ପୁଣି ବାହା ହେବାକୁ ସଜବାଜ! ଗାର୍ଲଫ୍ରେଣ୍ଡଙ୍କ ଫଟୋ ଶେଆର କଲେ ହ୍ରିତିକ

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍‌ଙ୍କ ପୁଣି ବାହା ହେବାକୁ ମନ। ସେ ହେଲେଣି ସଜବାଜ। ପ୍ରଥମ ପିତ୍ନୀ ସୁଜେନ୍‌ଙ୍କୁ ଛାଡପତ୍ର ଦେବା ପରେ ପୁଣିଥରେ ପ୍ରେମରେ ପଡିଛନ୍ତି ବଲିଉଡର ଗ୍ରକ୍‌ ଗଡ୍‌। ଏକଥା ଆମେ କହୁନୁ ଗତ କିଛି ଦିନ ହେବ ବି-ଟାଉନରେ ହ୍ରିତିକ ରୋଶନଙ୍କୁ ନେଇ ଏଭଳି କିଛି ଚର୍ଚ୍ଚା ଜାରି ରହିଛି। ପୁଣି ଥରେ ପ୍ରମେରେ ପଡିଛନ୍ତି ହ୍ରିତିକ୍‌। ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କୁ ସେ କରୁଛନ୍ତି ଡେଟ୍। ନିକଟରେ ଉଭୟଙ୍କୁ […]

Hritik and saba

Madhupriya Mistry
  • Published: Saturday, 26 February 2022
  • , Updated: 26 February 2022, 02:50 PM IST

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍‌ଙ୍କ ପୁଣି ବାହା ହେବାକୁ ମନ। ସେ ହେଲେଣି ସଜବାଜ। ପ୍ରଥମ ପିତ୍ନୀ ସୁଜେନ୍‌ଙ୍କୁ ଛାଡପତ୍ର ଦେବା ପରେ ପୁଣିଥରେ ପ୍ରେମରେ ପଡିଛନ୍ତି ବଲିଉଡର ଗ୍ରକ୍‌ ଗଡ୍‌। ଏକଥା ଆମେ କହୁନୁ ଗତ କିଛି ଦିନ ହେବ ବି-ଟାଉନରେ ହ୍ରିତିକ ରୋଶନଙ୍କୁ ନେଇ ଏଭଳି କିଛି ଚର୍ଚ୍ଚା ଜାରି ରହିଛି।

ପୁଣି ଥରେ ପ୍ରମେରେ ପଡିଛନ୍ତି ହ୍ରିତିକ୍‌। ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କୁ ସେ କରୁଛନ୍ତି ଡେଟ୍। ନିକଟରେ ଉଭୟଙ୍କୁ ଏକାଠି ଡିନର ପାର୍ଟି ଏବଂ ପରେ ହ୍ରିତିଙ୍କ ଘରେ ଦେଖିବାକୁ ମିଳିଥିଲା। ଯାହା ପରେ ଲୋକଙ୍କ ସନ୍ଦେହ ବଢିବାକୁ ଲାଗିଛି। ଏବେ ଲୋକଙ୍କ ଏହି ସନ୍ଦେହକୁ ସତ ପ୍ରମାଣିତ କଲା ଭଳି ପ୍ରଥମ ଥର ପାଇଁ ହ୍ରିତିକ ସବା ଆଜାଦଙ୍କ ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଶେଆର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି।

ହ୍ରିତିକ୍ ରୋଶନ୍ ତାଙ୍କ ଇନଷ୍ଟା ଷ୍ଟୋରିରେ ସବା ଆଜାଦ ଓ ତାଙ୍କ ପର୍ବୂତନ ବୟଫ୍ରେଣ୍ଡ ଇମାଦ ଶାହାଙ୍କ ଫଟୋ ଶେୟାର କରିଛନ୍ତି। ଏହା ତାଙ୍କ ଇଲେକ୍ଟ୍ରୋ-ଫଙ୍କ୍ ବ୍ୟାଣ୍ଡ୍ ମ୍ୟାଡବଏ/ମିଙ୍କର, ଯାହାର ଶୋ’ ଶୁକ୍ରବାର ରାତିରେ ପୁଣେରେ ହୋଇଥିଲା। ଏଥିରେ ସବାଙ୍କ ପରଫର୍ମାନ୍ସ ଥିଲା। ତାଙ୍କୁ ଉତ୍ସାହିତ କରିବା ପାଇଁ ହ୍ରିତିକ ନିଜ ଅନ୍ଦାଜର ଶୁକଭାମନା ପଠାଇଛନ୍ତି। କ୍ୟାପସନରେ ଲେଖିଛନ୍ତି– ‘କମାଲ କରି ଦେଲ ସମସ୍ତେ'Kill it you guys'।

ହ୍ରିତିକଙ୍କ ଏହି ପୋଷ୍ଟ ପରେ ପ୍ରଶଂସକମାନେ ପୁଣି ଥରେ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି କି, ହ୍ରିତିକ ତାଙ୍କ ସମ୍ପର୍କକୁ ନେଇ ବେଶ୍‌ ସିରିୟସ୍ ଅଛନ୍ତି। ଦୁହେଁ ଅଧିକରୁ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି, ଯାହା ଦ୍ୱାରା ସେମାନେ ପରସ୍ପରକୁ ବୁଝିପାରିବେ।

ସବା ଆଜାଦଙ୍କୁ ଗତଥର ସୋନି ଲିଭ୍‌ ୱେବ୍‌ ସିରିଜ 'ରକେଟ୍‌ ବୟଜ୍‌'ରେ ଦେଖିବାକୁ ମିଳିଥିଲା। ଏହି ଶୋ'ରେ ସେ ପରୱାନା ଇରାନୀର ଚରିତ୍ରରେ ଅଭିନୟ କରିଥିଲେ। ସେପଟହେ ହ୍ରିତିକ ରୋଶନ୍‌ ମଧ୍ୟ ତାଙ୍କ ଅପକମିଂ ଫିଲ୍ମ ବିକ୍ରମ ବେଧାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ହ୍ରିତିକଙ୍କ ଫାର୍ଷ୍ଟ ଲୁକ୍‌ ପୂର୍ବରୁ ହିଁ ସାମ୍ନାକୁ ଆସିସାରିଛି।

Related story