ମହାଠକ ସୁକେଶର ରଙ୍ଗୀଲା ରୂପ, ରିଭିଲ୍‌ ହେଲା ଆଉ ଏକ ଫଟୋ

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖରର ସାମ୍ନାକୁ ଆସିଲା ଆଉ ଏକ ରଙ୍ଗୀଲା ରୂପ। ବଳିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ସହ ଇଣ୍ଟିମେଣ୍ଟ ହେଲେ ସୁକେଶ। ସାମ୍ନାକୁ ଆସିଲା ତାଙ୍କ ରୋମାନ୍ସ ବେଳର ଆଉ ଏକ ଫଟୋ। ସୋଶାଲ ମିଡିଆରେ ସୁକେଶ ଓ ଜ୍ୟାକ୍‌ଲିନ୍‌ଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୨୦୦ କୋଟି ଠକେଇ ମାଲାରେ ଫସିଥିବା ସୁକେଶ ଗତି କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଅଭିନେତ୍ରୀ ଜ୍ୟାକ୍‌ଲିନଙ୍କ ସହ ତା’ର […]

Sukesh and jacqueline

Madhupriya Mistry
  • Published: Saturday, 08 January 2022
  • , Updated: 08 January 2022, 05:30 PM IST

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖରର ସାମ୍ନାକୁ ଆସିଲା ଆଉ ଏକ ରଙ୍ଗୀଲା ରୂପ। ବଳିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ସହ ଇଣ୍ଟିମେଣ୍ଟ ହେଲେ ସୁକେଶ। ସାମ୍ନାକୁ ଆସିଲା ତାଙ୍କ ରୋମାନ୍ସ ବେଳର ଆଉ ଏକ ଫଟୋ। ସୋଶାଲ ମିଡିଆରେ ସୁକେଶ ଓ ଜ୍ୟାକ୍‌ଲିନ୍‌ଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୨୦୦ କୋଟି ଠକେଇ ମାଲାରେ ଫସିଥିବା ସୁକେଶ ଗତି କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଅଭିନେତ୍ରୀ ଜ୍ୟାକ୍‌ଲିନଙ୍କ ସହ ତା'ର ସମ୍ପର୍କ ଥିବା ଖବର ମଧ୍ୟ ବି-ଟାଉନ୍‌ରେ ବେଶ୍‌ ଲାଇମ୍‌ ଲାଇଟ୍‌ରେ ରହିଛି। ନିକଟରେ ସେ ଜ୍ୟାକ୍‌ଲିନ୍‌ଙ୍କ ଭଲ ପାଉଥିବା ଏବଂ ତାଙ୍କ ଭିତରେ ସମ୍ପର୍କ ଥିବା ନେଇ ସୁକେଶ ଖୁଲାସା କରିଥିଲା। ଆଉ ଏବେ ଏହା ପ୍ରମାଣ ସାମ୍ନାକୁ ଆସିଛି। ପୂର୍ବରୁ ଜ୍ୟାକ୍‌ଲିନ୍‌ ଓ ସୁକେଶଙ୍କ ଅନ୍ତରଙ୍ଗ ବେଳର କିଛି ଫଟୋ ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜ୍ୟାକ୍‌ଲିନ୍‌ଙ୍କୁ କିସ୍‌ କରୁଥିବା ନଜର ଆସିଛନ୍ତି।

ଜ୍ୟାକ୍‌ଲିନ୍‌ ଏବଂ ସୁକେଶ ରୋମାନ୍ସ କରୁଥିବା ବେଳର ଏହି ଫଟୋକୁ ମୁଭି ଟକିଜ୍‌ ନିଜ ସୋଶାଲ ମିଡିଆରେ ଶେଆର କରିଛି। ଫଟୋରେ ଜ୍ୟାକ୍‌ଲିନ୍‌ ଓ ସିକେଶ ଏକାଠି ଶୋଇଥିବା ନଜର ଆସିଛନ୍ତି। ସୁକେଶ ଅଭିନେତ୍ରୀଙ୍କ ନାକକୁ କିସ୍‌ କରୁଥିବା ଦେଖିବାକୁ ମିଳିଛି। ସେପଟେ ଫଟୋରେ ଜ୍ୟାକ୍‌ଲିନ୍‌ ହସୁଥିବା ବେଳେ ତାଙ୍କ ବେକରେ ଏକ ନାଲି ଦାଗ ରହିଛି, ଯହାକୁ ସୋଶାଲ ମିଡିଆ ୟୁଜର୍ସ ଲଭ୍‌ ବାଇଟ୍‌ ବୋଲି କହୁଛନ୍ତି।

ସୂଚନା ମୁତାବକ, ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ର ଶେଖରଙ୍କ ସହ ସମ୍ପର୍କ ଥିବାକୁ ନେଇ ଫସିଛନ୍ତି ଅଭିନେତ୍ରୀ ଜ୍ୟାକ୍‌ଲିନ୍‌। ତାଙ୍କୁ ଇଡି ବାରମ୍ବାର ଡକାଇ ପଚରାଉଚରା ମଧ୍ୟ କରିଛି। ଏପରିକି ତାଙ୍କ ବିଦେଶ ଯାତ୍ରା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

https://twitter.com/MovieTalkies/status/1479756950560595969?s=20

Related story