ନିଜ ଗ୍ୟାଙ୍ଗକୁ ନେଇ ବାହାରିଲେ ବିଗ୍‌ ବି'

ମୁମ୍ବାଇ: ନିଜ ‘ଝୁଣ୍ଡ’ ସହ ନଜର ଆସିଲେ ବଲିଉଡର ମହାନାୟକ ବିଗ୍‌ ବି ତଥା ଅମିତାଭ ବଚ୍ଚନ। ନିଜ ଗ୍ୟାଙ୍ଗକୁ ନେଇ ବାହାରିଲେ ବିଗ୍‌ ବି। ଛୋଟ ଛୁଆଙ୍କ ଫୌଜ ଭିତରେ ନଜର ଆସିଲେ ଅମିତାଭ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଝୁଣ୍ଡ’ର ଟିଜରରେ। ୩୬ ସେକେଣ୍ଡର ଏହି ଟିଜର ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସସାଇଟ୍‌ମେଣ୍ଟ ବଢ଼ିଯାଇଛି। ଟିଜରରେ ବିଗ୍‌ ବି ‘ […]

amitabh bachchan

Madhupriya Mistry
  • Published: Tuesday, 08 February 2022
  • , Updated: 08 February 2022, 06:16 PM IST

ମୁମ୍ବାଇ: ନିଜ 'ଝୁଣ୍ଡ' ସହ ନଜର ଆସିଲେ ବଲିଉଡର ମହାନାୟକ ବିଗ୍‌ ବି ତଥା ଅମିତାଭ ବଚ୍ଚନ। ନିଜ ଗ୍ୟାଙ୍ଗକୁ ନେଇ ବାହାରିଲେ ବିଗ୍‌ ବି। ଛୋଟ ଛୁଆଙ୍କ ଫୌଜ ଭିତରେ ନଜର ଆସିଲେ ଅମିତାଭ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ 'ଝୁଣ୍ଡ'ର ଟିଜରରେ।

୩୬ ସେକେଣ୍ଡର ଏହି ଟିଜର ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସସାଇଟ୍‌ମେଣ୍ଟ ବଢ଼ିଯାଇଛି। ଟିଜରରେ ବିଗ୍‌ ବି ' ନିଜର ବଚ୍ଚା ପାର୍ଟି ଗ୍ୟାଙ୍ଗ ସହ ନଜର ଆସିଛନ୍ତି। ପିଲାମାନେ ନିଜର ଟାଲେଣ୍ଟ ଦେଖାଉଥିବା କେବଳ ଟିଜରରେ ଦେଖିବାକୁ ମିଳିଛି    । ଝୁଣ୍ଡ ଫିଲ୍ମର ଏହି ଟିଜର ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ସୋଶାଲ ମିଡିଆରେ ଏହାକୁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଦେଖି ସାରିଲେଣି।

ଆସନ୍ତା ମାର୍ଚ୍ଚ ୪ ତାରିଖରେ ଏହି ଫିଲ୍ମଟି ବଡ ପରଦାରେ ରିଲିଜ ହେବ। ମରାଠି ଫିଲ୍ମର ପ୍ରସିଦ୍ଧ ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେଙ୍କ ନିର୍ଦ୍ଦେଶାରେ ତିଆରି 'ଝୁଣ୍ଡ'ର ରିଲିଜ ଦୀର୍ଘ ଦିନ ଧରି ଅଟକି ରହିଥିଲା। ଗତ ବର୍ଷ ଜୁନ୍‌ ମାସରେ ଏହି ଫିଲ୍ମଟି ରିଲିଜ ହେବାର ଥିଲା। କିନ୍ତ ମହାମାରୀ କରୋନା ଯୋଗୁଁ ଫିଲ୍ମର ରିଲିଜ ତାରିଖକୁ ଘୁଞ୍ଚାଇବାକୁ ପଡିଥିଲା। ଏବେ ଶେଷରେ ମାର୍ଚ୍ଚ ୪ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି।

ସୂଚନା ମୁତାବକ, ଏହି ଫିଲ୍ମଟି ଏକ ସ୍ପୋର୍ଟସ୍‌ ଡ୍ରାମା ଉପରେ ଆଧାରିତ। ଏହା ସ୍ଲମ୍ ସକର୍ ଏନଜିଓର ପ୍ରତିଷ୍ଠାତା ବିଜୟ ବରସେଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମରେ ବିଜୟ ଭୂମିକାରେ ଅମିତାଭ ବଚ୍ଚନ ନଜର ଆସିବେ। ଏହି ଫିଲ୍ମ ବ୍ୟତୀତ ଅମିତାଭଙ୍କର ପାଖରେ ଅନେକ ଫିଲ୍ମ ଅଛି ଯାହା ଚଳିତ ବର୍ଷ ରିଲିଜ୍ ହେବାକୁ ଯାଉଛି, ସେଥିମଧ୍ୟରୁ 'ବ୍ରହ୍ମାସ୍ତ୍ର' ମଧ୍ୟ ଗୋଟିଏ।

https://youtu.be/48glMezopQ4

Related story