ଫେବ୍ରୁଆରୀରେ ଫରହାନଙ୍କ ପୁଣି ପଡିବ ହାତଗଣ୍ଠି

ମୁମ୍ବାଇ: ପୁଣି ଘୋଡା ଚଢ଼ିବେ ଅଭିନେତା ଫରହାନ୍‌ ଅଖତର, ସାଜିବେ ବର। ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କ ଧରିବେ ହାତ। ଆସନ୍ତା ଫେବ୍ରୁଆରୀ ୨୧ରେ ସାତଫେରା ନେବେ ଫରହାନ ଓ ଶିବାନୀ। ଏନେଇ ବି-ଟାଉନ୍‌ରେ ଜୋ ସୋର୍‌ରେ ଚର୍ଚ୍ଚା ଆରମ୍ଭ ହୋଇଛି।

ପିଙ୍କଭିଲ୍ଲାର ରିପୋର୍ଟ ଅନୁସାରେ, ଫର୍‌ହାନ୍‌ ଓ ଶିବାନୀ ଆସନ୍ତା ମାସ ୨୧ ତାରିଖରେ ସତ ଜନ୍ମରେ ସାଥୀ ହେବେ। ତେବେ ଉଭୟ କୌଣସି ଗ୍ରାଣ୍ଡ ବିବାହ କରିବେ ନାହିଁ। କରୋନା ଯୋଗୁଁ ମୁମ୍ବାଇର ଏକ କୋର୍ଟରେ ଦୁହେଁ ରେଜିଷ୍ଟ୍ରି ମ୍ୟାରେଜ୍‌ କରିବେ। ତାଙ୍କ ବିବାହର ପାର୍ଟି ମଧ୍ୟ ଆୟୋଜନ ହେବ କିନ୍ତୁ ଏଥିରେ କେବଳ ତାଙ୍କ ପରିବାର ଲୋକେ ଓ ନିକଟ ସମ୍ପର୍କୀୟ ହିଁ ସାମିଲ ହେବେ। ଏନେଇ ଦୁହେଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଫରହାନ୍‌ ଅଖତର ଓ ଶିବାନୀ ଦାଣ୍ଡେକର ଉଭୟ ପରସ୍ପରକୁ ଦୀର୍ଘ ୩ ବର୍ଷ ହେଲା ଡେଟ୍‌ କରୁଛନ୍ତି। ଉଭୟ ନିଜ ସମ୍ପର୍କକୁ ନେଇ କେବେ ବି ଅଛପା ରଖିନାହାନ୍ତି। ଏ ଦୁହିଁଙ୍କୁ ଲଗାତାର ପାର୍ଟି ହେଉ ଅବା କିଛି ଫଙ୍କସନ୍‌ ଏକାଠି ନଜର ଆସନ୍ତି। କେବଳ ସେତିକି ନୁହେଁ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ପରସ୍ପରର ଫଠୋ ଶେଆର କରନ୍ତି। ନିକଟରେ ଏହି ଷ୍ଟାର ଯୋଡି ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ଉଭୟ କଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି।

ଫରହାନ୍‌ଙ୍କୁ ଶେଷଥର ପାଇଁ ‘ତୁଫାନ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏବେ ସେ ପୁଣିଥରେ ନିର୍ଦ୍ଦେଶନା ଆଡକୁ ମୁହାଁଇଛନ୍ତି। ସେ ଫିଲ୍ମ ‘ଜି ଲେ ଜରା’ରୁ ପୁଣି ଥରେ ନିର୍ଦ୍ଦେଶନା ଦେବେ। ଏଥିରେ କ୍ୟାଟ୍ରିନା କୈଫ, ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟଙ୍କୁ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମ ଏକ ରୋଡ୍‌ ଟ୍ରିପ୍‌ ଉପରେ ଆଧାରିତ। ଫରହାନ ଅଖତର ପ୍ରାୟ ଏକ ଦଶନ୍ଧି ପରେ ନିର୍ଦ୍ଦେଶନା ଫିଲ୍ଡକୁ ଓଲ୍‌ହାଇଛନ୍ତି।  ସେ ଶେଷ ଥର ପାଇଁ ଫିଲ୍ମ ‘ଡନ୍‌-୨’ର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମଟି ୨୦୧୧ରେ ରିଲିଜ ହୋଇଥିଲା।

 

View this post on Instagram

 

A post shared by Shibani Dandekar (@shibanidandekar)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।