'ଗଲି ବୟ' ରାପର୍‌ ଏମ୍‌ସି ତୋଡ୍‌ ଫୋଡ୍‌ଙ୍କ ଦେହାନ୍ତ

ମୁମ୍ବାଇ: ‘ଗଲି ବୟ’ର ଧର୍ମେଶ ପରମାର ଓରଫ୍‌ ଏମ୍‌ସି ତୋଡ୍‌ ଫୋଡ୍‌ଙ୍କ ଦେହାନ୍ତ ହୋଇଛି। ଏକ ସଡକ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା କୁହାଯାଉଛି। ସେ ମାତ୍ର ୨୪ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି। ଧର୍ମେଶ ପରମାରଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ଅଭିନେତା ରଣବୀର ସିଂହ ଓ ସିଦ୍ଧାନ୍ତ ଚର୍ତୁବେଦୀ ଦୁଃଖ ପ୍ରକାଶ କରିଛନ୍ତି। ଧର୍ମେଶ ପରମାର୍‌ ଫିଲ୍ମ ‘ଗଲି ବୟ’ର ସାଉଣ୍ଡ ଟ୍ରାକ୍‌ ପାଇଁ ନିଜ କଣ୍ଠ ଦାନ କରିଥିଲେ। ଏହା ବ୍ୟତୀତ […]

mc-tod-fod-passes-away

Madhupriya Mistry
  • Published: Tuesday, 22 March 2022
  • , Updated: 22 March 2022, 01:40 PM IST

ମୁମ୍ବାଇ: 'ଗଲି ବୟ'ର ଧର୍ମେଶ ପରମାର ଓରଫ୍‌ ଏମ୍‌ସି ତୋଡ୍‌ ଫୋଡ୍‌ଙ୍କ ଦେହାନ୍ତ ହୋଇଛି। ଏକ ସଡକ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା କୁହାଯାଉଛି। ସେ ମାତ୍ର ୨୪ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି। ଧର୍ମେଶ ପରମାରଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ଅଭିନେତା ରଣବୀର ସିଂହ ଓ ସିଦ୍ଧାନ୍ତ ଚର୍ତୁବେଦୀ ଦୁଃଖ ପ୍ରକାଶ କରିଛନ୍ତି।

ଧର୍ମେଶ ପରମାର୍‌ ଫିଲ୍ମ 'ଗଲି ବୟ'ର ସାଉଣ୍ଡ ଟ୍ରାକ୍‌ ପାଇଁ ନିଜ କଣ୍ଠ ଦାନ କରିଥିଲେ। ଏହା ବ୍ୟତୀତ ସେ ଏକ ସିଙ୍ଗିଙ୍ଗ ବ୍ୟାଣ୍ଡର ମଧ୍ୟ ଅଂଶ ଥିଲେ, ଯାହାର ନାଁ 'ସ୍ୱଦେଶୀ' ଥିଲା। ସ୍ୱଦେଶୀ ବ୍ୟାଣ୍ଡ ହିଁ ଧର୍ମେଶ ପରମାରଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି।

କୁହାଯାଉଛି ଯେ, ଧର୍ମେଶ ପରମାର ଓରଫ୍‌ ଏମ୍‌ସି ତୋଡ୍‌ ଫୋଡ୍‌ଙ୍କ କାର୍‌ ଦୁର୍ଘଟଣା ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। କିନ୍ତୁ ତାଙ୍କ ପରିବାର ତରଫରୁ ତାଙ୍କ ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସେପଟେ ରଣବୀର ସିଂହ ନିଜ ଇନ୍‌ଷ୍ଟାଗ୍ରାମରେ ଧର୍ମେଶଙ୍କ ଏକ ଫଟୋ ଶେଆର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି ଅଭିନେତା ସିଦ୍ଧାନ୍ତ ଚର୍ତୁବେଦୀ ମଧ୍ୟ ଏମ୍‌ସି ତୋଡ ଫୋଡ୍‌ଙ୍କୁ  ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଅନ୍ୟପଟେ ରାପର୍‌ ରଫତାର ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ସୂଚନା ମୁତାବକ, ଧର୍ମେଶ ପରମାରଙ୍କ ଏକ ମ୍ୟୁଜିକ ଭିଡିଓ ଆଲବମ୍‌ 'ଟ୍ରୁଥ ଆଣ୍ଡ ବାସ୍‌' ଚଳିତ ମାସ ୮ ତାରିଖରେ ରିଲିଜ ହୋଇଥିଲା। ଏହାକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଥିଲେ। ନିଜର ଛୋଟ କ୍ୟାରିଅର ମଧ୍ୟରେ ଏମ୍‌ସି ତୋଡ୍‌ ଫୋଡ୍‌ ଅନେକ ଇଣ୍ଟରନ୍ୟାସନାଲ ସିଙ୍ଗିଙ୍ଗ ପରଫରମାନ୍ସ ଦେଇଛନ୍ତି ଏଥିସହ ଅନେକ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି।

Related story