ଜନ୍‌ ଅବ୍ରାହମ୍‌ଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡ ଅଭିନେତା ଜନ୍‌ ଅବ୍ରାହମ୍‌ଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌। କେହି ଜଣେ ଦୁର୍ବୃତ୍ତ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍‌ କରିନେଇଛି। ଏଥିସହ ଅଭିନେତାଙ୍କ ସମସ୍ତ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ଡିଲିଟ୍‌ ମଧ୍ୟ କରିଦେଇଛି। ଜନ୍‌ ଅବ୍ରାହମଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରାୟ ୯.୩ ମିଲିଅନ୍‌ ଫଲୋଅର୍ସ ଅଛନ୍ତି। ସେହିପରି ସେ ଶହ ଶହ ସଂଖ୍ୟାରେ ପୋଷ୍ଟ ମଧ୍ୟ କରିଥିଲେ। ଏବେ କିନ୍ତୁ ହ୍ୟାକ୍‌ ହେବା ପରେ ତାଙ୍କ ଆକାଉଣ୍ଟରେ ଗୋଟିଏ ବି ପୋଷ୍ଟ ନାହିଁ। କେବଳ ସେତିକି ନୁହେଁ ଅଭିନେତାଙ୍କ […]

John abraham

John abraham

Madhupriya Mistry
  • Published: Tuesday, 14 December 2021
  • Updated: 14 December 2021, 02:05 PM IST

ମୁମ୍ବାଇ: ବଲିଉଡ ଅଭିନେତା ଜନ୍‌ ଅବ୍ରାହମ୍‌ଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌। କେହି ଜଣେ ଦୁର୍ବୃତ୍ତ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍‌ କରିନେଇଛି। ଏଥିସହ ଅଭିନେତାଙ୍କ ସମସ୍ତ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ଡିଲିଟ୍‌ ମଧ୍ୟ କରିଦେଇଛି।

ଜନ୍‌ ଅବ୍ରାହମଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରାୟ ୯.୩ ମିଲିଅନ୍‌ ଫଲୋଅର୍ସ ଅଛନ୍ତି। ସେହିପରି ସେ ଶହ ଶହ ସଂଖ୍ୟାରେ ପୋଷ୍ଟ ମଧ୍ୟ କରିଥିଲେ। ଏବେ କିନ୍ତୁ ହ୍ୟାକ୍‌ ହେବା ପରେ ତାଙ୍କ ଆକାଉଣ୍ଟରେ ଗୋଟିଏ ବି ପୋଷ୍ଟ ନାହିଁ। କେବଳ ସେତିକି ନୁହେଁ ଅଭିନେତାଙ୍କ ଆକାଉଣ୍ଟକୁ ବ୍ଲୁ ଟିକ୍‌ ମଧ୍ୟ ମିଳିଥିବା ଦେଖିବାକୁ ମିଳିଛି। ତେବେ ତାଙ୍କ ଆକାଉଣ୍ଟକୁ କିଏ ହ୍ୟାକ୍‌ କରିଛି, ତାହା ବର୍ତ୍ତମାନ ଯାଏ ଜଣାପଡିନାହିଁ।

जॉन अब्राहम का अकाउंट हैक

ନିକଟରେ ଜନ୍‌ ଅବ୍ରାହମଙ୍କ ଫିଲ୍ମ 'ସତ୍ୟମେବ ଜୟତେ-୨' ରିଲିଜ ହୋଇଥିଲା। ଏହା ବକ୍ସ ଅଫିସରେ ସେତେଟା ସଫଳ ହୋଇନଥିଲା। ଫିଲ୍ମରେ ଜନ୍‌ଙ୍କ ଅପୋଜିଟ୍‌ରେ ଦିବ୍ୟା ଖୋସଲା କୁମାର ନଜର ଆସିଥିଲେ।

ମଡେଲିଂରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିବା ଜନ୍ ଆବ୍ରାହମ୍ ଆଜି ବଲିଉଡର ଜଣେ ଜଣାଶୁଣା ଅଭିନେତା। ଜଣେ ଆଉଟ୍‌ ସାଇଡର୍‌ ହୋଇଥିଲେ ମଧ୍ୟ ସେ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜନ୍ ଆବ୍ରାହମ୍ ପ୍ରତ୍ୟେକ ଫିଲ୍ମରେ ତାଙ୍କର ୧୦୦% ଦିଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos