ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଆକ୍ସନ ମୋଡ୍ରେ ରହିଛି ଏନ୍ସିବି। ଜୋରଜବରଦସ୍ତ ଟଙ୍କା ମାଗିବା ଅଭିଯୋଗର ଯାଞ୍ଚ କରୁଥିବା ମୁମ୍ବାଇ ପୁଲିସ ଏବେ ତା'ର ତଦନ୍ତକୁ ଆହୁରି ବଢ଼ାଇଛି। ଏବେ ଶାହରୁଖ ଖାନ୍ଙ୍କ ମ୍ୟାନେଜରଙ୍କ ପାଳି ପଡିଛି। ମୁମ୍ବାଇ ପୁଲିସର ଏସଆଇଟି ଟିମ୍ ବର୍ତ୍ତମାନ ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନିଙ୍କୁ ଡକାଇଛି। ପଚରାଉଚରା ପାଇଁ ତାଙ୍କୁ ସମନ ପଠାଇଛି। ତେବେ ଡାକରା ସତ୍ତ୍ୱେ ପୂଜା ହାଜର ହୋଇନାହାନ୍ତି।
ସୂଚନା ମୁତାବକ, ମୁମ୍ବାଇର ପୁଲିସର ଏସ୍ଆଇଟି ଟିମ୍ର ସମନ ମିଳିବା ପରେ ପୂଜା ଦଦଲାନି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ହାଜର ହୋଇନାହାନ୍ତି। ଏଥିସହ ସେ ପୁଲିସକୁ ସମୟ ମାଗିଥିବା ଜଣାପଡିଛି।
ମୁମ୍ବାଇ ପୁଲିସ କିରଣ ଗୋସାଭିଙ୍କ ଟଙ୍କା ଡିଲ୍ ଏବଂ ନିର୍ଯାତନା ମାମଲାର ଯାଂଚ କରୁଛି। ଏହି ମାମଲାରେ ପୂଜା ଦଦଲାନିଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ କରାଯାଇଛି। ଶନିବାର ଦିନ ତାଙ୍କୁ ହାଜର ହେବା ପାଇଁ କୁହାଯାଇଥିଲା। କିନ୍ତୁ ହାଜର ନହୋଇ ସମୟ ମାଗିଛନ୍ତି।
ଏନ୍ସିବିର ସାକ୍ଷୀ ପ୍ରଭାକର ସେଲ୍ ନିଜ ଆଫିଡେଭିଟ୍ରେ ଅଭିନେତା ଶାହରୁଖ ଖାନ୍ଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କ ଯେଉଁ ମର୍ସିଡିଜ କାର୍ ବିଷୟରେ ଉଲ୍ଲେଖ କରିଥିଲେ ତା'ର ସିସିଟିଭ ଫୁଟେଜ ମୁମ୍ବାଇ ପୁଳିସ ହାତରେ ଲାଗିଛି।
ଲୋଅର ପରେଲରୁ ଏହି ଫୁଟେଜ ମିଳିଛି। ତେବେ ସିସିଟିଭି ଫୁଟେଜରେ ପୂଜା ଦଦଲାନିଙ୍କ କାର୍ ନଜର ଆସୁଛ କିନ୍ତୁ କାର୍ ଭିତରେ ଯେଉଁ ମହିଳା ଅଛନ୍ତି ସିଏ ପୂଜା ଦଦଲାନି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହି ପୂରା ମାମଲାର ଯାଞ୍ଚ ଏସ୍ଆଇଟି କରୁଛି।
ଉଲ୍ଲେଖ ଯୋଗ୍ୟ ଯେ ଏନ୍ସିବିର ସାକ୍ଷୀ କିରଣ ଗୋସାଭି ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କୁ ଟଙ୍କା ବଦଳରେ ଆର୍ଯ୍ୟନଙ୍କ ଗିରଫ ଅଟକାଇବା ପାଇଁ ପ୍ରତଶ୍ରୁତି ଦେଇଥିଲେ।
View this post on Instagram
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।