ପୁଅ ବାହାଘରରେ ବୋହୂକୁ ଧରି ନାଚିଲେ ଜାଭେଦ ଅଖତର

ମୁମ୍ବାଇ: ପୁଅ ଫରାହାନ ଅଖତର ବାହାଘରରେ ଧୁମ୍‌ ନାଚିଲେ ବଲିଉଡର ଜଣାଶୁଣା ସଙ୍ଗୀତକାର ଜାଭେଦ ଅଖତର। ନୂଆ ବୋହୂକୁ ଧରି ନାଚିଲେ ଜାଭେଦ। ମ୍ୟୁଜିକର ତାଳେ ତାଳେ ବୋହୂ ଶିବାନୀ ଦାଣ୍ଡେକର ସହ ମିଶି କଲେ ଡ୍ୟାନ୍ସ। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଗଲା ୧୯ ତାରିଖରେ ହାତକୁ ଦି ହାତ ହୋଇଛନ୍ତି ଅଭିନେତା ଫରହାନ ଅଖତର। ସେ ତାଙ୍କ ଲଙ୍ଗ ଟାଇମ୍‌ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେଙ୍କରଙ୍କୁ ନିଜ ସାତ ଜନମର ସାଥୀ କରିଛନ୍ତି। ଦୁହିଁଙ୍କ […]

Javed akhtar

Madhupriya Mistry
  • Published: Wednesday, 23 February 2022
  • , Updated: 23 February 2022, 05:00 PM IST

ମୁମ୍ବାଇ: ପୁଅ ଫରାହାନ ଅଖତର ବାହାଘରରେ ଧୁମ୍‌ ନାଚିଲେ ବଲିଉଡର ଜଣାଶୁଣା ସଙ୍ଗୀତକାର ଜାଭେଦ ଅଖତର। ନୂଆ ବୋହୂକୁ ଧରି ନାଚିଲେ ଜାଭେଦ। ମ୍ୟୁଜିକର ତାଳେ ତାଳେ ବୋହୂ ଶିବାନୀ ଦାଣ୍ଡେକର ସହ ମିଶି କଲେ ଡ୍ୟାନ୍ସ। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି।

ଗଲା ୧୯ ତାରିଖରେ ହାତକୁ ଦି ହାତ ହୋଇଛନ୍ତି ଅଭିନେତା ଫରହାନ ଅଖତର। ସେ ତାଙ୍କ ଲଙ୍ଗ ଟାଇମ୍‌ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେଙ୍କରଙ୍କୁ ନିଜ ସାତ ଜନମର ସାଥୀ କରିଛନ୍ତି। ଦୁହିଁଙ୍କ ବିବାହ କୌଣସି ସ୍ୱପ୍ନର ବାହାଘର ଠାରୁ କମ୍‌ ନଥିଲା। ଫରାହାନ ଅଖତରଙ୍କ ବିବାହ ବେଳର କିଛି ଅଣଦେଖା ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋଗୁଡିକୁ ଖୋଦ୍‌ ଫରାହାନ ଅଖତର ନିଜ ସୋଶାଲ ମିଡିଆରେ ଶେଆର କରିଛନ୍ତି।

ଏହି ଫଟୋ ଭତରୁ ଏକ ନିଆରା ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଜାଭେଦ ଅଖତର ତାଙ୍କ ନୂଆ ବୋହୂ ଶିବାନୀ ଦାଣ୍ଡେକରଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଫଟୋରେ ବୋହୂ ଓ ଶ୍ୱଶୁର ମଧ୍ୟରେ ଥିବା ବାପା-ଝିଅର ସୁନ୍ଦର ସମ୍ପର୍କ ବିଷୟରେ ସ୍ପଷ୍ଟ ବାରି ହୋଇପଡୁଛି। ଜାଭେଦ ଓ ଶିବାନୀଙ୍କ ଏହି ଫଟୋ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।

ଫେବ୍ରୁଆରୀ ୧୯ ତାରିଖରେ ହାତକୁ ଦି ହାତ ହୋଇଥିଲେ ଫରାହାନ ଓ ଶିବାନୀ। ଉଭୟଙ୍କ ବିବାହ ବେଶ୍‌ ଧୂମ୍‌ଧାମ୍‌ରେ ମୁମ୍ବାଇର ଖଣ୍ଡାଲାସ୍ଥିତ ଏକ ଲଗ୍‌ଜୁରୀ ହୋଟେଲରେ ହୋଇଥିଲା। ଏହି ବିବାହରେ କେବଳ ପରିବାର ଲୋକେ ଓ କିଛି ଘନିଷ୍ଠ ବନ୍ଧୁ ବାନ୍ଧବମାନେ ଯୋଗ ଦେଇଥିଲେ। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ନିମନ୍ତ୍ରଣ କରା ଯାଇନଥିଲା।

 

View this post on Instagram

 

A post shared by Farhan Akhtar (@faroutakhtar)

Related story