକଟକୁ ଏହି ଇମେଲ ପଠାଇ ଏହି ଘଟଣାର ତଦନ୍ତ କରିବାକୁ କହିଥିଲା। ତେବେ ଏଯାଏଁ ପୁଲିସ କିନ୍ତୁ ଏହି ମାମଲାରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

ସୂଚନା ମୁତାବକ ୟଶ୍ ଠାକୁରଙ୍କ ବିରୋଧରେ ପର୍ଣ୍ଣଗ୍ରାଫି ମାମଲା ରୁଜୁ ହୋଇଛି। ୟଶ୍ ଆମେରିକା ଭିତ୍ତିକ ଏକ କମ୍ପାନୀର ମାଲିକ ବୋଲି କୁହାଯାଉଛି। ରାଜ କୁନ୍ଦ୍ରାଙ୍କ କମ୍ପାନୀ ଦ୍ୱାରା ୟଶ ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏହି ଫିଲ୍ମ ଗୁଡିକ ୟଶ ଠାକୁରଙ୍କ ୱେବସାଇଟ୍ ଜରିଆରେ ହିଁ ଅପ୍‌ଲୋଡ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। କ୍ରାଇମବ୍ରାଂଚ ଏହି ଘଟଣାର ତଦନ୍ତ କରି ୟଶଙ୍କ ଆକାଉଣ୍ଟରୁ ୪କୋଟି ୫ ଲକ୍ଷ ଟଙ୍କା ଜବତ ମଧ୍ୟ କରିସାରିଛି। ସେପଟେ ୟଶ କିନ୍ତୁ ଗିରଫଦାରୀରୁ ବର୍ତ୍ତିବା ପାଇଁ ଫେରାର ଥିବା କୁହାଯାଉଛି।

ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କୁ ୧୯ ଜୁଲାଇରେ ଗିରଫ କରାଯାଇଥିଲା, ପରେ ତାଙ୍କୁ ୨୩ ଜୁଲାଇ ପର‌୍ୟ୍ୟନ୍ତ ପୁଲିସ ହେପାଜତକୁ ପଠାଯାଇଥିଲା। କ୍ରାଇମବ୍ରାଞ୍ଚ ତାଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା ସେଠାରୁ ୭୦ଟି ପର୍ଣ୍ଣ ଭିଡିଓ ଜବତ ହୋଇଛି। ଏହି ଭିଡିଓ ଗୁଡିକୁ ତାଙ୍କ ପିଏ ଉମେଶ କାମାତ ଅନେକ ପ୍ରଡକ୍ସନ ହାଉସ ସାହାଯ୍ୟରେ ପ୍ରସ୍ତୁତ କରିଥିଲେ।

Related story