ପୁଣି ପ୍ରେମରେ ଉବୁଟୁବୁ ହ୍ରିତିକ୍‌

ନୂଆଦିଲ୍ଲୀ: ପୁଣି ପ୍ରେମରେ ବଲିଉଡର ଗ୍ରୀକ୍‌ ଗଡ୍‌। ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନଙ୍କ ମନ ଆଉ ତାଙ୍କ ପାଖରେ ନାହିଁ। ସୁଜେନ୍‌ ଖାନ୍‌ଙ୍କ ସହ ଛାଡପତ୍ରର ଛଅ ବର୍ଷ ପରେ ତାଙ୍କ ଜୀବନରେ ଆସିଛନ୍ତି ଆଉ ଜଣେ ମହିଳା। ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍‌ କରୁଛନ୍ତି ହ୍ରିତିକ୍‌। କେବଳ ସେତିକି ନୁହେଁ ଖୁଲମ ଖୁଳା ସବାଙ୍କ ହାତ ଧରି ବୁଲୁଥିବା ମଧ୍ୟ ନଜର ଆସିଛନ୍ତି। ଏନେଇ ବଲିଉଡରେ ଏବେ ଜୋରସୋର୍‌ରେ ଚର୍ଚ୍ଚା ଚାଲିଛି। ବଲିଉଡ ଅଭିନେତା ହ୍ରିତିକ […]

Hritik roshan

Madhupriya Mistry
  • Published: Monday, 31 January 2022
  • , Updated: 31 January 2022, 06:09 PM IST

ନୂଆଦିଲ୍ଲୀ: ପୁଣି ପ୍ରେମରେ ବଲିଉଡର ଗ୍ରୀକ୍‌ ଗଡ୍‌। ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନଙ୍କ ମନ ଆଉ ତାଙ୍କ ପାଖରେ ନାହିଁ। ସୁଜେନ୍‌ ଖାନ୍‌ଙ୍କ ସହ ଛାଡପତ୍ରର ଛଅ ବର୍ଷ ପରେ ତାଙ୍କ ଜୀବନରେ ଆସିଛନ୍ତି ଆଉ ଜଣେ ମହିଳା। ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍‌ କରୁଛନ୍ତି ହ୍ରିତିକ୍‌। କେବଳ ସେତିକି ନୁହେଁ ଖୁଲମ ଖୁଳା ସବାଙ୍କ ହାତ ଧରି ବୁଲୁଥିବା ମଧ୍ୟ ନଜର ଆସିଛନ୍ତି। ଏନେଇ ବଲିଉଡରେ ଏବେ ଜୋରସୋର୍‌ରେ ଚର୍ଚ୍ଚା ଚାଲିଛି।

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରୁ ଜଣେ ଯୁବତୀଙ୍କ ହାତ ଧରି ବାହାରୁଥିବାର ସେ ନଜର ଆସିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରଥମେ ତ ଯୁବତୀ ଜଣଙ୍କ ବିଷୟରେ ଜଣାପଡିନଥିଲା। ହେଲେ ଏବେ ତାହା ଜଣା ପଡିଛି। ଚର୍ଚ୍ଚା ଅନୁଯାୟୀ ହ୍ରିତିକ୍‌ ଗାୟିକା ତଥା ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ କରୁଛନ୍ତି। ସମ୍ପୃକ୍ତ ଯୁବତୀ ଜଣଙ୍କ ସବା ବୋଲି କୁହାଯାଉଛି। ସେ ଅନେକ ୱେବ୍‌ ସିରିଜ୍‌ ସହ ବଲିଉଡ୍‌ ପ୍ରୋଜେକ୍ଟରେ କାମ କରିଛନ୍ତି।

ନିକଟରେ ହ୍ରିତିକ ରୋଶନ ଏବଂ ତାଙ୍କ ସାଙ୍ଗରେ ଥିବା ସବା ମାସ୍କ ପିନ୍ଧିଥିଲେ। ଏହି କାରଣରୁ ଯୁବତୀ ଜଣଙ୍କ ପ୍ରକୃତରେ କିଏ ତାହା ଜଣାପଡି ନଥିଲା। ତେବେ ଭିଡିଓ ଦେଖିବା ପରେ ଲାଗୁଛି ଯେ ଫଟୋଗ୍ରାଫରମାନେ ସେଠାରେ ତାଙ୍କ ଫଟୋ ଉଠାଇବାରେ ହ୍ରିତିକଙ୍କର କୌଣସି ଅସୁବିଧା ନଥିଲା। ହ୍ରିତିକ ରେଷ୍ଟୁରାଣ୍ଟରୁ ବାହାରି ସିଧା ତାଙ୍କ କାର ଆଡକୁ  ଯାଇଥିଲେ । କିନ୍ତୁ ଫଟୋଗ୍ରାଫରମାନଙ୍କୁ ଦେଖିବା ପରେ ସେ ସେଠାରୁ ଯାଇ ସିଧାସଳଖ ଗାଡିରେ ବସିଥିଲେ। ସବୁଠାରୁ ବଡ କଥା ହେଉଛି ଫଟୋଗ୍ରାଫର୍‌ଙ୍କୁ ଦେଖିବା ପରେ ମଧ୍ୟ ହ୍ରିତିକ ଶେଷ ପର୍ଯ୍ୟନ୍ତ ଯୁବତୀଙ୍କ ହାତ ଧରିଥିଲେ।

ପରସ୍ପରକୁ ଡେଟ୍‌ କରୁଥିଲେ ମଧ୍ୟ ଏ ନେଇ ସବା କିମ୍ବା ହ୍ରିତିକ ମିଡିଆ ଆଗରେ ମୁହଁ ଖୋଲି ନାହାନ୍ତି। ବଲିଉଡ ହଙ୍ଗାମାର ଏକ ରିପୋଟୋ ଅନୁସାରେ ଯେତେବେଳେ ସବାଙ୍କୁ ହ୍ରିତିକ୍‌ଙ୍କ ସହ ତାଙ୍କ ଭାଇରାଲ ଭିଡିଓ ବିଷୟରେ ପଚରାଯାଇଥିଲା ସେତେବେଳେ ସେ ଏହି ପ୍ରଶ୍ନକୁ ଏଡାଇ ଦେଇଥିଲେ।

ସୂଚନା ମୁତାବକ, ୨୦୦୦ ମସିହାରେ ହ୍ରିତିକ ଓ ସୁଜେନ୍‌ ଖାନ୍‌ଙ୍କ ବିବାହ ହୋଇଥିଲା। ପରେ ୨୦୧୪ରେ ଦୁହେଁ ଅଲଗା ହୋଇଯାଇଥିଲେ। ଦୁହିଁଙ୍କ ଛାଡପତ୍ର ଖବର ତାଙ୍କ ଫ୍ୟନ୍‌ମାନଙ୍କୁ ଝଟ୍‌କା ଦେଇଥିଲା। ତେବେ ଝାଡପତ୍ର ପରେ ବି ହ୍ରିତିକ ଏବଂ ସିଜେନ୍‌ଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି।

 

View this post on Instagram

 

A post shared by yogen shah (@yogenshah_s)

Related story