ବି-ଟାଉନ୍‌ରେ ବ୍ୟାପିଲାଣି ମହାମାରୀ, ଏକତା କପୁର ବି ପଜିଟିଭ

ମୁମ୍ବାଇ: ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରିରେ ପଡିଛି କରୋନା ଚଡକ। ବି-ଟାଉନ୍‌ରେ ବ୍ୟାପିଲାଣି ମହାମାରୀ। ଜଣଙ୍କ ପରେ ଜଣେ ସେଲେବ୍ରିଟି କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏବେ ତାଲିକାରେ ଟେଲିଭିଜନ ଇଣ୍ଡଷ୍ଟ୍ରିର ଷ୍ଟାର ନିର୍ଦ୍ଦେଶକ ତଥା ପିଲ୍ମ ନିର୍ମାତା ଏକତା କପୁର। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ସେ ଘରେ ହିଁ ଆଇସୋଲେସନରେ ଅଛନ୍ତି। […]

Ekta kapoor

Madhupriya Mistry
  • Published: Monday, 03 January 2022
  • , Updated: 03 January 2022, 05:18 PM IST

ମୁମ୍ବାଇ: ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରିରେ ପଡିଛି କରୋନା ଚଡକ। ବି-ଟାଉନ୍‌ରେ ବ୍ୟାପିଲାଣି ମହାମାରୀ। ଜଣଙ୍କ ପରେ ଜଣେ ସେଲେବ୍ରିଟି କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏବେ ତାଲିକାରେ ଟେଲିଭିଜନ ଇଣ୍ଡଷ୍ଟ୍ରିର ଷ୍ଟାର ନିର୍ଦ୍ଦେଶକ ତଥା ପିଲ୍ମ ନିର୍ମାତା ଏକତା କପୁର। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି।

ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ସେ ଘରେ ହିଁ ଆଇସୋଲେସନରେ ଅଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସମସ୍ତ କରୋନା ନିୟମ ପାଳନ କରୁଛନ୍ତି। ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନଙ୍କୁ ସେ କରୋନା ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି।

ଏକତା କପୁରଙ୍କ ପୂର୍ବରୁ ଅଭିନେତା ଜନ୍‌ ଅବ୍ରାହମ ଏବଂ ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚାଲ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଅଭିନେତା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରି ସୂଚନା ଦେଇଥିଲେ। ୩ ଦିନ ପୂର୍ବେ ଜନ୍‌ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ, ପରେ ସେ କରୋନା ପଜିଟିଭ ଥିବା ଜାଣିବାକୁ ପାଇଥିଲେ। ପ୍ରିୟା ଓ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଉଭୟଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଦୁହେଁ କାହାର ବି ସଂସ୍ପର୍ଶରେ ଆସିନାହାନ୍ତି। ଏଥିରେ ଜନ୍‌ ଏବଂ ତାଙ୍କ ପତ୍ନୀ ଟିକାର ଦୁଇଟି ଡୋଜ୍‌ ମଧ୍ୟ ନେଇସାରିଛନ୍ତି। ଦୟାକରି ସମସ୍ତେ ସୁସ୍ଥ ରୁହନ୍ତୁ ଓ ମାସ୍କ ପିନ୍ଧନ୍ତୁ ବୋଲି ଜନ୍‌ ଅନୁରୋଧ କରିଥିଲେ।

ଏକତା କପୁର ଓ ଜନ୍‌ ଅବ୍ରାହମଙ୍କ ପୂର୍ବରୁ ଡିସେମ୍ବରରେ ଅନ୍ୟ ସେଲେବ୍ରିଟିମାନେ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। କରୀନା କପୁର, ଅମ୍ୟତା ଅରୋନା, ଅର୍ଜୁନ କପୁର, ଅଶଂଲୁ କପୁର, ରିଆ କପୁର, କରଣ ବୁଲାନି, ମୃଣାଲ ଠାକୁର କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ତେବେ ଖ୍ରୀଷ୍ଟମାସ ବେଳେ କରୀନା ଓ ଅମ୍ୟତାଙ୍କ କରୋନାରୁ ସୁସ୍ଥ ହୋଇଥିଲେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ସେପଟେ ଅର୍ଜୁନ କପୁର ଦ୍ୱିତୀୟ ଥର ପାଇଁ ପଜିଟିଭ ହୋଇଛନ୍ତି।

 

View this post on Instagram

 

A post shared by Erk❤️rek (@ektarkapoor)

Related story