ଆତ୍ମହତ୍ୟା ଧମକ ଦେଲେ ସୁଶାନ୍ତ ସିଂହଙ୍କ ମ୍ୟାନେଜରଙ୍କ ବାପା ମା'

ମୁମ୍ବାଇ: ୨୦୨୦ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତର ଏକ ସପ୍ତାହ ପୂର୍ବରୁ ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଏକ ବିଲ୍ଡିଂରୁ ଖସିପଡି ସେ ମୃତ୍ୟୁ ବରଣ କରିଥିଲେ। ଦିଶା ସୁଶାନ୍ତଙ୍କ ମ୍ୟାନେଜର ଥିଲେ। ତେଣୁ ଦିଶାଙ୍କ ମୃତ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଇଥିଲା ଯେ ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି। ଯଦିଓ ଏଯାଏଁ କିଛି ସ୍ପଷ୍ଟ ହୋଇପାରି ନାହିଁ। ବର୍ତ୍ତମାନ ଦିଶାଙ୍କ ବାପା-ମା’ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ […]

disha salian and Sushant

Madhupriya Mistry
  • Published: Sunday, 27 March 2022
  • , Updated: 27 March 2022, 02:40 PM IST

ମୁମ୍ବାଇ: ୨୦୨୦ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତର ଏକ ସପ୍ତାହ ପୂର୍ବରୁ ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଏକ ବିଲ୍ଡିଂରୁ ଖସିପଡି ସେ ମୃତ୍ୟୁ ବରଣ କରିଥିଲେ। ଦିଶା ସୁଶାନ୍ତଙ୍କ ମ୍ୟାନେଜର ଥିଲେ। ତେଣୁ ଦିଶାଙ୍କ ମୃତ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଇଥିଲା ଯେ ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି। ଯଦିଓ ଏଯାଏଁ କିଛି ସ୍ପଷ୍ଟ ହୋଇପାରି ନାହିଁ। ବର୍ତ୍ତମାନ ଦିଶାଙ୍କ ବାପା-ମା' ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଚିଠି ଲେଖି କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଏବଂ ତାଙ୍କ ପୁଅ ନୀତିଶ ରାଣେଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ନଚେତ ସେମାନେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଶା ସାଲିଆନଙ୍କ ବାପା-ମା' ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିକଟକୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ଝିଅର ମୃତ୍ୟୁ ବିଷୟରେ ମିଥ୍ୟା ଖବର ପ୍ରଚାର କରିବା ଏବଂ ପରିବାରକୁ ବଦନାମ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ, ତାଙ୍କ ପୁଅ ତଥା ବିଧାୟକ ନୀତିଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯଦି ଏଭଳି ନକରାଯାଏ ତେବେ ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ଚିଠିରେ ଉଲ୍ଲେଖ କରିଛନ୍ତି।

ଦିଶାଙ୍କ ବିଷୟରେ ମିଥ୍ୟା ମନ୍ତବ୍ୟ ଦେବା ଏବଂ ମିଥ୍ୟା ଗୁଜବ ପ୍ରଚାର କରିବା ପାଇଁ ରାଣେ ଏବଂ ତାଙ୍କ ପୁଅ ନୀତିଶଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ଝିଅର ମୃତ୍ୟୁକୁ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ସହ ଯୋଡି ତାଙ୍କୁ ବଦନାମ କରାଯାଉଛି ବୋଲି ଦିଶାଙ୍କ ବାପା-ମା' ଅଭିଯୋଗ କରିଛନ୍ତି।

ପ୍ରକୃତରେ, ନାରାୟଣ ରାଣେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ ଯେ ଗଣଦୁଷ୍କର୍ମ ପରେ ଦିଶାଙ୍କୁ ହତ୍ୟା କରାଯାଇଛି। କିନ୍ତୁ ଦିଶାଙ୍କ ବାପା-ମା' ଏହାକୁ ଅସ୍ୱୀକାର କରିଛନ୍ତି। ସେ ଏହା ପୂର୍ବରୁ ଅନେକ ରାଜନେତାଙ୍କୁ ମଧ୍ୟ ତାଙ୍କ ଝିଅର ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇ ତାଙ୍କୁ ଅପମାନ ନକରିବାକୁ ନିବେଦନ କରିଥିଲେ।

ଉଲ୍ଲେଖଯୋଗ୍ୟ, ୨୮ ବର୍ଷିୟା ଦିଶା ସାଲିଆନ୍, ୮ ଜୁନ୍ ୨୦୨୦ରେ ମୁମ୍ବାଇର ମାଲାଡ ସ୍ଥିତ ଏକ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ, ଜୁନ୍ ୧୪ରେ, ସୁଶାନ୍ତ ସିଂ ରାଜପୁତଙ୍କ ବାନ୍ଦ୍ରାସ୍ଥିତ ତାଙ୍କ ଫ୍ଲାଟରେ ମୃତଦେହ ମିଳିଥଲା। ସେତେବେଳେ ଉଭୟଙ୍କ ମୃତ୍ୟୁକୁ ନେଇ ଅନେକ କଥା କୁହାଯାଇଥିଲା ଏପରି ଅନେକ ଗୁଜବ ମଧ୍ୟ ଉଠିଥିଲା।

Related story