ଅଭିନେତା ସୋନୁ ସୁଦଙ୍କ ଘରେ IT ବିଭାଗର 'ସର୍ଭେ'

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କର ମୁମ୍ବାଇ ସ୍ଥିତ ବାସଭବନ ଓ ଅଫିସରେ ଆୟକର ବିଭାଗ (IT) ଟିମ୍ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ ଆୟକର ବିଭାଗ ସୋନୁଙ୍କ ଘରେ ‘ସର୍ଭେ’ କରିଛି। ତେବେ ତାଙ୍କ ଘରୁ କୌଣସି ସାମଗ୍ରୀ ସିଜ୍ କରାଯାଇନଥିବା ସୂଚନା ମିଳିଛି। ଆୟକର ବିଭାଗ ବୁଧବାର ସକାଳେ ସୋନୁଙ୍କ ଘରେ ପହଞ୍ଚିଥିଲା। ସକାଳୁ ହିଁ ଆୟକର ବିଭାଗର ଏକ ଟିମ୍ ତାଙ୍କ ଘରେ ‘ସର୍ଭେ’ କରୁଛି। ହେଲେ ଆୟକର ବିଭାଗ ଏଯାଏ କିଛି […]

sonu-sood

Ranjit Kumar Jena
  • Published: Wednesday, 15 September 2021
  • , Updated: 15 September 2021, 05:06 PM IST

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କର ମୁମ୍ବାଇ ସ୍ଥିତ ବାସଭବନ ଓ ଅଫିସରେ ଆୟକର ବିଭାଗ (IT) ଟିମ୍ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ ଆୟକର ବିଭାଗ ସୋନୁଙ୍କ ଘରେ 'ସର୍ଭେ' କରିଛି। ତେବେ ତାଙ୍କ ଘରୁ କୌଣସି ସାମଗ୍ରୀ ସିଜ୍ କରାଯାଇନଥିବା ସୂଚନା ମିଳିଛି।

ଆୟକର ବିଭାଗ ବୁଧବାର ସକାଳେ ସୋନୁଙ୍କ ଘରେ ପହଞ୍ଚିଥିଲା। ସକାଳୁ ହିଁ ଆୟକର ବିଭାଗର ଏକ ଟିମ୍ ତାଙ୍କ ଘରେ 'ସର୍ଭେ' କରୁଛି। ହେଲେ ଆୟକର ବିଭାଗ ଏଯାଏ କିଛି ବି ଜବତ କରିନାହିଁ। ଆୟକର ବିଭାଗ କେବଳ ତାଙ୍କର ଘରେ ସର୍ଭେ କରିନାହିଁ ବରଂ ସୋଦୁ ସୁଦଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ମଧ୍ୟ 'ସର୍ଭେ' କରାଯାଇଛି।

ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଦ୍ୱାରା ସୋନୁ ସୁଦଙ୍କୁ ସ୍କୁଲ୍ ଷ୍ଟୁଡେଣ୍ଟସର ମେଣ୍ଟରଶିପ୍ ପ୍ରୋଗ୍ରାମର ବ୍ରାଣ୍ଡ ଆମ୍ବାସାଡର୍ କରାଯାଇଥିଲା। ଯାହାର କିଛି ଦିନ ପରେ ଆୟକର ବିଭାଗର ଏହି 'ସର୍ଭେ' କରିଛି। ବ୍ରାଣ୍ଡ ଆମ୍ବାସାଡର୍ ହେବା ପରେ ସୋଦୁ ସୁଦ୍ ରାଜନୀତିରେ ପାଦ ଦେବେ ବୋଲି ଖୁବ୍ ଚର୍ଚ୍ଚା ହେଉଥିଲା। କିନ୍ତୁ ଖୋଦ୍ ସୋନୁ ସୁଦ୍ ଏହାର ଖଣ୍ଡନ କରିଛନ୍ତି।

ସୋନୁ ସୁଦ୍ କରୋନା କାଳରେ ଲୋକଙ୍କ ପାଇଁ ଭଗବାନଙ୍କ ଦୂତ ସାଜିଥିଲେ। ସେ କରୋନା ସମୟରେ ଅନେକ ଲୋକଙ୍କର ସହାୟତା କରିଥିଲେ। ଏହି କାମ ପାଇଁ ସେ ଖୁବ୍ ଚର୍ଚ୍ଚିତ ହୋଇଥିଲେ। ହେଲେ ସହାୟତା ପାଇଁ ସୋନୁଙ୍କ ଫଣ୍ଡିଂକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

Related story