ସିଦ୍ଧାର୍ଥଙ୍କ ବିରୋଧରେ ମାମଲା ରୁଜୁ

ହାଇଦ୍ରାବାଦ: ଫସିଛନ୍ତି ସାଉଥ ଅଭିନେତା ସିଦ୍ଧାର୍ଥ। କ୍ଷମା ମାଗିବା ପରେ ବି ତାଙ୍କ ପିଛା ଛାଡୁନି ବିବାଦ।  ଏବେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ଇଣ୍ଟରନ୍ୟାସନାଲ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବା ତାଙ୍କୁ ଏବେ ବେଶ୍‌ ମହଙ୍ଗା ପଡିଛି। ହାଇଦ୍ରାବାଦ ସାଇବର କ୍ରାଇମ୍‌ ପୁଲିସ ଏବେ ସିଦ୍ଧାର୍ଥଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ବିରୋଧରେ ଟ୍ୱିଟରରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ […]

siddhartha

Madhupriya Mistry
  • Published: Thursday, 13 January 2022
  • , Updated: 13 January 2022, 04:25 PM IST

ହାଇଦ୍ରାବାଦ: ଫସିଛନ୍ତି ସାଉଥ ଅଭିନେତା ସିଦ୍ଧାର୍ଥ। କ୍ଷମା ମାଗିବା ପରେ ବି ତାଙ୍କ ପିଛା ଛାଡୁନି ବିବାଦ।  ଏବେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ଇଣ୍ଟରନ୍ୟାସନାଲ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବା ତାଙ୍କୁ ଏବେ ବେଶ୍‌ ମହଙ୍ଗା ପଡିଛି।

ହାଇଦ୍ରାବାଦ ସାଇବର କ୍ରାଇମ୍‌ ପୁଲିସ ଏବେ ସିଦ୍ଧାର୍ଥଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ବିରୋଧରେ ଟ୍ୱିଟରରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଏହି ମାମଲା ରୁଜୁ ହୋଇଛି। ANI ଅନୁଯାୟୀ, ଏକ ଟେଲିଫୋନିକ୍ ବାର୍ତ୍ତାଳାପରେ ହାଇଦ୍ରାବାଦର ଅତିରିକ୍ତ ଡିସିପି କେଭିଏମ ପ୍ରସାଦ କହିଛନ୍ତି, 'ପ୍ରେରଣା ନାମକ ଜଣେ ମହିଳା ସାଇବର କ୍ରାଇମ ୱିଙ୍ଗ ନିକଟକୁ ଯାଇ ସାଇନା ନେହୱାଲଙ୍କୁ ଟ୍ୱିଟର ଜରିଆରେ ଅଭିନେତା ସିଦ୍ଧାର୍ଥ ଯୌନ ସମ୍ପର୍କିତ ଟିପ୍ପଣୀ କରିଥିବା ନେଇ ଅଭିଯୋଗ କରିଥିଲେ।'

ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡ ସିଂହିତା ଧାରା ୫୦୯ ଏବଂ ସୂଚନା ପ୍ରାଦ୍ୟୋଗିକ ଅଧିନିୟମ ଧାରା ୬୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ମାମଲାର ଏବେ ତଦନ୍ତ ଆରମ୍ଭ ହେବା ସହ ଅଭିନେତା ସିଦ୍ଧାର୍ଥଙ୍କୁ ପଚରାଉଚରା ପାଇଁ ନୋଟିସ୍‌ ଜାରି କରାଯାଇଥିବା ହାଇଦ୍ରାବାଦ ଡିସିପି କହିଛନ୍ତି।

ସୂଚନା ମୁତାବକ, ଜାନୁଆରୀ ୫ ତାରିଖରେ ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ନିନ୍ଦା କରି ସାଇନା ନେହୱାଲ ଟ୍ୱିଟ୍‌ କରିଥିଲେ। ଏହା ପରେ ସିଦ୍ଧାର୍ଥ ଅନଲାଇନରେ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳିଙ୍କ ବିରୋଧରେ ଅଶ୍ଳୀଳ ତଥା ଅପମାନଜନକ ମନ୍ତବ୍ୟ ଦେଇ ବିବାଦର ସମ୍ମୁଖୀନ ହୋଇଥିଲେ। ଏପରିକି ଜାତୀୟ ମହିଳା ଆୟୋଗ ସିଦ୍ଧାର୍ଥଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାରାଷ୍ଟ୍ର ଡିସିପିଙ୍କୁ ଚିଠି ଲେଖିଥିଲେ। କେବଳ ସେତିକି ନୁହେଁ ଟ୍ୱିଟରରୁ ତାଙ୍କ ଆକାଉଣ୍ଟକୁ ବ୍ଲକ କରିବା ପାଇଁ ସେ ଟ୍ୱିଟରକୁ ମଧ୍ୟ କହିଥିଲେ।

ଏହା ପରେ ଅଭିନେତା ସିଦ୍ଧାର୍ଥ ବ୍ୟାଡମିଣ୍ଟନ ଷ୍ଟାରଙ୍କ ନିକଟରେ କ୍ଷମା ମାଗିଥିଲେ। ସେ ଟ୍ୱିଟରରେ ଏକ ପୋଷ୍ଟ ଶେୟାର କରିଥିଲେ। ଏଥିରେ ସିଦ୍ଧାର୍ଥ ଲେଖିଥିଲେ- "ପ୍ରିୟ ସାଇନା, ମୁଁ ମୋର ଅଶ୍ଳୀଳ ଥଟ୍ଟା ପାଇଁ କ୍ଷମା ମାଗିବାକୁ ଚାହେଁ। ଯାହା ମୁଁ କିଛି ଦିନ ପୂର୍ବରୁ ତୁମର ଗୋଟିଏ ଟ୍ୱିଟର ଜବାବରେ ଲେଖିଥିଲି।"

Related story