ମା' ହେବେ କାଜଲ, ସ୍ପଷ୍ଟ କଲେ ସ୍ୱାମୀ

ମୁମ୍ବାଇ: ନୂଆ ବର୍ଷରେ ଖୁସି ଖବର ଜଣାଇଲେ ସିଙ୍ଘମ ଅଭିନେତ୍ରୀ କାଜଲ ଅଗ୍ରୱାଲ। ଖୁବ୍‌ଶୀଘ୍ର ତାଙ୍କ ଘରକୁ ଆସିବେ କୁନି ଅତଥି। ସ୍ୱାମୀ ଗୌତମ କିଟ୍‌ଚୁଲ ଓ କାଜଲ ଅଗ୍ରୱାଲ ଏବେ ଦୁଇରୁ ତିନି ହେବାକୁ ଯାଉଛନ୍ତି। ଏନେଇ କାଜଲଙ୍କ ସ୍ୱାମୀ ସ୍ପଷ୍ଟ କରିଛନ୍ତି। କାଜଲ ଅଗ୍ରୱାଲ ତାଙ୍କର ଦୀର୍ଘ ଦିନର ପ୍ରେମିକା ତଥା ବ୍ୟବସାୟୀ ଗୌତମ କିଚଲୁଙ୍କୁ ୩୦ ଅକ୍ଟୋବର ୨୦୨୧ ରେ ବିବାହ କରିଥିଲେ। ସେ ବିବାହ କରିବା ପରେ ଇଣ୍ଡଷ୍ଟ୍ରୀରୁ ଦୂରେଇ ରହିଥିଲେ। […]

Kajal agrawal

Madhupriya Mistry
  • Published: Sunday, 02 January 2022
  • , Updated: 02 January 2022, 04:04 PM IST

ମୁମ୍ବାଇ: ନୂଆ ବର୍ଷରେ ଖୁସି ଖବର ଜଣାଇଲେ ସିଙ୍ଘମ ଅଭିନେତ୍ରୀ କାଜଲ ଅଗ୍ରୱାଲ। ଖୁବ୍‌ଶୀଘ୍ର ତାଙ୍କ ଘରକୁ ଆସିବେ କୁନି ଅତଥି। ସ୍ୱାମୀ ଗୌତମ କିଟ୍‌ଚୁଲ ଓ କାଜଲ ଅଗ୍ରୱାଲ ଏବେ ଦୁଇରୁ ତିନି ହେବାକୁ ଯାଉଛନ୍ତି। ଏନେଇ କାଜଲଙ୍କ ସ୍ୱାମୀ ସ୍ପଷ୍ଟ କରିଛନ୍ତି।

କାଜଲ ଅଗ୍ରୱାଲ ତାଙ୍କର ଦୀର୍ଘ ଦିନର ପ୍ରେମିକା ତଥା ବ୍ୟବସାୟୀ ଗୌତମ କିଚଲୁଙ୍କୁ ୩୦ ଅକ୍ଟୋବର ୨୦୨୧ ରେ ବିବାହ କରିଥିଲେ। ସେ ବିବାହ କରିବା ପରେ ଇଣ୍ଡଷ୍ଟ୍ରୀରୁ ଦୂରେଇ ରହିଥିଲେ। ତାଙ୍କୁ ବହୁତ କମ୍‌ ଦେଖିବାକୁ ମିଳୁଥିଲା। ନିକଟରେ କାଜଲ ଅଗ୍ରୱାଲ ବିମାନବନ୍ଦରରୁ ଏକ ଚିତ୍ର ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚାକୁ ଆସିଥିଲେ। ହେଲେ ଅଭିନେତ୍ରୀ ଏ ବିଷୟରେ କାହାକୁ କିଛି କହି ନଥିଲେ। କିନ୍ତୁ ‘ଇ-ଟାଇମ୍ସ’ ସହିତ ସାକ୍ଷାତକାରରେ କହିଥିଲେ କି ଯେ ମୁଁ ବର୍ତ୍ତମାନ ଏହା ବିଷୟରେ କିଛି କହିବାକୁ ଚାହେଁ ନାହିଁ। ସମୟ ଆସିଲେ ମୁଁ ବିଷୟରେ କହିବି। ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଆଉ ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡିଛି।

କାଜଲ ମା ହେବାକୁ ଯାଉଛନ୍ତି ବୋଲି ଖୁଲାସା ହୋଇଛି। ବର୍ତ୍ତମାନ ସେ ତାଙ୍କ ଫ୍ୟାନ୍ସ ଓ ସମସ୍ତଙ୍କ ଖୁସି ଖବର ଦେଇଛନ୍ତି। 'ତାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛି। ଅର୍ଥାତ୍‌ ସେ ମାଆ ହେବାକୁ ଯାଉଛି। ଏହି ଖୁସି ଖବରଟିକୁ ତାଙ୍କ ସ୍ୱାମୀ ଗୌତମ ସୋସିଆଲ ମିଡିଆରେ କନଫର୍ମ କରିଛନ୍ତି। ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଖୁବ୍‌ ଉତ୍ସାହିତ ଥିବା ସେ କହିଛନ୍ତି।'

ଏହା ସହିତ ସେ ଜଣେ ଗର୍ଭବତୀ ମହିଳାଙ୍କ ଇମୋଜି ମଧ୍ୟ ସେୟାର କରିଛନ୍ତି। ଗୌତମ ଯେଉଁ ଫଟୋ ଶେଆର କରିଛନ୍ତି, ସେଥିରେ ସ୍ପଷ୍ଟ ଭାବେ ଜଣାପଡୁଛି କି କାଜୋଲ୍‌ ଗର୍ଭବତୀ ଅଛନ୍ତି। ବର୍ତ୍ତମାନ ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

 

View this post on Instagram

 

A post shared by Kajal A Kitchlu (@kajalaggarwalofficial)

Related story