ଜ୍ୟାକଲିନଙ୍କୁ ପୁଣି ହାଜର ହେବାକୁ ସମନ କଲା ଇଡି

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ପୁଣିଥରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍‌ଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପୂର୍ବରୁ ତାଙ୍କୁ ୨୦୦ କୋଟି ଠକେଇ ମାମଲାରେ ୨ ଥର ସମନ ହୋଇଥିଲା। ହେଲେ ସେ ଇଡି ନିକଟରେ ହାଜର ହୋଇ ନଥିଲେ। ଆଜି ତାଙ୍କୁ ହାଜର ହେବାକୁ କୁହାଯାଇଥିଲେ ମଧ୍ୟ ସେ ଇଡି କାର୍ଯ୍ୟାଳୟକୁ ଆସି ନାହାନ୍ତି। ଫଳରେ ତାଙ୍କୁ ତୃତୀୟ ଥର ସମନ କରାଯାଇଛି। ସମନରେ ଆସନ୍ତାକାଲି ଦିନ ୧୧ଟା ବେଳକୁ ଜ୍ୟାକଲିନଙ୍କୁ ଦିଲ୍ଲୀରେ […]

Jacqulin

Hemant Lenka
  • Published: Friday, 15 October 2021
  • , Updated: 15 October 2021, 04:19 PM IST

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ପୁଣିଥରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍‌ଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପୂର୍ବରୁ ତାଙ୍କୁ ୨୦୦ କୋଟି ଠକେଇ ମାମଲାରେ ୨ ଥର ସମନ ହୋଇଥିଲା। ହେଲେ ସେ ଇଡି ନିକଟରେ ହାଜର ହୋଇ ନଥିଲେ। ଆଜି ତାଙ୍କୁ ହାଜର ହେବାକୁ କୁହାଯାଇଥିଲେ ମଧ୍ୟ ସେ ଇଡି କାର୍ଯ୍ୟାଳୟକୁ ଆସି ନାହାନ୍ତି। ଫଳରେ ତାଙ୍କୁ ତୃତୀୟ ଥର ସମନ କରାଯାଇଛି।

ସମନରେ ଆସନ୍ତାକାଲି ଦିନ ୧୧ଟା ବେଳକୁ ଜ୍ୟାକଲିନଙ୍କୁ ଦିଲ୍ଲୀରେ ଥିବା ଇଡି ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ସୂତ୍ର ଅନୁସାରେ, ଅଗଷ୍ଟ ୩୦ରେ ଇଡି ଜ୍ୟାକଲିନଙ୍କୁ ଜେରା କରି ବୟାନ ରେକର୍ଡ କରିଥିଲା। ଏବେ ଠକେଇର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ଲୀନାଙ୍କ ସହ ଜ୍ୟାକଲିନଙ୍କୁ ମୁହାମୁହିଁ ଜେରା କରାଯିବ।

ଗତକାଲି ବଲିଉଡର ଆଇଟମ ଗର୍ଲ ନୋରା ଫତେହିଙ୍କୁ ମଧ୍ୟ ଇଡି ଜେରା କରିଥିଲା। ସୁକେଶ ୨୦୦ କୋଟିର ଠକେଇ କରିଥିବା ବେଳେ ନୋରା ଓ ଜ୍ୟାକଲିନ ତାଙ୍କ ପାର୍ଟିରେ ଯୋଗଦେଇଥିବା ଜଣାପଡ଼ିଥିଲା। ଏଥିସହ ବିଦେଶୀ ପୁଞ୍ଜି ହେରଫେର ହୋଇଥିବା ମଧ୍ୟ ଅଭିଯୋଗ ରହିଛି। ତେଣୁ ସୁକେଶଙ୍କ ବଲିଉଡ ଲିଙ୍କର ଖୋଳତାଡ଼ ଇଡି କରୁଛି।

ଜ୍ୟାକଲିନ ୩୦ ଅଗଷ୍ଟରେ ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଦୀର୍ଘ ୪ ଘଣ୍ଟା କାଳ ଜେରା କରାଯାଇଥିଲା। ପିଏମଏଲଏ ଆଇନ ଅନୁସାରେ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା। ଚନ୍ଦ୍ରଶେଖର ଓ ଲୀନା ପୂର୍ବରୁ ହିଁ ଦିଲ୍ଲୀ ପୁଲିସ୍‌ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି। ସେମାନେ ଚକ୍ରାନ୍ତ କରି ଫୋର୍ଟିସ ହେଲଥ କେୟାର ପ୍ରମୋଟର ଶିବିନ୍ଦର ସିଂହଙ୍କ ପରିବାର ଠାରୁ ୨୦୦ କୋଟିର ଚୂନ ଲଗାଇଥିବା ଜଣାପଡ଼ିଛି।

ପୁଲିସ୍ ସେମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଓ ଲୁଟ ମାମଲାର ରୁଜୁ କରିଛି। ଏହି ଏଫଆଇଆରକୁ ଆଧାର କରି ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ନିଜ ଆଡ଼ୁ ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି। ଅଭିଯୁକ୍ତ ଦମ୍ପତିଙ୍କ ସହ ନୋରା ଓ ଜ୍ୟାକଲିନଙ୍କ ସମ୍ପର୍କର ସୁତାଖିଅ ଇଡି ବାହାର କରିବାକୁ ଚାହୁଁଛି।

୨୦୧୭ରୁ ସୁକେଶ ଜେଲ୍‌ରେ ଥିଲେ ମଧ୍ୟ ନିଜର ବ୍ୟବସାୟ ଜାରି ରଖିଥିଲା। ଦୁବାଇରେ ରହୁଥିବା ଲୀନାଙ୍କ ପରିବାର ଲୋକଙ୍କ ଜରିଆରେ ଆର୍ଥିକ କାରବାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ୨୦୦୫ରେ ସୁକେଶ ୧୭ ବର୍ଷର ହୋଇଥିବା ବେଳେ ପ୍ରଥମେ ଗିରଫ ହୋଇଥିଲା।

ସେ ଏହି ସମୟରେ ବେଙ୍ଗାଲୁରୁରେ ରହୁଥିବା ଦମ୍ପତିଙ୍କୁ କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ପୁଅଙ୍କ ବନ୍ଧୁର ପରିଚୟ ଦେଇ ୧.୧୪ କୋଟି ଟଙ୍କା ଠକେଇ କରିଥିଲା। ୨୦୧୩ରେ ଚେନ୍ନାଇ କାନାରା ବ୍ୟାଙ୍କ ସହ ଜଡ଼ିତ ୧୯ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଓ ଲୀନା ଗିରଫ ହୋଇଥିଲେ।

Related story