ଇରଫାନ ଖାନ୍ ଓ ତାପସୀ ପନ୍ନୁଙ୍କୁ ଫିଲ୍ମଫେୟାରର ଶ୍ରେଷ୍ଠ ଅଭିନେତା ପୁରସ୍କାର

ମୁମ୍ବାଇ: ଦିବଙ୍ଗତ ଅଭିନେତା ଇରଫାନ୍ ଖାନଙ୍କୁ ମିଳିଛି ବଲିଉଡର ସର୍ବଶ୍ରେଷ୍ଠ ପୁରସ୍କାର ଫିଲ୍ମଫେୟାର୍। ୨୦୨୦ରେ ରିଲିଜ୍ ହୋଇଥିବା ଅଂଗ୍ରେଜୀ ମିଡିୟମ ପାଇଁ ଇରଫାନ୍ ଖାନଙ୍କୁ ୬୬ତମ ଫିଲ୍ମଫେୟାର ଆୱାର୍ଡରେ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର। ସେହିପରି ବକ୍ସ ଅଫିସରେ କିଛି ଖାସ୍ କମାଲ କରିପାରିନଥିବା ‘ଥପ୍ପଡ’କୁ ଫିଲ୍ମଫେୟାରରେ ମିଳିଛି ବିପୁଳ ସଫଳତା। ଫିଲ୍ମର ଲିଡ୍‌ ରୋଲରେ ଥିବା ତାପସୀ ପନ୍ନୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଫିଲ୍ମରେ ତାପସୀଙ୍କ ଅଭିନୟଙ୍କୁ ଖୁବ୍ ପ୍ରଶଂସା ମିଳିଛି। ଏହି ଫିଲ୍ମ […]

iirfab-khan-and-tapsee-pannu

Ranjit Kumar Jena
  • Published: Sunday, 28 March 2021
  • , Updated: 28 March 2021, 04:31 PM IST

ମୁମ୍ବାଇ: ଦିବଙ୍ଗତ ଅଭିନେତା ଇରଫାନ୍ ଖାନଙ୍କୁ ମିଳିଛି ବଲିଉଡର ସର୍ବଶ୍ରେଷ୍ଠ ପୁରସ୍କାର ଫିଲ୍ମଫେୟାର୍। ୨୦୨୦ରେ ରିଲିଜ୍ ହୋଇଥିବା ଅଂଗ୍ରେଜୀ ମିଡିୟମ ପାଇଁ ଇରଫାନ୍ ଖାନଙ୍କୁ ୬୬ତମ ଫିଲ୍ମଫେୟାର ଆୱାର୍ଡରେ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର। ସେହିପରି ବକ୍ସ ଅଫିସରେ କିଛି ଖାସ୍ କମାଲ କରିପାରିନଥିବା ‘ଥପ୍ପଡ’କୁ ଫିଲ୍ମଫେୟାରରେ ମିଳିଛି ବିପୁଳ ସଫଳତା। ଫିଲ୍ମର ଲିଡ୍‌ ରୋଲରେ ଥିବା ତାପସୀ ପନ୍ନୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଫିଲ୍ମରେ ତାପସୀଙ୍କ ଅଭିନୟଙ୍କୁ ଖୁବ୍ ପ୍ରଶଂସା ମିଳିଛି। ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କୁ ଶ୍ରେଷ୍ଠ ଫିଲ୍ମଫେୟାର୍ ପୁରସ୍କାର ମିଳିଛି।

ତାପସୀ ଏହି ପୁରସ୍କାରକୁ ସ୍ୱୀକାର କରିଛନ୍ତି। ସେ ସୋଶାଲ୍ ମିଡିଆରେ ଖୁସି ଜାହିର କରି କହିଛନ୍ତି, ସମ୍ମାନ ଓ ଖୁସି, ଅମ୍ରତିକୁ ଆନ୍ତରିକାତର ସହ ଧନ୍ୟବାଦ। ଫିଲ୍ମରେ ତାପସୀଙ୍କ ଅମ୍ରିତା ଭୂମିକାରେ ଅଭିନୟ କରିଥିଲେ। ଥପ୍ପଡ ବ୍ୟତୀତ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’କୁ ମଧ୍ୟ ମିଳିଛି ଫିଲ୍ମଫେୟାର୍ ପୁରସ୍କାର। ଫିଲ୍ମର ଟାଇଟଲ୍ ଟ୍ରାକ୍ ପାଇଁ ଫାରା ଖାନଙ୍କୁ ମିଳିଛି ଶ୍ରେଷ୍ଠ କୋରିଓଗ୍ରାଫୀ ପୁରସ୍କାର।

https://twitter.com/SAMTHEBESTEST_/status/1375885474712141829?s=20

ସେହିପରି ୨୦୨୦ରେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର୍ ଫିଲ୍ମ ‘ତାନାଜୀ’ ପାଇଁ ଓମ୍ ରାଉତଙ୍କୁ ମିଳିଛି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର। ଏହାଛଡ଼ା ଫିଲ୍ମରେ ଜବରଦସ୍ତ ଭିଲେନ୍ ଭୂମିକା ତୁଲାଇଥିବା ସୈଫ ଅଲୀ ଖାନଙ୍କୁ ବେଷ୍ଟ ସପୋର୍ଟିଙ୍ଗ ଆକ୍ଟର ପୁରସ୍କାର ମିଳିଥିବା ବେଳେ ଗୁଲାବୋ ସିତାବୋ ପାଇଁ ଫାରୁକ୍ ଜାଫରଙ୍କ ମିଳିଛି ଶ୍ରେଷ୍ଠ ସପୋର୍ଟିଙ୍ଗ ଅଭିନେତ୍ରୀ ପୁରସ୍କାର।

ଜୱାନୀ ଜାନେମନ୍ ପାଇଁ ଆଲାୟା ଏଫଙ୍କୁ ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ ପୁରସ୍କାର ମିଳିଛି। ସେହିପରି ଲୁଟକେସ ପାଇଁ ରାଜେଶ କ୍ରିଷ୍ଣନଙ୍କୁ ଶ୍ରେଷ୍ଠ ଡେବ୍ୟୁ ଡାଇରେକ୍ଟର, ଫିଲ୍ମ ଲୁଡୋ ପାଇଁ ପ୍ରୀତମଙ୍କୁ ଶ୍ରେଷ୍ଠ ମ୍ୟୁଜିକ୍ ଡାଇରେକ୍ଟର, ଶ୍ରେଷ୍ଠ ପୁରୁଷ ଭାବେ ରାଘବ ଚୈତନ୍ୟ (ଥପ୍ପଡର ଏକ୍ ଟୁକଡା ଧୂପ) ଏବଂ ଶ୍ରେଷ୍ଠ ମହିଳା ଗାୟିକା ଭାବେ ଅଜିସ୍ କୌରଙ୍କୁ ମଲଙ୍ଗ (ମଲଙ୍ଗ) ଫିଲ୍ମ ପାଇଁ ମିଳିଛି।

Related story