୧୨ ବର୍ଷ ବୟସରୁ ଦିଲ୍ଲୀପଙ୍କୁ ଦିଲ୍ ଦେଇଥିଲେ ସାଏରା

ମୁମ୍ବାଇ: ଦିଲ୍ଲୀପ କୁମାର ଓ ସାଏରା ବାନୋ। ଏଦୁହେଁ ପରଦାରେ ଯେତିକି ହିଟ୍ ଅସଲ ଜୀବନରେ ମଧ୍ୟ ସେତିକି ସଫଳ । ସର୍ବଦାଙ୍କ ଉଭୟ ଉଭୟଙ୍କ ଛାଇ ଭଳି ରହିଥା’ନ୍ତି। କେହି କାହାଠାରୁ ଅଲଗା ହୁଅନ୍ତି ନାହିଁ। ଦିଲ୍ଲୀପ କୁମାର ଏବଂ ସାଏରା ବାନୋଙ୍କ ଯୋଡି ଇଣ୍ଡଷ୍ଟ୍ରୀର ସବୁଠାରୁ ପୁରୁଣା ଯୋଡି। ଦିଲ୍ଳୀପ-ସାଏରାଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍ ନିଆରା। ୧୯୪୪ ରେ ସାଏରା ବାନୋ ଜନ୍ମ ଗ୍ରହଣ କରିଥିଲେ। ଇଣ୍ଡୋ-ପାକ୍ ବିଭାଜନ ପରେ ସେ ଲଣ୍ଡନରେ […]

saira-banu-Dilip

Madhupriya Mistry
  • Published: Wednesday, 07 July 2021
  • , Updated: 07 July 2021, 06:29 PM IST

ମୁମ୍ବାଇ: ଦିଲ୍ଲୀପ କୁମାର ଓ ସାଏରା ବାନୋ। ଏଦୁହେଁ ପରଦାରେ ଯେତିକି ହିଟ୍ ଅସଲ ଜୀବନରେ ମଧ୍ୟ ସେତିକି ସଫଳ । ସର୍ବଦାଙ୍କ ଉଭୟ ଉଭୟଙ୍କ ଛାଇ ଭଳି ରହିଥା’ନ୍ତି। କେହି କାହାଠାରୁ ଅଲଗା ହୁଅନ୍ତି ନାହିଁ। ଦିଲ୍ଲୀପ କୁମାର ଏବଂ ସାଏରା ବାନୋଙ୍କ ଯୋଡି ଇଣ୍ଡଷ୍ଟ୍ରୀର ସବୁଠାରୁ ପୁରୁଣା ଯୋଡି। ଦିଲ୍ଳୀପ-ସାଏରାଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍ ନିଆରା।

୧୯୪୪ ରେ ସାଏରା ବାନୋ ଜନ୍ମ ଗ୍ରହଣ କରିଥିଲେ। ଇଣ୍ଡୋ-ପାକ୍ ବିଭାଜନ ପରେ ସେ ଲଣ୍ଡନରେ ପଳାଇ ଯାଇଥିଲେ। ସେଠାରେ ସେ ଅଧ୍ୟୟନ କରିଥିଲେ। ଯେତେବେଳେ ସାଏରା ଛୁଟିଦିନ ପାଇଁ ଭାରତକୁ ଆସୁଥିଲେ, ସେ ଦିଲ୍ଲୀପ କୁମାରଙ୍କ ଫିଲ୍ମର ସୁଟିଂ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଷ୍ଟୁଡିଓରେ ବସିଥଲେ। କୁହାଯାଏ ଯେ ସେ ୧୨ ବର୍ଷ ବୟସରୁ ଦିଲୀପ କୁମାରଙ୍କ ପ୍ରେମରେ ପଡିଥିଲେ। ତେବେ ସେତେବେଳେ ଦିଲୀପ କୁମାର ତାଙ୍କ ପ୍ରତି କୌଣସି ଆଗ୍ରହ ଦେଖାଇ ନଥିଲେ। ଅନେକ ବର୍ଷର ବୟସ ବ୍ୟବଧାନ ହେତୁ ମଧ୍ୟ ସେ ଦ୍ୱିଧାବୋଧ କରୁଥିଲେ। କିନ୍ତୁ ସେ ଜାଣିଥିଲେ ଯେ ସାଏରା ତାଙ୍କୁ ବହୁତ ଭଲ ପାଆନ୍ତି।

ଏହା ପରେ ଦିନେ ଦିଲ୍ଲୀପ କୁମାର ସାଏରା ବାନୋଙ୍କୁ ବ୍ରୋକେଡ୍ ସାଢ଼ୀ ପିନ୍ଧିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହି ସମୟରେ ସେ ସାଏରାଙ୍କ ସୌନ୍ଦର‌୍ୟ୍ୟ ଦେଖି ମତୁଆଳା ହୋଇଥିଲେ। ନିଜ ଆତ୍ମ ଜୀବନୀ Dilip Kumar: The Substance and the Shadow, ରେ ଦିଲୀପ କୁମାର ନିଜେ ସାଏରାଙ୍କ ସହ ପ୍ରଥମ ସାକ୍ଷାତ ବିଷୟରେ ଉଲ୍ଲେଖ କରିଥିଲେ।ସେ କହିଥିଲେ, 'ଯେତେବେଳେ ମୁଁ କାରରୁ ଓହ୍ଲାଇ ସାଏରାଙ୍କ ଘରକୁ ଗଲି, ମୋର ଆଖି ସାଇରା ଉପରେ ପଡିଗଲା। ସେ ଏକ ବ୍ରୋକେଡ୍ ସାଢ଼ୀ ପିନ୍ଧିଥିଲେ। ମୁଁ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। କାରଣ ମୁଁ ଭାବିଲି ସେ ବହୁତ ଛୋଟ, କିନ୍ତୁ ସେତେବେଳେ ସେ ଆଉ ଛୋଟ ଝିଅ ନୁହେଁ ମୋ ଆଶା ଠାରୁ ଅଧିକ ସୁନ୍ଦର ହୋଇଯାଇଥିଲେ। ମୁଁ ଆଗକୁ ବଢ଼ିଲି। ସାଏରାଙ୍କ ସହ ହାତ ମିଶାଇଲି ଆଉ ଏହାପରେ ସମୟ ସେଠାରେ ହିଁ ଅଟକି ଯାଇଥିଲା।’

ଏହି ଦେଖାସାକ୍ଷାତ ପରେ ଦିଲ୍ଲିପ ଏବଂ ସାଏରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିଥିଲା। ପରେ ଧୀରେ ଧୀରେ ନିବିଡ ହେବାରେ ଲାଗିଥିଲା। ଏହାପରେ ୧୯୬୬ରେ ଦିଲ୍ଲୀପ କୁମାର ଏବଂ ସାଏରା ଉଭୟ ନିଜ ପ୍ରେମକୁ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଦୁହେଁ ବିବାହ କରିଥିଲେ। ସେହି ସମୟରେ ସାଏରାଙ୍କ ବୟସ ୨୨ ବର୍ଷ ଏବଂ ଦିଲ୍ଲୀପଙ୍କ ବୟସ ୪୪ ବର୍ଷ ଥିଲା। ବିବାହ ପରେ ଦିଲ୍ଲୀପଙ୍କ ଘର ସମ୍ଭାଳିବା ଏବଂ ତାଙ୍କ ସେବା ପାଇଁ ନିଜ ଫିଲ୍ମ କ୍ୟାରିଅର ଛାଡି ଦେଇଥିଲେ ସାଏରା।

ବିବାହର ଏତେ ବର୍ଷ ପରେ ମଧ୍ୟ ଦିଲ୍ଲୀପ-ସାଏରା ପ୍ରତ୍ୟେକ କଷ୍ଟ ସମୟରେ ଏକାଠି ରହିଥିଲେ। ଅଲଜାଇମରରେ ପୀଡିତ ଦିଲ୍ଳୀପ ସାହେବଙ୍କ ସମ୍ପୂର୍ଣ୍ଣ ଯତ୍ନ ନେଉଥିଲେ ସାଏରା। ବିବାହର ୫୪ ବର୍ଷ ପରେ ଏବେ ଦିଲ୍ଲୀପ ସାଏରାଙ୍କୁ ଏକା କରି ଆରପାରିକୁ ଚାଲି ଯାଇଛନ୍ତି। ଫଳରେ ଭାଙ୍ଗି ପଡିଛନ୍ତି ସାଏରା ବେଗମ।

Related story