ବିବାହ କରିବାକୁ ଚାହୁଁନଥିଲେ କାଜୋଲ

ମୁମ୍ବାଇ: ବଲିଉଡର ଦମଦାର ଅଭିନେତ୍ରୀ କାଜୋଲ। ସେ ନିଜ ଅଭିନୟ ବଳରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ତିଆରି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। ୯୦ ଦଶକରେ ବଲିଉଡରରେ ତାଙ୍କର ବେଶ୍‌ ଦବ୍‌ଦବା ରହିଥିଲା। ସେ ଥିଲେ ବ-ଟାଉନର ଆଗଧାଡିର ନାୟିକା। ଆଜି ବି ତାଙ୍କ କ୍ରେଜ୍‌ କିଛି କମିନାହିଁ। ହେଲେ ନିକଟରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହୋଇଛି ବଡ ଖୁଲାସ।

ବିବାହ କରିବାକୁ ଚାହୁଁନଥିଲେ କାଜୋଲ। ଏକଦା ବଲିଉଡର ସିଙ୍ଘମ ଅଜୟ ଦେବଗନଙ୍କ ଲାଇଫ ପାର୍ଟନ ଥିବା କାଜୋଲ ବିବାହ ନାଁ ଶୁଣିଲେ ଚିଡି ଯାଉଥିଲେ। ବିବାହ ଏବଂ ସେ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି ଥିଲେ, ଯାହା କେବେ ଏକାଠି ହୋଇପାରିବ ନାହିଁ। ସେ ବିବାହକୁ ଶକ୍ତ ବିରୋଧ କରୁଥିଲେ। କିନ୍ତୁ ଅଜୟଙ୍କୁ ଭେଟିବା ପରେ ତାଙ୍କର ଏହି ଚିନ୍ତିାଧାରା ବଦଳି ଯାଇଥିଲା ବୋଲି ନିକଟରେ ଏକ ସାକ୍ଷାତକାର୍‌ରେ ନିଜେ କାଜୋଲ ଖୁଲାସା କରିଛନ୍ତି।

Ajay Devgan and Kajol Wedding & Love Story - YouTube

ସେ କହିଛନ୍ତି, ଅଜୟଙ୍କ ପର୍ସନାଲିଟି ତାଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ଅଜୟ ବେଶ୍‌ ଗ୍ରାଉଣ୍ଡ ଟୁ ଆର୍ଥ ଥିଲେ। ତାଙ୍କ ଚିନ୍ତାଧାରା ଓ ତାଙ୍କ ସ୍ଥିରତା କାଜୋଲଙ୍କୁ ବଦଳିବା ପାଇଁ ବାଧ୍ୟ କରିଦେଇଥିଲା। ଏକ ଚାଟ୍ ଶୋ’ରେ ଟ୍ୱିଙ୍କଲ୍ ଖାନ୍ନାଙ୍କ ସହ କଥାବାର୍ତ୍ତା ବେଳେ କାଜୋଲ କହିଥିଲେ ଯେ ‘ସେ ଜଣେ ଏଭଳି ମଣିଷ ଥିଲେ ଯିଏ କି କେବେ ବିବାହ କରିବାକୁ ଚାହୁଁନଥିଲେ। ସେ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଥିଲେ ଯାହାର ମୁଣ୍ଡରେ ବନ୍ଧୁକ ରଖି ବିବାହ କରିବାକୁ କୁହାଯିବ। କିନ୍ତୁ ଅଜୟଙ୍କୁ ଭେଟିବା ପରେ ତାଙ୍କ ଚିନ୍ତାଧାରାରେ ସ୍ଥିରତା ଆସିଥିଲା। ତାଙ୍କୁ ଖୁବଶୀଘ୍ର ଜଣେ ସଠିକ୍‌ ବ୍ୟକ୍ତି ମିଳିଯାଇଥିଲେ ବୋଲି କହିଛନ୍ତି।’

କାଜୋଲ ଏବଂ ଅଜୟ ପ୍ରଥମ ଥର ପାଇଁ ୧୯୯୫ରେ ଆସିଥିବା ଫିଲ୍ମ ‘ହଲଚଳ୍‌’ର ଶୁଟିଂ ସେଟ୍‌ରେ ଭେଟିଥିଲେ। ପ୍ରଥମ ଦେଖାରେ ଦୁହିଁଙ୍କ ମଧ୍ୟରେ ସେତେଟା ଭଲ ସମ୍ପର୍କ ନଥିଲା। କିନ୍ତୁ ପରେ ଦୁହେଁ ପରସ୍ପରକୁ ଡେଟିଂ କରିଥିଲେ। ଏହାପରେ ଦୁହେଁ ୧୯୯୯ରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିନେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।