Advertisment

The Kerala Storyକୁ ନେଇ ବିବାଦ: ତାଳି ପକାଇବାକୁ ଫିଲ୍ମ ନିର୍ମାତାଙ୍କ ଉଦ୍ୟମ

କିନ୍ତୁ ୩୨ ହଜାର କେରଳ ଝିଅ କେବେ ନିଖୋଜ ହେଲେ? କେଉଁ ଆଧାରରେ ଏହି ସଂଖ୍ୟା ପ୍ରକାଶ କରାଗଲା? ଜାତିସଂଘ କିମ୍ବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା କୌଣସି ରିପୋର୍ଟରେ ଏହି ସଂଖ୍ୟା ନଥିବା ବେଳେ ଫିଲ୍ମ ନିର୍ମାତା ଏହାକୁ କେଉଁଠୁ ଆଣିଲେ? କେମିତି ସତ କାହାଣୀ ଉପରେ ଏହା ଆଧାରିତ ହେଲା?

ଅଦ୍ୟତନ ହୋଇଛି
The Kerala Story

The Kerala Story

Advertisment

ରିଲିଜ୍‌ ହେବାକୁ ଥିବା The Kerala Story ସିନେମାକୁ ନେଇ ବିବାଦ ଘନେଇବାରେ ଲାଗିଛି। ଆଦା ଶର୍ମାଙ୍କ ଅଭିନୀତ ଏହି ଫିଲ୍ମରେ ଦାବି କରାଯାଇଛି ଯେ କେରଳର ୩୨ ହଜାର ଝିଅ ନିଖୋଜ ହୋଇଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ସେମାନେ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସଆଇଏସରେ ସାମିଲ ହୋଇଥିଲେ। ଏହି ତଥ୍ୟକୁ ଲୁଚାଇ ରଖାଯାଇଥିବା ବେଳେ ଏବେ ସତ ସାମ୍ନାକୁ ଆସିଛି। ନିଖୋଜ ଝିଅମାନଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଥିବା ଏହି ସିନେମାର ଟ୍ରେଲରରେ ଦାବି କରାଯାଇଛି।

Advertisment

କିନ୍ତୁ ୩୨ ହଜାର କେରଳ ଝିଅ କେବେ ନିଖୋଜ ହେଲେ? କେଉଁ ଆଧାରରେ ଏହି ସଂଖ୍ୟା ପ୍ରକାଶ କରାଗଲା? ଜାତିସଂଘ କିମ୍ବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା କୌଣସି ରିପୋର୍ଟରେ ଏହି ସଂଖ୍ୟା ନଥିବା ବେଳେ ଫିଲ୍ମ ନିର୍ମାତା ଏହାକୁ କେଉଁଠୁ ଆଣିଲେ? କେମିତି ସତ କାହାଣୀ ଉପରେ ଏହା ଆଧାରିତ ହେଲା?

ହିନ୍ଦୁ ଓ ଖ୍ରୀଷ୍ଟିୟାନ ଝିଅମାନଙ୍କୁ କ’ଣ ସତରେ ଧର୍ମ ପରିବର୍ତ୍ତନ କରି ସିରିୟା ଓ ଆଫଗାନିସ୍ତାନ ପଠାଯାଇଥିଲା? ଏମିତି ଅନେକ ପ୍ରଶ୍ନ ଉଠିଥିବା ବେଳେ କେରଳ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଏହା ବିରୋଧରେ ସ୍ୱର ଉଠାଇଛନ୍ତି। ଫିଲ୍ମଟି ମେ’ ୫ରେ ରିଲିଜ୍‌ ହେବାକୁ ଥିବା ବେଳେ ଏହା ଉପରେ ବ୍ୟାନ ଲଗାଇବାକୁ ଦାବି କରାଯାଉଛି।

Advertisment

ଏସବୁ ଭିତରେ ଫିଲ୍ମର ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତ୍ରୀ ପୂରା ବିବାଦରେ ତାଳି ପକାଇବାକୁ ଉଦ୍ୟମ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ The Kerala Story ଆତଙ୍କବାଦୀଙ୍କୁ ଟେର୍ଗେଟ କରିଛି। ମୁସଲିମମାନଙ୍କୁ ଟାର୍ଗେଟ କରି ନାହିଁ। ସେହିପରି ପୂରା ଫିଲ୍ମରେ କେରଳ ବିରୋଧରେ କୌଣସି କଥା ନାହିଁ ବୋଲି ଦାବି କରିଛନ୍ତି।

ଏହି ବିବାଦୀୟ ଫିଲ୍ମର ନିର୍ଦ୍ଦେଶକ ସୁଦିପ୍ତୋ ସେନ କହିଛନ୍ତି, “ଅନେକ ମାସର ରିସର୍ଚ୍ଚ ପରେ ମୁଁ ଫିଲ୍ମ ତିଆରି କରିଛି। କୌଣସି ପ୍ରଯୋଜକ ଏହି ଫିଲ୍ମ ପାଇଁ ରାଜି ନଥିଲେ। ମୁଁ ପୀଡ଼ିତଙ୍କ ସହ କଥା ହେବା ପରେ ମୋର ଆଭିମୁଖ୍ୟ ବଦଳି ଥିଲା। ମୋତେ ସେମାନଙ୍କ କାହାଣୀ ବେଶ ଛୁଇଁଛି।”

ଫିଲ୍ମର ପ୍ରଯୋଜକ ବିପୁଲ ଶାହ କହିଛନ୍ତି, “ସିନେମାରେ କେରଳ ବିରୋଧରେ କିଛି ବି ନାହିଁ। ଫିଲ୍ମରେ କୌଣସି ପ୍ରକାରର ଆପତ୍ତିଜନକ ଜିନିଷ ନାହିଁ। ଫିଲ୍ମରେ ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଇଛି। ମୁସଲିମମାନଙ୍କୁ କୌଣସି ପ୍ରକାରରେ ଟାର୍ଗେଟ କରାଯାଇନି। କେରଳ ମୁଖ୍ୟମନ୍ତ୍ରୀ ସିନେମାକୁ ଥରେ ଦେଖନ୍ତୁ।”

ଦିନକୁ ପୂର୍ବରୁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଥିଲେ ଯେ ସଂଘ ପରିବାରର ଅପପ୍ରଚାରର ଅଂଶବିଶେଷ ଭାବେ ଏହି ସିନେମାକୁ ତିଆରି କରାଯାଇଛି। ରାଜ୍ୟକୁ ଧାର୍ମିକ ମୌଳବାଦର କେନ୍ଦ୍ର ସ୍ଥଳ ଭାବେ ଚିତ୍ରଣ କରି ଲଭ ଜିହାଦ ଚାଲିଥିବା ଦର୍ଶାଇବାକୁ ଉଦ୍ୟମ କରାଯାଇଛି। ପୂର୍ବରୁ ଏପରି ଅପପ୍ରଚାରକୁ କୋର୍ଟ, ତଦନ୍ତକାରୀ ସଂସ୍ଥା ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଖଣ୍ଡନ କରି ସାରିଛନ୍ତି ବୋଲି ସେ କହିଛନ୍ତି।

ଫିଲ୍ମର ନିର୍ଦ୍ଦେଶକ ଦାବି କରିଛନ୍ତି ଯେ କନ୍ନୁରରେ ସିନେମାର ଶୁଟିଂ ଚାଲିଥିବା ବେଳେ କ୍ରୁ ସଦସ୍ୟଙ୍କ ଉପରେ ଆକ୍ରମଣ କରାଯାଇଥିଲା। ମୁଖ୍ୟ ଚରିତ୍ରରେ ଥିବା ଆଦା ଶର୍ମାଙ୍କୁ ମଧ୍ୟ ଧମକପୂର୍ଣ୍ଣ ମେସେଜ ଆସିଥିବା ସେ କହିଛନ୍ତି।

Entertainment Bollywood The Kerala Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe