'ବହୁତ ହେଲା, ଦୟାକରି ଛାଡି ଦିଅ; ଆମର କିଛି ହେଲେ ରାଜନେତା ଦାୟୀ'

ମୁମ୍ବାଇ: ‘ବହୁତ ହେଲା, ଦୟାକରି ଆମକୁ ଛାଡି ଦିଅ…। ଆମକୁ ଶାନ୍ତିରେ ବଞ୍ଚିବାକୁ ଦିଅ। ଝିଅର ମୃତ୍ୟୁ ଦୁଃଖକୁ ଭୁଲିବାକୁ ଆମେ ଚେଷ୍ଟା କରୁଛୁ। ଏହାକୁ ନେଇ ରାଜନୀତି କରିବା ବନ୍ଦ କରନ୍ତୁ। ଯଦି ଆଗକୁ ଆମର କିଛି ହୋଇଯାଏ ତେବେ ଏଥିପାଇଁ ରାଜନେତାମାନେ ଦାୟୀ ହେବେ।’ ଏଭଳି କିଛି କହିଛନ୍ତି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନ୍‌ଙ୍କ ପରିବାର। ମଙ୍ଗଳବାର ମୁମ୍ବାଇର ମେୟର କିଶୋରୀ ପେଡନେକର ଦିଶା ସଲିୟାନଙ୍କ […]

Disha and Sushant

Madhupriya Mistry
  • Published: Tuesday, 22 February 2022
  • , Updated: 22 February 2022, 08:57 PM IST

ମୁମ୍ବାଇ: 'ବହୁତ ହେଲା, ଦୟାକରି ଆମକୁ ଛାଡି ଦିଅ…। ଆମକୁ ଶାନ୍ତିରେ ବଞ୍ଚିବାକୁ ଦିଅ। ଝିଅର ମୃତ୍ୟୁ ଦୁଃଖକୁ ଭୁଲିବାକୁ ଆମେ ଚେଷ୍ଟା କରୁଛୁ। ଏହାକୁ ନେଇ ରାଜନୀତି କରିବା ବନ୍ଦ କରନ୍ତୁ। ଯଦି ଆଗକୁ ଆମର କିଛି ହୋଇଯାଏ ତେବେ ଏଥିପାଇଁ ରାଜନେତାମାନେ ଦାୟୀ ହେବେ।' ଏଭଳି କିଛି କହିଛନ୍ତି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନ୍‌ଙ୍କ ପରିବାର।

ମଙ୍ଗଳବାର ମୁମ୍ବାଇର ମେୟର କିଶୋରୀ ପେଡନେକର ଦିଶା ସଲିୟାନଙ୍କ ପରିବାରକୁ ଭେଟିଥିଲେ।  ଏହି ସାକ୍ଷାତ ବେଳେ ତାଙ୍କ ସହ ରାଜ୍ୟ ମହିଳା ଆୟୋଗର ଅନ୍ୟ ଦୁଇ ଜଣ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଦିଶାଙ୍କ ମା' କାନ୍ଦି କାନ୍ଦି ନିଜ ଯନ୍ତ୍ରଣା ବଖାଣିଛନ୍ତି।

ସେ କହିଛନ୍ତି, 'ଅଯଥାରେ ରଜନେତାମାନଙ୍କ ଦ୍ୱାରା ମୋ ଝିଅକୁ ବଦନାମ କରାଯାଉଛି। ପ୍ରତିଦିନ ତାକୁ ନେଇ ଟିପ୍ପଣୀ କରାଯାଉଛି। ନେତାମାନଙ୍କୁ ଅଭିଯୋଗ କରିବା ଏବଂ ଦିଶାକୁ ବଦନାମ କରିବା ପାଇଁ କିଏ ଅଧିକାର ଦେଲା? ସେ ଏବେ ଆମ ଗହଣରେ ନାହିଁ। କିନ୍ତୁ ରାଜନେତାମାନେ ନିଜ ଲାଭ ପାଇଁ ଦିଶାକୁ ବଦନାମ କରୁଛନ୍ତି ଆଉ ଆମକୁ ହଇରାଣ କରୁଛନ୍ତି। ଆମେ ଏବେବି ଡିପ୍ରେସନରେ ଅଛୁ। ଆମେ ଆତ୍ମହତ୍ୟା କରିବାକୁ ଚାହୁଁଛି। ଯଦି ମୋ ଝିଅକୁ ନେଇ ଏଭଳି ବଦନାମ କରିବା ବନ୍ଦ ନ କରାଯାଏ ତେବେ ଆମେ ମଧ୍ୟ କଠୋର ପଦକ୍ଷେପ ନେବୁ। ଏଥିପାଇଁ ରାଜନେତାମାନେ ଦାୟୀ ହେବେ।'

ଦିଶାଙ୍କ ଆତ୍ମହତ୍ୟାକୁ ନେଇ ତାଙ୍କ ବାପା-ମା' କହିଛନ୍ତି, 'ସେ ଅଧିକ କାମର ପ୍ରେସର ଯୋଗୁଁ ଡିପ୍ରେସନରେ ଥିଲା। ସେହି ସମୟରେ ଆମେ ତା' ଡିପ୍ରେସନ କଥା ଜାଣିପାରିଲୁନି। ଏହାପରେ ସେ ଆତ୍ମହତ୍ୟା କଲା। ତା' ବ୍ୟବଚ୍ଛେଦ ରିପୋର୍ଟ ପୁଲିସ ପାଖରେ ଅଛି, ଏଥିରେ ଦିଶା ଆତ୍ମହତ୍ୟା କରିଥିବା କଥା ସ୍ପଷ୍ଟ ଉଲ୍ଲେଖ ଅଛି।' ଦିଶାଙ୍କ ମୃତ୍ୟୁ ପରେ ତାଙ୍କୁ ରାଜନେତାଙ୍କ ଦ୍ୱାରା ବଦନାମ କରା ନଯାଉ ବୋଲି ଦିଶାଙ୍କ ମା' ମହିଳା ଆୟୋଗଙ୍କୁ ଚିଠି ଲେଖି ଦାବି କରିଛନ୍ତି।

ସୂଚନା ମୁତାବକ, ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲିୟାନଙ୍କ ମୃତ୍ୟୁକୁ ପାଖାପାଖି ଦେଢ଼ ବର୍ଷ ପୂରିଲାଣି। ତେବେ ଏମାନଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ରାଜନୀତି କିନ୍ତୁ ଥମିବାର ନା ନେଉ ନାହିଁ। ଏହି ମାମଲାକୁ ନେଇ ନାରାୟଣ ରାଣେଙ୍କ ପୁଅ ଓ ବିଜେପି ବିଧାୟକ ନୀତେଶ ରାଣେ ମଙ୍ଗଳବାର ଏକ ଟ୍ୱିଟ୍‌ କରିଥିଲେ। ଏଥିରେ ଦିଶାଙ୍କ ମୃତ୍ୟୁକୁ ନେଇ ଶିବସେନା ବିରୋଧରେ ସେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏହି ଟ୍ୱିଟ୍‌ରେ ସେ ଦିଶା ସଲିୟାନ ଓ ମୁମ୍ବାଇ ପୁଲିସର ପୂର୍ବତନ ଅଫିସର ସଚିନ ବାଜେଙ୍କ କନେକ୍‌ସନ୍‌ ଥିବା ଉଲ୍ଲେଖ କରିଥିଲେ।

Related story