ଷ୍ଟାର୍‌ କିଡ୍‌ଙ୍କୁ 'ସିଝା ଅଣ୍ଡା' ସହ ତୁଳନା କଲେ କଙ୍ଗନା, ଅନନ୍ୟାଙ୍କୁ କଲେ ଟାର୍ଗେଟ୍‌

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ୍‌। ବି-ଟାଉନ୍‌ର ଷ୍ଟାର୍‌ ଓ ଷ୍ଟାର୍‌ କିଡ୍‌ଙ୍କୁ ସେ ପୁଣି କରିଛନ୍ତି ଟାର୍ଗେଟ୍‌। ସେମାନଙ୍କୁ ନେଇ ସେ ଦେଇଛନ୍ତି ବିବାଦୀୟ ବୟାନ, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ତାଙ୍କର ଆଗାମୀ ଫିଲ୍ମ ‘ଧାକଡ’ ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ସାଉଥ୍ ଫିଲ୍ମ ଏବଂ ବଲିଉଡ୍‌କୁ ନେଇ ମଧ୍ୟ କଥା ହୋଇଥିଲେ। କଙ୍ଗନା କହିଥିଲେ, ‘ସାଉଥ୍ ଫିଲ୍ମ ଷ୍ଟାର୍ ଯେଉଁଭଳି ଭାବେ […]

Kangana and ananya

Madhupriya Mistry
  • Published: Monday, 16 May 2022
  • , Updated: 16 May 2022, 05:00 PM IST

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ୍‌। ବି-ଟାଉନ୍‌ର ଷ୍ଟାର୍‌ ଓ ଷ୍ଟାର୍‌ କିଡ୍‌ଙ୍କୁ ସେ ପୁଣି କରିଛନ୍ତି ଟାର୍ଗେଟ୍‌। ସେମାନଙ୍କୁ ନେଇ ସେ ଦେଇଛନ୍ତି ବିବାଦୀୟ ବୟାନ, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ତାଙ୍କର ଆଗାମୀ ଫିଲ୍ମ 'ଧାକଡ' ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ସାଉଥ୍ ଫିଲ୍ମ ଏବଂ ବଲିଉଡ୍‌କୁ ନେଇ ମଧ୍ୟ କଥା ହୋଇଥିଲେ। କଙ୍ଗନା କହିଥିଲେ, 'ସାଉଥ୍ ଫିଲ୍ମ ଷ୍ଟାର୍ ଯେଉଁଭଳି ଭାବେ ଦର୍ଶକଙ୍କ ସହ ନିଜକୁ ଯୋଡି ରଖନ୍ତି ତାହା ଅତ୍ୟନ୍ତ ମଜଭୁତ ଥାଏ। ସେଠାକାର ଷ୍ଟାର୍ ଫ୍ୟାନ୍‌ଙ୍କ ସହ ମିଳାମିଶା କରିବାକୁ ଚେଷ୍ଟା କରନ୍ତି କିନ୍ତୁ ଆମର ଏଠି କ’ଣ ହୁଏ? ଷ୍ଟାର୍ କିଡ୍‌ମାନେ ପାଠ ପଢିବାକୁ ବିଦେଶ ଯାଆନ୍ତି। ଇଂରାଜୀରେ କଥା ହୁଅନ୍ତି। କେବଳ ହଲିଉଡ୍ ଫିଲ୍ମ ଦେଖନ୍ତି। ଛୁରୀ ଏବଂ କଣ୍ଟାରେ ଖାଦ୍ୟ ଖାଆନ୍ତି। ଆମ ଦର୍ଶକ ସେମାନଙ୍କ ସହ କିଭଳି ଯୋଡିହେବେ?'

କଙ୍ଗନା ଆହୁରି ମଧ୍ୟ କହିଥିଲେ ଯେ,'ଏମାନେ ଦେଖିବାକୁ ମଧ୍ୟ ଅଜବ ଲାଗିଥାନ୍ତି। ଏମିତି ଲାଗନ୍ତି ଯୋମିତି ସିଝା ଅଣ୍ଡା ପରି। ଏମାନଙ୍କର ପୁରା ଲୁକ୍ ବଦଳି ଯାଇଥାଏ। ତେଣୁ ଲୋକମାନେ କିପରି ଜାଣିବେ। କାହାକୁ ଟ୍ରୋଲ କରିବା ମୋର ଉଦ୍ଦେଶ୍ୟ ନୁହେଁ।'

ସେହିପରି ନିକଟରେ କଙ୍ଗନା କପିଲା ଶର୍ମା ଶୋ'ରେ ଯୋଗ ଦେଇଥିଲେ। ଏହି ଶୋ'କୁ ସେ ନିଜ ଅପ୍‌କମିଂ ଫିଲ୍ମ 'ଧାକଡ'ର ପ୍ରମୋସନ କରିବାକୁ ଆସି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ନାଁ ନେଇ ଟାର୍ଗେଟ୍‌ କରିଥିଲେ।

https://twitter.com/BhaktWine/status/1525547226449051648?s=20&t=iqX5L5xtdBcAosBRvlDGoA

ଏହି ଶୋ'ରେ କପିଲ କଙ୍ଗନାଙ୍କୁ ପୋଷ୍-ମାର୍ଟମ ସେଗ୍‌ମେଣ୍ଟରେ 'ବଲି ବିମ୍ବୋ'ର ଅର୍ଥ ପଚାରିଥିଲେ। କଙ୍ଗନା ବିଳମ୍ବ ନକରି ବେଶ୍‌ ମଜାଳିଆ ଢ଼ଙ୍ଗରେ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ। ଏଥିସହ ଅନନ୍ୟା ପାଣ୍ଡେଙ୍କ ନକଲ କରି ତାଙ୍କୁ ପରିହାସ କରିଥିଲେ।

ଯଦିଓ କଙ୍ଗନା ଅନନ୍ୟା ପାଣ୍ଡେଙ୍କ ନାଁ ନେଇ ନଥିଲେ, କିନ୍ତୁ ଯେଉଁ ପ୍ରକାରେ ନାକକୁ ଜିଭ ସାହାଯ୍ୟରେ ଛୁଇଁବାକୁ ଚେଷ୍ଟା କରିଥିଲେ ଏବଂ ଅନନ୍ୟାଙ୍କ ସ୍ୱରରେ କଥା ହୋଇଥିଲେ ସେଥିରୁ ସ୍ପଷ୍ଟ ହୋଇଥିଲା ଯେ କଙ୍ଗନା ଅନନ୍ୟାଙ୍କୁ ହିଁ ଟାର୍ଗେଟ୍‌ କରିଛନ୍ତି।

ସୂଚନା ମୁତାବକ, କଙ୍ଗନାଙ୍କ ଅପ୍‌କମିଂ ଫିଲ୍ମ 'ଧାକଡ' ଆସନ୍ତା ମେ' ୨୦ ତାରିଖରେ ରିଲିଜ ହେବ। ଫିଲ୍ମରେ କଙ୍ଗନାଙ୍କ ସହ ଦିବ୍ୟା ଦତ୍ତା, ଅର୍ଜୁନ ରାମପାଲ ଲିଡ୍‌ ରୋଲରେ ନଜର ଆସିବେ। ଏଥିରେ କଙ୍ଗନାଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିବ।

Related story